ଉଛେଦ ହେବ ପୁରୀ ଶ୍ରୀମନ୍ଦିର ମେଘନାଦ ପ୍ରାଚୀରକୁ ଲାଗି ହୋଇଥିବା ସମସ୍ତ ନିର୍ମାଣ

Published By : Prameya-News7 Bureau | August 14, 2019 IST

ପୁରୀ ୧୪/୮: ପୁରୀ ଶ୍ରୀମନ୍ଦିର ମେଘନାଦ ପ୍ରାଚୀରକୁ ଲାଗି ହୋଇଥିବା ସମସ୍ତ ନିର୍ମାଣକୁ ଉଛେଦ କରାଯିବ। ଆସନ୍ତା ୧୯ ତାରିଖରୁ ଉଛେଦ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ବଲଓ୍ବନ୍ତ ସିଂ। ଶ୍ରୀମନ୍ଦିର ସୁରକ୍ଷା ଓ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଦୃଷ୍ଟିରେ ରଖି ଏହି ଉଛେଦ ପାଇଁ ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି।

{"id":144415}

ପୁରୀ ଶ୍ରୀମନ୍ଦିର ଏକ ବିଶ୍ବ ଐତିହ୍ୟ ସ୍ଥଳୀ ହୋଇଥିବା ବେଳେ ଏହାର ଚତୁଃପାର୍ଶ୍ବକୁ ଲାଗି ରହିଛି ଅନେକ ବେଆଇନ ନିର୍ମାଣ। ମେଘନାଦ ପ୍ରାଚୀରକୁ ଲାଗି କେତେକ ମଠ, କୋଠା, ସୂଚନାକେନ୍ଦ୍ର, ଶୌଚାଳୟ  ପ୍ରଭୃତି ଗଢ଼ି ଉଠିଛି। ଐତିହ୍ୟ ସ୍ଥଳକୁ ସୁରକ୍ଷିତ ରଖିବା ପାଇଁ ପ୍ରତ୍ନତତ୍ତ୍ବ ବିଭାଗର ଆଇନ ଅନୁଯାୟୀ ଏସବୁ ଉଛେଦ ଜରୁରୀ। ଏଣୁ ପୁରୀ ଜିଲ୍ଲାପାଳ ବଲଓ୍ବନ୍ତ ସିଂ ଏସବୁର ଉଛେଦ ପାଇଁ କଡ଼ା ପଦକ୍ଷେପ ନେଇଛନ୍ତି। ଆସନ୍ତା ୧୯ ତାରିଖରୁ ଏହି ଉଛେଦ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ।

{"id":144417}


ଏହି ଉଛେଦ ପ୍ରକ୍ରିୟା ଆରମ୍ଭ ହେଲେ ଶହଶହ ବର୍ଷ ଧରି ମେଘନାଦ ପାଚେରୀ ଚାରିକଡ଼େ ଥିବା ୧୫ ରୁ ଉର୍ଦ୍ଧ କୋଠା ଓ ନିର୍ମାଣ ଭଙ୍ଗାଯିବ। ସମ୍ଭାବିତ ଭଙ୍ଗାଯିବା ନିର୍ମାଣ ମଧ୍ୟରେ ରହିଛି ରାମଦୟା ପରିଷଦ, ବଡ଼ଛତା ମଠ, ଛାଉଣୀ ମଠ, ସୂଚନା କେନ୍ଦ୍ର, ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି, ସିଂହଦ୍ବାରକୁ ଲାଗି କରିଥିବା ଜୋତା ଷ୍ଟାଣ୍ତ, ଶ୍ରୀମନ୍ଦିର ଫାଣ୍ତି, ଦକ୍ଷିଣ ଦ୍ବାରରେ ଥିବା ଶୌଚାଳୟ, ପଶ୍ଚିମ ଦ୍ବାରରେ ଥିବା ସେସୁ ଅଫିସ ପ୍ରଭୃତି କୋଠା। ଶ୍ରୀମନ୍ଦିର ସୁରକ୍ଷା ନେଇ ବାରମ୍ବାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗୁଇନ୍ଦା ସୂଚନା ଓ ହାଇକୋର୍ଟଙ୍କ  ନିର୍ଦ୍ଦେଶକୁ ଦୃଷ୍ଟିରେ ରଖି ଏଭଳି ଉଛେଦ ପାଇଁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଜିଲ୍ଲାପାଳ।   

{"id":144418}

ଶ୍ରୀମନ୍ଦିର ସୁରକ୍ଷା ପାଇଁ ଏହି ସବୁ ନିର୍ମାଣ ଭାଙ୍ଗିବା ଜରୁରୀ ହୋଇଥିଲେ ମଧ୍ୟ ହାଇକୋର୍ଟ ସ୍ଥିତାବସ୍ଥା ଯୋଗୁ ଏହା ସମ୍ଭବ ହୋଇ ପାରୁନଥିଲା। ଏବେ ପ୍ରଶାସନ ଏହାକୁ ଭାଙ୍ଗିବାକୁ ପ୍ରୟାସ କରୁଥିବାରୁ ସାଧାରଣରେ ଉତ୍ସାହ ପ୍ରକାଶ ପାଇଛି।

{"id":144419}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.