ସମାପ୍ତ ହେବ ‘ବିଗ୍ ବଜାର ବ୍ରାଣ୍ଡ’, କମ୍ପାନୀ ଲାଗି ସବୁ ରାସ୍ତା ବନ୍ଦ

Published By : Prameya-News7 Bureau | November 11, 2023 IST

ମୁମ୍ବାଇ ୧୧।୧୧: ‘ବିଗ୍ ବଜାର’ ବ୍ରାଣ୍ଡ ମାଧ୍ୟମରେ ଭାରତୀୟଙ୍କୁ ସପିଙ୍ଗର ନୂଆ ଅନୁଭବ ଦେଇଥିବା ‘ଫ୍ୟୁଚର ରିଟେଲ’ଙ୍କ ମୁକୁଳିବାର ସମସ୍ତ ରାସ୍ତା ଏବେ ବନ୍ଦ ହୋଇଯାଇଛି। ଋଣଦାତାଙ୍କ କମିଟି (ସିଓସି) ସ୍ପେସ୍ ମନ୍ତ୍ରା ଦ୍ୱାରା ଦିଆଯାଇଥିବା ପ୍ରସ୍ତାବକୁ ନାକଚ କରିଦେଇଛନ୍ତି। ଏହା ପରେ କିଶୋର ବିୟାନୀଙ୍କ ନେତୃତ୍ୱାଧୀନ ଦିଗ୍ଗଜ କମ୍ପାନୀ ଫ୍ୟୁଚର ରିଟେଲ ନ୍ୟାସନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ (ଏନସିଏଲଟି)ଙ୍କ ମୁମ୍ବାଇ ବେଞ୍ଚରେ ଲିକ୍ୱିଡେସନ ପ୍ରୋସେସ୍‌ ଆରମ୍ଭ କରିବା ପାଇଁ ନିବେଦନ କରିଛନ୍ତି। ସେୟାର ବଜାରକୁ ମଧ୍ୟ କମ୍ପାନୀ ଏହି ସୂଚନା ଦେଇଛି।

କମ୍ପାନୀ କହିଛି ଯେ କନଷ୍ଟ୍ରକ୍ସନ ମେଟେରିଆଲ କମ୍ପାନୀ ସ୍ପେସ୍ ମନ୍ତ୍ରା ଦ୍ୱାରା ଉପସ୍ଥାପିତ ସମାଧାନ ଯୋଜନାକୁ ଫ୍ୟୁଚର ରିଟେଲଙ୍କ ସିଓସି ମଞ୍ଜୁର କରି ନାହାନ୍ତି। ତେବେ ସ୍ପେସ୍ ମନ୍ତ୍ରା ସବୁଠୁ ଉଚ୍ଚ ବୋଲି ଲଗାଇଥିଲା। ଏହା ଛଡା ପିନେକଲ ଏୟାର, ଫାଲଗୁନ ଟେକ୍ ଏଲଏଲସି, ଲହର ସଲ୍ୟୁସନ୍ସ, ଗୁଡୱିଲ ଫର୍ଣ୍ଣିଚର ଓ ସର୍ବାଭିଷ୍ଟ ଇ-ୱେଷ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ମାନେ ମଧ୍ୟ ବୋଲି ଲଗାଇଥିଲେ। ଏହା ପରେ ପ୍ରକ୍ରିୟାର ମ୍ୟାନେଜମେଣ୍ଟ କରୁଥିବା କମ୍ପାନୀ ଲିକ୍ୱିଡେସନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ପରାମର୍ଶ ଦେଇଛନ୍ତି। ରିଲାଏନ୍ସ ରିଟେଲ ସହ ଡିଲ ଭାଙ୍ଗିବା ପରଠାରୁ ଫ୍ୟୁଚର ରିଟେଲ ସମସ୍ୟାରେ ଘେରି ଯାଇଛି।

{"id":868562,"sizeSlug":"full","linkDestination":"none"}

ସ୍ପେସ୍ ମନ୍ତ୍ରାଙ୍କ ପ୍ରସ୍ତାବ ଉପରେ ସେପ୍ଟେମ୍ବର ୩୦ ତାରିଖ ଦିନ ଭୋଟିଂ ହୋଇଥିଲା। ଏଥି ପାଇଁ ଋଣଦାତାଙ୍କର ୬୬ ଟି ଭୋଟ ଆବଶ୍ୟକତା ଥିବାବେଳେ ମାତ୍ର ୪୨ଟି ଭୋଟ ପଡିଥିଲା। ଏହା ସହିତ ଫ୍ୟୁଚର ରିଟେଲର ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି। ସ୍ପେସ୍ ମନ୍ତ୍ରା ୫୫୦ କୋଟି ଟଙ୍କାର ବୋଲି ଲଗାଇଥିଲା, ତେବେ ଫ୍ୟୁଚର ରିଟେଲ ଉପରେ ଋଣଦାତାଙ୍କ ୩୦ହଜାର କୋଟି ଟଙ୍କାର ଋଣ ରହିଛି। ଫ୍ୟୁଚର ରିଟେଲ ଭାରତୀୟଙ୍କୁ ସପିଙ୍ଗର ନୂଆ ଅନୁଭବ ଦେଇଥିଲା। ସମୂହର କମ୍ପାନୀ ‘ବିଗବଜାର’, ‘ଇଜିଡେ’ ଓ ‘ଫୁଡହଲ’କୁ ଲୋକେ ବେଶ୍ ପସନ୍ଦ କରିଥିଲେ।

ସଫଳତାର ଦିନମାନଙ୍କରେ କମ୍ପାନୀ ଭାରତର ୪୩୦ ସହରରେ ପାଖାପାଖି ୧୫୦୦ଟି ରିଟେଲ ଆଉଟଲେଟ ଚଳାଉଥିଲା। ରିଟେଲ ସହିତ ହୋଲସେଲ, ଲଜିଷ୍ଟିକ୍ସ ଏବଂ ୱେରହାଉସିଂ ସେଗମେଣ୍ଟରେ ମଧ୍ୟ କମ୍ପାନୀର ବର୍ଚସ୍ୱ ଆସିଯାଇଥିଲା। ଫ୍ୟୁଚର ଗ୍ରୁପରେ ପାଖାପାଖି ୧୯ଟି କମ୍ପାନୀ କାମ କରୁଥିଲେ। ଅଗଷ୍ଟ ୨୦୨୦ରେ ରିଲାଏନ୍ସ ରିଟେଲ ୨୪,୭୧୩ କୋଟି ଟଙ୍କାରେ ଫ୍ୟୁଚର ଗ୍ରୁପର ଅଧିଗ୍ରହଣ କରିଥିଲା, ହେଲେ ଏଥିରେ ଆମାଜନର ପେଞ୍ଚ ଫଶି ଯାଇଥିଲା। ଆମାଜନ ସହିତ ଆଇନଗତ ଲଢେଇ ଆରମ୍ଭ ହେବାରୁ ଋଣଦାତାମାନେ ରିଲାଏନ୍ସ ସହ ଡିଲକୁ ରୋକି ଦେଇଥିଲେ।

ଧନତେରସରେ କିଣିନେଲେ ୪୨ଟନ ସୁନା,ଗତବର୍ଷ ତୁଳନାରେ ଅଧିକ ୩ ଟନ ବିକ୍ରି, ୩୦ ହଜାର କୋଟି ଟଙ୍କାର କାରବାର 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.