oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ଗଞ୍ଜାମରେ ବନ୍ଦ ହୋଇଗଲା ସମସ୍ତ କୋଭିଡ୍‌ ସେଣ୍ଟର, ଏମ୍‌କେସିଜିରେ ଚାଲିଛି ସେବା

2/08/2021 at 6:02 AM

ବ୍ରହ୍ମପୁର, ୦୨।୦୮: ଗଞ୍ଜାମ ଜିଲ୍ଲାରେ ଥିବା ସମସ୍ତ କୋଭିଡ୍‌ ହସ୍‌ପିଟାଲ୍‌ ଏବେ ବନ୍ଦ ହୋଇସାରିଛି । ଶେଷରେ ଏମ୍‌କେସିଜିରେ ଦୁଇଟି ଡେଡିକେଟେଡ୍‌ କୋଭିଡ୍‌ ହସ୍‌ପିଟାଲ୍‌ (ଡିସିଏଚ୍‌)ରୁ ଗୋଟିଏ (ଡିସିଏସ୍‌-୨) ବନ୍ଦ ହୋଇଛି । ଏଠାରେ ଚିକିତ୍ସିତ ହେଉଥିବା ୧୩ ଜଣ ରୋଗୀଙ୍କୁ ଡିସିଏଚ୍‌-୧କୁ ସ୍ଥାନାନ୍ତର କରାଯାଇଛି । ୬ ଜଣ ଆଇସିୟୁରେ, ଯେଉଁମାନଙ୍କ ମଧ୍ୟରୁ ୩ ଜଣ ଭେଣ୍ଟିଲେଟରରେ ଏବଂ ଅନ୍ୟ ୭ଜଣ ସାଧାରଣ ରୋଗୀ ରହିଛନ୍ତି ।


ଡିସିଏଚ୍‌-୧କୁ ବନ୍ଦ କରି ସେଠାରେ ମରାମତି କାମ କରାଯାଉଛି । ଡିସିଏଚ୍‌୧ ବର୍ତ୍ତମାନ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେବା ପରେ ପୁଣି କାର୍ଯ୍ୟକ୍ଷମ କରି ଡିସିଏଚ୍‌-୨କୁ ବନ୍ଦ କରାଯାଇଛି ବୋଲି ଏମ୍‌କେସିଜି ଅଧୀକ୍ଷକ ପ୍ରଫେସର ଡା.ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି । ଡିସିଏଚ୍‌-୧ରେ ୧୬୦ଟି ଶଯ୍ୟା ରହିଥିବା ବେଳେ ୨୪ଟିରେ ଭେଣ୍ଟିଲେଟର ସୁବିଧା ରହିଛି ଏବଂ ଅନ୍ୟ ସବୁ ଶଯ୍ୟା ସାଧାରଣ ରୋଗୀଙ୍କ ପାଇଁ ରହିଥିଲା । ସେଥିରୁ ୫୦ଟି ଶଯ୍ୟା କେବଳ ପିଲାଙ୍କ ପାଇଁ କରାଯାଇଛି ବୋଲି ସେ କହିଛନ୍ତି । ଆଗକୁ କରୋନା ୩ୟ ଲହର ଆସୁଥିବାରୁ ସବୁ କୋଭିଡ୍‌ ହସ୍‌ପିଟାଲ୍‌ରେ ପିଲାଙ୍କ ଚିକିତ୍ସା ବ୍ୟବସ୍ଥା କରାଯାଉଛି ।

ଶିଶୁ ରୋଗ ବିଭାଗର ବିଶେଷଜ୍ଞ ମାନଙ୍କ ପରାମର୍ଶ ପ୍ରକାରେ ୫୦ଟି ଶଯ୍ୟା ଏଠାରେ କରାଯାଇଛି । ଏହି ୱାର୍ଡରେ ପେଣ୍ଟିଂ କରିବା ସହ ପିଲା ମାନେ ଯେପରି ଖୁସି ହେବ ଏବଂ ମନୋରଞ୍ଜନ ହୋଇପାରିବ ସେଭଳି ସଜା ଯାଇଛି ବୋଲି କହିଛନ୍ତି । ଏଠାରେ ଏସ୍‌ଏନ୍‌ସିୟୁ, ପିଆଇସିୟୁ ଏବଂ ଅନ୍ୟାନ୍ୟ ଯନ୍ତ୍ରାଂଶ ସ୍ଥାପନ କରିବାକୁ ରାଜ୍ୟ ସରକାରଙ୍କୁ ଚିଠି କରାଯାଇଛି । ସମସ୍ତ ଯନ୍ତ୍ରାଂଶ ଆସିବା ପରେ ଲଗାଯିବ । ହସ୍‌ପିଟାଲ୍‌ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି ବୋଲି ସେ କହିଛନ୍ତି ।


