ଟେନସନରେ ପାକିସ୍ତାନ : ଏଫଏଟିଏଫ ବୈଠକରେ ପାକ୍ ହୋଇପାରେ କଳା ତାଲିକା ଭୁକ୍ତ

Published By : Prameya-News7 Bureau | October 14, 2019 IST

ନୂଆଦିଲ୍ଲୀ ୧୪/୧୦: ଆଜି ଠାରୁ ଏଫଏଟିଏଫ ବୈଠକ, ପାକିସ୍ତାନର ବଢିଲା ଚିନ୍ତା । ଆଜି ଠାରୁ ଆରମ୍ଭ ହେବ ଫାଇନାନସିଆଲ ଆକ୍ସନ ଟାକ୍ସ ଫୋର୍ସ (ଏଫଏଟିଏଫ ) ବୈଠକ । କାଶ୍ମୀର ଉପରେ ପ୍ରୋପାଗାଣ୍ଡା କରୁଥିବା ପଡ଼ୋଶୀ ପାକିସ୍ତାନ  ଆତଙ୍କବାଦଙ୍କୁ ସାଥ ହେଉଥିବାରୁ ବ୍ଲାକ ଲିଷ୍ଟ ହେବ ।

ପ୍ୟାରିସରେ ହେବାକୁ ଥିବା ଫାଇନାନସିଆଲ ଆକ୍ସନ ଟାକ୍ସ ଫୋର୍ସର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଦୁନିଆ ସାରା ଲୋକଙ୍କ ନଜର ରହିଛି । ସେଠାରେ ପାକିସ୍ତାନକୁ ପ୍ରମାଣ ଦେଖାଇବାକୁ ପଡ଼ିବ ଯେ, ସେ ଆତଙ୍କୀ ଫଣ୍ଡିଙ୍ଗ ଓ ମନି ଲଣ୍ଡରିଂ ରୋକିବା ସହ ଆତଙ୍କବାଦୀଙ୍କ ସଂଗଠନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଥିବା ଦର୍ଶାଇବାକୁ ହେବ । ୨୦୧୮ମସିହାରେ ଏଫଏଟଇଏଫ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ପକାଇବା ସହ ୨୭ ପଏଣ୍ଟଦେଇ ନିଜକୁ ପ୍ରମାଣିତ କରିବା ପାଇଁ ଏକ ବର୍ଷ ସମୟ ଦିଆଯାଇଥିଲା ।

ମନି ଲଣ୍ଡରିଂ ଓ ଆତଙ୍କୀ ସଂଗଠନର ଟେରର ଫାଇନାନ୍ସିଙ୍ଗ ବ୍ୟାଙ୍କିଙ୍ଗ, ନନ ବ୍ୟାଙ୍କିଙ୍ଗ, କର୍ପୋରେଟ ଓ ନନ କର୍ପୋରେଟ ସେକ୍ଟରରେ ରୋକିବାର ଉପାୟ ରହିଥିଲା । ଏହି ସବୁ ବିଷୟ ଓ ପାକିସ୍ତାନ ଦ୍ୱାରା ପ୍ରସ୍ତୁତ ହୋଇଥିବା ଆର୍ଥିକ ଅନୁପାଳନ  ପାକ୍ ଅର୍ଥମନ୍ତ୍ରୀ ହମ୍ମାଦ ଅଜହରଙ୍କ ସମ୍ମୁଖରେ ଯାଂଚ କରାଯିବ । ଏହି ସବୁ ୨୭ପଏଣ୍ଟ ଅନୁସାରେ କାର୍ଯ୍ୟ ହୋଇ ନଥିଲେ ପାକିସ୍ତାନକୁ ବ୍ଲାକ ଲିଷ୍ଟ କରିଦିଆଯିବ । ତେଣୁ ବର୍ତ୍ତମାନ ଏହି ବୈଠକକୁ ନେଇ ପାକିସ୍ତାନ ଚିନ୍ତିତ ହୋଇପଡ଼ିଛି । ୨୭ଟି ପଏଣ୍ଟରୁ ପାକ୍ ୬ଟି କରିଥିବା ଭାରତୀୟ ରିପୋର୍ଟରୁ ସୂଚନା ମିଳିଛି ।

ଫଳରେ ପାକିସ୍ତାନ ବ୍ଲାକ ଲିଷ୍ଟ ହେବା ସମ୍ଭାବନା ଅଧିକ ବଢିଯାଇଛି । ଟେକନିକ ଅନୁପାଳନରେ ମଧ୍ୟ ପାକିସ୍ତାନ ୪୦ରୁ ୧୦ ପଏଣ୍ଟରେ ରହିଛି । ନିକଟରେ ଏହି ବୈଠକରୁ ବଞ୍ଚିବା ପାଇଁ ପାକିସ୍ତାନ ବହୁ ଆତଙ୍କୀଙ୍କୁ ଧରି ଜେଲରେ ରଖିଛି । କିନ୍ତୁ ଇତିହାସ ଦେଖିବାକୁ ଗଲେ କେବଳ ଦୁନିଆ ଆଖିରେ ଧୂଳି ଦେବାକୁ ଏପରି କରୁଛି ପାକିସ୍ତାନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.