ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଟକି ରହିଛି ଶହ ଶହ ବିମାନ: ୧୦୦୦ ରୁ ଅଧିକ ବିମାନ ଉଡ଼ାଣ ପ୍ରଭାବିତ

Published By : Prameya-News7 Bureau | January 11, 2023 IST

ନୂଆଦିଲ୍ଳୀ, ୧୧/୦୧: ଯାନ୍ତ୍ରିକ ତ୍ରୁଟି ପାଇଁ ଅଟକି ରହିଲା ଅନେକ ବିମାନ। ସମଗ୍ର ଆମେରିକାରେ ବିମାନର ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ସିଷ୍ଟମରେ ତ୍ରୁଟି କାରଣରୁ ସମଗ୍ର ଆମେରିକାରେ ବିମାନ ଉଡ଼ାଣରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଯାନ୍ତ୍ରିକ ତ୍ରୁଟି କାରଣରୁ ଅନେକ ବିମାନ ଉଡ଼ାଣ ବାତିଲ୍ କରାଯାଇଛି। ଫେଡେରାଲ୍‌ ଆଭିଏସନ ଆଡିମିନିଷ୍ଟେ୍ରସନ (ଏଫଏଏ) ତରଫରୁ ଏନେଇ ସୂଚନା ଦିଆଯାଇଛି।

ତେବେ ବିମାନର ନୋଟିସ୍ ଟୁ ଏୟାର ମିଶନ୍ସ (NOTAM) ସିଷ୍ଟମରେ ତ୍ରୁଟି ଦେଖାଯାଇଥିବାରୁ ଏହି ଉଡ଼ାଣକୁ ବାତିଲ କରାଯାଇଛି ବୋଲି କୁହାଯାଇଛି। ଏଫଏଏର ଏହି ସିଷ୍ଟମ ପାଇଲଟଙ୍କୁ କୌଣସି ବିପଦ ଏବଂ ବିମାନ ବନ୍ଦରରେ କୌଣସି ପରିବର୍ତ୍ତନ ବିଷୟରେ ଜଣାଇଥାଏ।

ଏହି ତ୍ରୁଟି କାରଣରୁ ପ୍ରାୟ ୧୦୦୦ ବିମାନ ବିଳମ୍ବ ହୋଇଛି। ତେବେ ଏହା କେତେ ସମୟ ମଧ୍ୟରେ ସମାଧାନ ହେବ ସେନେଇ କିଛି ସ୍ପଷ୍ଟ ହୋଇନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.