ଏୟାରଷ୍ଟ୍ରାଇକ୍ ପରେ ରକ୍ତାକ୍ତ ‘ରାଫା’, ସୋସିଆଲ ମିଡିଆରେ ଟ୍ରେଣ୍ଡ୍ 'all eyes on rafah'

Published By : Prameya-News7 Bureau | May 30, 2024 IST

ଗାଜା ୩୦/୦୫: ଓ୍ୱାର ଏବେ ତୀବ୍ର। ଭୟଙ୍କର ହେଉଛି ଇସ୍ରାଏଲ୍-ପାଲେଷ୍ଟାଇନ୍ ଯୁଦ୍ଧ । ହମାସକୁ ପାନେ ଦେବାକୁ ଇସ୍ରାଏଲର ପ୍ଲାନ । ଘନ ଘନ ଏୟାର ଷ୍ଟ୍ରାଇକ୍ । ରାଫା ଆକାଶରୁ ଅଗ୍ନିବର୍ଷା । ୪୫ ରୁ ଅଧିକ ମୃତ, ଶତାଧିକ ଆହତ । ଶରଣାର୍ଥୀ ଶିବିରକୁ ଟାର୍ଗେଟ୍ କରି ରକେଟ୍ ମାଡ । ହମାସକୁ ଟାର୍ଗେଟ କରୁଥିବା ଆଇଡିଏଫର ଦାବି । ଏଭଳି ଘଟଣା ପରେ ଚିହିଁକି ଉଠିଛି ବିଶ୍ୱ ସମୁଦାୟ । ଇସ୍ରାଏଲର ଏଭଳି କାର୍ଯ୍ୟକୁ ଚାରିଆଡୁ ନିନ୍ଦା । ସେପଟେ ସୋସିଆଲ ମିଡିଆରେ ଭାଇରାଲ ହେଲା ଅଲ ଆଇଜ୍ ଅନ ରାଫା ପୋଷ୍ଟ୍ ।

ମୃତକଙ୍କ ମଧ୍ୟରେ ଅଛନ୍ତି ଅନେକ ଶିଶୁ ଓ ମହିଳା । ଏହା ସେହି ସ୍ଥାନ, ଯେଉଁଠି କିଛି ଦିନ ତଳେ ବିସ୍ଥାପିତ ପାଲେଷ୍ଟାଇନ୍ କ୍ୟାମ୍ପରେ ଲାଗିଥିଲା ନିଆଁ । ଅଲ ଜଜିରା କହିବା ମୁତାବକ ରାଫା ସହରର ଉତ୍ତର-ପଶ୍ଚିମରେ ଥିବା ତାଲ ଆସ-ସୁଲତାନ ଅଞ୍ଚଳକୁ ଘୋଷଣା କରାଯାଇଥିଲା ସୁରକ୍ଷିତ ସ୍ଥାନ । ହେଲେ ଏଠାରେ ଅତିକମରେ ୮ଟି ଇସ୍ରାଏଲ୍ କ୍ଷେପଣାସ୍ତ୍ର ଆଟାକ ହୋଇଛି । ରାଫା ଉପରେ ହୋଇଥିବା ଇସ୍ରାଏଲର ରକେଟ୍ ମାଡ଼ର ଚିତ୍ର ଏବେ ସାରା ବିଶ୍ୱରେ ଚର୍ଚ୍ଚିତ । ସୋସିଆଲ ମିଡିଆରେ ସୃଷ୍ଟି ହୋଇଛି ଝଡ । 

ପୋଡି ଯାଇଥିବା ମୃତଦେହ ଓ ଗୁରୁତର ଆହତଙ୍କ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସମସ୍ତେ ରିଆକ୍ଟିଭ୍ । ଅନେକ ସେଲିବ୍ରିଟି ବି ଜଣାଇଛନ୍ତି ଗଭୀର ସମବେଦନା । ଭାଇରାଲ ଫଟୋରେ ଲେଖାହୋଇଛି "ସମସ୍ତଙ୍କ ଆଖି ରାଫା ଉପରେ" । ଯେଉଁଥିରୁ ସ୍ପଷ୍ଟ ହେଉଛି ଅନେକ ସଂଖ୍ୟାରେ ରହିଛି ତମ୍ୱୁ । ଯେଉଁଠି ରହିଥିଲେ ଅନେକ ସଂଖ୍ୟାରେ ବିସ୍ଥାପିତ । ତେବେ ଭାଇରାଲ ଫଟୋଟି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଦ୍ୱାରା ନିର୍ମିତ ବୋଲି ଦାବି ହେଉଛି । 


କୁହାଯାଉଛି କି, ଏହି ସ୍ଲୋଗାନକୁ ପାଲେଷ୍ଟାଇନ ଅଞ୍ଚଳ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କାର୍ଯ୍ୟାଳୟର ନିର୍ଦ୍ଦେଶକ ରିକ୍ ପିପରକନ୍ ପ୍ରସ୍ତୁତ କରିଥିଲେ । ଫେବୃଆରୀରେ ସେ ଷ୍ଟେଟମେଣ୍ଟ ଦେଇଥିଲେ, ଯେତେବେଳେ ବେଞ୍ଜାମିନ୍ ନେତାନ୍ୟାହୁ NERAFA ପ୍ରତ୍ୟାହାର ପାଇଁ ଦେଇଥିଲେ ନିର୍ଦ୍ଦେଶ ।  

#AllEyesOnRafah କୁ ଇନଷ୍ଟାରେ ଲକ୍ଷ ଲକ୍ଷ ପୋଷ୍ଟ ହେଲାଣି । ମଙ୍ଗଳବାର ଓ ବୁଧବାର ଇନଷ୍ଟାଗ୍ରାମରେ ଏହା ଟ୍ରେଣ୍ଡ ହୋଇଥିଲା। ଏବେ bollywood ସେଲିବ୍ରିଟି ବି ଏହି ଦୌଡରେ ହୋଇଥିଲେ ସାମିଲ୍ । ଅଭିଯାନରେ ବରୁଣ ଧାୱନ, ମାଧୁରୀ ଦୀକ୍ଷିତ, ଆଲି ଗୋନି, ସାମନ୍ଥା ଋତୁ ପ୍ରଭୁ, ପ୍ରଭାସ, ତ୍ରିପ୍ତି ଡିମ୍ରି ସମେତ ଅନେତ ତାରକା ଜଣାଇଛନ୍ତି ସମର୍ଥନ । 



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.