ବଲିଉଡର ସବୁ କଳାକାର ଡ୍ରଗ୍ସ ସେବନ କରନ୍ତି ନାହିଁ, Boycott ଟ୍ୟାଗ୍ ହଟିବା ଜରୁରୀ, ସିଏମ ଯୋଗୀଙ୍କୁ ସୁନିଲ ସେଟ୍ଟୀଙ୍କ ଅପିଲ୍
5/01/2023 at 11:31 PM

ମୁମ୍ବାଇ: ବଲିଉଡର ସବୁ କଳାକାର ଡ୍ରଗ୍ସ ସେବନ କରନ୍ତି ନାହିଁ, Boycott ଟ୍ୟାଗ୍ ହଟିବା ଜରୁରୀ। ଏମିତି କହି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅପିଲ୍ କରିଛନ୍ତି ବଲିଉଡ ଅଭିନେତା ସୁନିଲ ସେଟ୍ଟୀ। ଗୁରୁବାର ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଫିଲ୍ମ ଜଗତର ଅନେକ ପ୍ରସିଦ୍ଧ କଳାକାରଙ୍କୁ ଭେଟିଛନ୍ତି। ବଲିଉଡ ଅଭିନେତା ଏବଂ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ହୋଇଥିବା ବୈଠକକୁ ‘ମୋଷ୍ଟ ଫିଲ୍ମ ଫ୍ରେଣ୍ଡଲୀ ଷ୍ଟେଟ୍ ଇନ ଇଣ୍ଡିଆ’ ଭାବେ ପ୍ରମୋଟ୍ କରାଯାଇଛି। ଏହି ସମୟରେ ସୁନିଲ ସେଟ୍ଟୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଅନେକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ସୁନିଲ ସେଟ୍ଟୀଙ୍କ କହିବା କଥା ବଲିଉଡ୍ରୁ ବୟକଟ୍ ଟ୍ୟାଗ୍ ହଟିବା ଜରୁରୀ।
ଜାନୁଆରୀ ୫ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁମ୍ବାଇରେ ଅନେକ ବଡ ବଡ ବଲିଉଡ କଳାକାରଙ୍କ ସହ ଉତ୍ତର ପ୍ରଦେଶରେ ନିର୍ମାଣ ହେଉଥିବା ଫିଲ୍ମ ସିଟି ଉପରେ ଆଲୋଚନା କରିଛନ୍ତି। ବୈଠକରେ ସୁନିଲ ସେଟ୍ଟୀ, କୈଳାଶ ଖେର, ସୁଭାଷ ଘାଇ, ଜ୍ୟାକି ସ୍ରଫ, ସୋନୁ ନିଗମ, ରବି କିଶନ ଏବଂ ବୋନି କପୁରଙ୍କ ସମେତ ଅନେକ ବଡ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।
ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସହ ଆଲୋଚନା ବେଳେ ସୁନିଲ ସେଟ୍ଟୀ କହିଛନ୍ତି, ୯୦ ପ୍ରତିଶତ ବଲିଉଡ କଳାକାର ଡ୍ରଗ୍ସ ସେବନ କରନ୍ତି ନାହିଁ। ସେମାନେ କେବଳ କଠୋର ପରିଶ୍ରମ କରି ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ କାମ କରନ୍ତି। ଏଥିପାଇଁ ବଲିଉଡରୁ ବୟକଟ୍ ହଟିବା ଜରୁରୀ। ବଲିଉଡର ବିଗିଡିଥିବା ଛବି ସୁଧାରିବା ଦରକାର। ଆମର କାହାଣୀ ଏବଂ ସଙ୍ଗୀତ ଦୁନିଆ ସହ ଜଡିତ। ଏଥିପାଇଁ ଆମ ଉପରେ ଲାଗିଥିବା କଳଙ୍କ ଦୂର ହେବାର ଆବଶ୍ୟକତା ରହିଛି। ଦୟାକରି ଏହି ସନ୍ଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପର୍ଯ୍ୟନ୍ତ ପହଞ୍ଚାନ୍ତୁ ବୋଲି ସୁନିଲ ସେଟ୍ଟୀ କହିଛନ୍ତି।