ମାଟ୍ରିକ ପରୀକ୍ଷା: ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲାଗିବ

Published By : Prameya-News7 Bureau | February 28, 2019 IST

ଭୁବନେଶ୍ବର୨୮|୨: ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ଘଟଣା ଯେପିରି ପ୍ଲସ ଟୁରେ ଦେଖା ନଦିଏ ସେଥିପାଇଁ କଡ଼ା ନିୟମ କରିଛନ୍ତି ସରକାର । ପରୀକ୍ଷାର୍ଥୀ ପରୀକ୍ଷା ହଲ୍‌କୁ ହାତଘଣ୍ଟା କି ମୋବାଇଲ୍‌ ନେଇପାରିବେ ନାହିଁ । ସୁପରିଟେଣ୍ଡେଣ୍ଟଙ୍କ ବ୍ୟତୀତ ଅନ୍ୟ କେହି ପରୀକ୍ଷା ଚାଲିଥିବା ସମୟରେ ଫୋନ୍‌ ଧରି ପାରିବେ ନାହିଁ । ଏହାସହ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲାଗିବ । ୧୦୯୧ କେନ୍ଦ୍ରରୁ ୯୩୬ରେ ସିସିଟିଭି ଲାଗିସାରିଥିବା ବେଳେ ବାକି କାମ ପରୀକ୍ଷା ପୂର୍ବରୁ ସରିଯିବ । ଯୁକ୍ତ ୨ ପରୀକ୍ଷା ପାଇଁ ୨୦୨ଟି ହବ୍‌ କରାଯାଇଛି । ଖୋଦ୍ ମୁଖ୍ୟ ଶାସନ ସଚିବ ଓ ଗଣଶିକ୍ଷା ସଚିବ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କ ସହ ଭିଡିଓ କନଫେରନସିଙ୍ଗ ମାଧ୍ୟମରେ ପରୀକ୍ଷା ପରିଚାଳନା ନେଇ ଆଲୋଚନା କରିଛନ୍ତି ।

{"id":89498,"width":594,"height":340}

ତେବେ ମେଟ୍ରିକ ପରୀକ୍ଷାରେ ହୋଇଥିବା ତୃଟିକୁ ମାନିଛନ୍ତି ଗଣଶିକ୍ଷା ମନ୍ତ୍ରୀ । କହିଛନ୍ତି ବିଭିନ୍ନ ପେପରର ଓଏମଆର ସିଟ୍ ରେ ଡି ସେଟ ଲେଖାଯାଇ ନଥିବାରୁ ସେସବୁ ଓଏମଆର ସିଟ୍ ମାନୁଆଲି ଦେଖାଯିବ । ଏଥିପାଇଁ ବୋର୍ଡ ତରଫରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଚଳିତ ବୋର୍ଡ ପରୀକ୍ଷାର ପ୍ରଶ୍ନ ପତ୍ର ଭାଇରାଲ ପ୍ରସଙ୍ଗକୁ ମନ୍ତ୍ରୀ ଏଡାଇବାକୁ ଚେଷ୍ଟା କରିଛନ୍ତି । ଏପ୍ରସଙ୍ଗରେ ମନ୍ତ୍ରୀଙ୍କ ଉତ୍ତର ହେଉଛି,  କିଛି ପୁରୁଣା ପ୍ରଶ୍ନ ପତ୍ର ଭାଇରାଲ ହୋଇଛି ଏବଂ  ଚଳିତ ଥର ପ୍ରଶ୍ନ ପତ୍ର ଭାଇରାଲର ଉତ୍ତର ପିଲାଙ୍କ ପାଖରେ ପହଂଚି ନାହିଁ ।

{"id":89500,"width":596,"height":334}

 ଚଳିତ ବୋର୍ଡ ପରୀକ୍ଷାରେ ପ୍ରଥମ ଦିନରୁ ହିଁ ଓଡିଆ ପ୍ରଶ୍ନ ପତ୍ର ଭାଇରାଲ ଖବର ପୁରା ପରୀକ୍ଷା ପରିଚାଳନା ବ୍ୟବସ୍ଥା ଉପରେ ଅଙ୍ଗୁଳି ଉଠାଇଥିଲା । ପରେ ପରେ ଇରାଜୀ ପ୍ରଶ୍ନ ପତ୍ର ବି ଭାଇରାଲ ଅଭିଯୋଗ ହୋଇଥିଲା । ଏଥିପାଇଁ ଦୋଷୀ ଶିକ୍ଷକଙ୍କ ବିରୋଧରେ କାର୍ଯାନୁଷ୍ଠାନ ନିଆଯାଇଥିଲା ।

{"id":89501,"width":595,"height":312}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.