ଜିଲ୍ଲାରେ କୋଭିଡ୍‌ ରୋଗୀ ମାର୍ଚ୍ଚ ମାସରୁ ବଢ଼ି ଚାଲିବାରୁ ଅଧିକ ହସ୍‌ପିଟାଲ୍‌ ଖୋଲାଯାଇଥିଲା । ଏପ୍ରିଲ୍‌ ୨୬ତାରିଖରେ ସୁପର ସ୍ପେଶାଲିଟି କୋଠାରେ ଆରମ୍ଭ ହୋଇଥିଲା ଡେଡିକେଟେଡ୍‌ କୋଭିଡ୍‌ ହସ୍‌ପିଟାଲ୍‌-୨ । ଏଠାରେ ୩ଶହ ଶଯ୍ୟା ରହିଥିବା ବେଳେ ୧୭୦ଶଯ୍ୟାକୁ ସିଧାସଳଖ ପାଇପ୍‌ ଯୋଗେ ଅକ୍ସିଜେନ୍‌ ସଂଯୋଗ ହୋଇଛି ଏବଂ ସର୍ବାଧିକ ୭୦ଟି ଆଇସିୟୁ ରହିଛି । ଡିସିଏଚ୍‌-୨କୁ ବନ୍ଦ କରାଯାଇଛି କିନ୍ତୁ ଏଠାରେ ମରାମତି କାର୍ଯ୍ୟ ଜାରି ରହିବ ବୋଲି କହିଛନ୍ତି କୋଭିଡ୍‌ ନୋଡାଲ୍‌ ଅଫିସର ତଥା ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କୀର୍ତ୍ତିଭାସନ୍‌ ।

ସେ କହିଛନ୍ତି ହସ୍‌ପିଟାଲକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇ ନାହିଁ । ଏଠାରେ କିଛି ମରାମତି କାର୍ଯ୍ୟ ଚାଲିବ ଏବଂ କାର୍ଯ୍ୟ ସରିବା ପରେ ଆବଶ୍ୟକ ହେଲେ କୋଭିଡ୍‌ ରୋଗୀଙ୍କୁ ଏଠାରେ ମଧ୍ୟ ଭର୍ତ୍ତି କରାଯିବ । ଏମ୍‌କେସିଜି ବ୍ୟତୀତ କନିଷିରେ ଚାଲିଥିବା ଅଶ୍ୱିନୀ କୋଭିଡ୍‌ ହସ୍‌ପିଟାଲ୍‌ ଏବଂ ଶୀତଳାପଲ୍ଲୀରେ ଚାଲିଥିବା ଟାଟା ହାଇଟେକ୍‌ କୋଭିଡ୍‌ ହସ୍‌ପିଟାଲ୍‌କୁ ମଧ୍ୟ ବନ୍ଦ କରାଯାଇଛି । ଜିଲ୍ଲାରେ ବର୍ତ୍ତମାନ ଗୁରୁତର ରୋଗୀ ନାହାନ୍ତି । ସବୁ ହସପିଟାଲ୍‌ରେ ଯନ୍ତ୍ରାଂଶ ରହିଛି ଏବଂ ଶଯ୍ୟା ରଖାଯାଇଛି । ସାନିଟାଇଜ୍‌ କରି ବନ୍ଦ କରାଯାଇଛି ବୋଲି ସେ କହିଛନ୍ତି । ଏବେ ଜିଲ୍ଲାରେ କୋଭିଡ୍‌ ରୋଗୀଙ୍କ ପାଇଁ କେବଳ ଏମ୍‌କେସିଜି ଡିସିଏଚ୍‌-୧ ରହିଛି ।

   Related Posts