ନବରାତ୍ରିରେ ବିବାହ ଛଡ଼ା ଆଉ ସବୁ କାର୍ଯ୍ୟ ହୋଇଥାଏ ଶୁଭ: ଜାଣନ୍ତୁ କାହିଁକି ?

Published By : Prameya-News7 Bureau | September 26, 2019 IST

ସେପ୍ଟେମ୍ବର ୨୯ତାରିଖରୁ ନବରାତ୍ରି ଆରମ୍ଭ ହେବ। ନବରାତ୍ରିର ୯ଦିନ ଯାଏଁ ଦୈବୀ ଶକ୍ତିର ୯ଟି ଭିନ୍ନ ଭିନ୍ନ ରୂପର ପୂଜା ଉପାସନା ଆରମ୍ଭ ହୋଇଯାଇଥାଏ। ନବରାତ୍ରିର ପୂର୍ବଦିନଠୁ ସବସ୍ତ ପ୍ରକାର ଶୁଭ କାର୍ଯ୍ୟ ହୋଇଥାଏ।ଗୃହ ପ୍ରବେଶ ,ନୂତନ ଦ୍ରବ୍ୟ କିଣାକିଣି,ନୂଆ ଚୁକ୍ତି,ନୂଆ କଣ୍ଟ୍ରାକ୍ଟ ଭଳି ଶୁଭ କାର୍ଯ୍ୟ କରାଯାଇଥାଏ। ଶୁଭ ଏବଂ ନୂଆ କାମ ପାଇଁ ନବରାତ୍ରିର ଦିନ ଅତ୍ୟନ୍ତ ଶୁଭ ଏବଂ ଫଳଦାୟକ ବୋଲି କୁହାଯାଇଥାଏ। କିନ୍ତୁ ବାସ୍ତବରେ କେଉଁ କାରଣ ଯୋଗୁଁ ନବରାତ୍ରିରେ ବିବାହ ଭଳି ଶୁଭ କାର୍ଯ୍ୟ ହୋଇନଥାଏ। ଆସନ୍ତୁ ଜାଣିବା ଏହା ପଛରେ ଥିବା କାରଣ ବିଷୟରେ

{"id":162844}

 ନବରାତ୍ରିରେ ଦେବୀଙ୍କ ଉପାସନା ସହ ଜଡ଼ିତ ଅନେକ ପ୍ରଥା ରହିଛି,ଏହି ପ୍ରଥାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଘରେ ଯଅ ରୋପଣ କରିବା। ଯଅ ରୋପଣ ଏବଂ କଳସ ସ୍ଥାପନା ସହ ମାଆଙ୍କ ୯ଦିନର ପୂଜା ଆରମ୍ଭ ହୋଇଥାଏ। ଏବେ ପ୍ରଶ୍ନ ଉଠୁଛି ଖାଲି ଯଅ କାହିଁକି? ବିଶ୍ବାସ ରହିଛି ଯେ ଯେତେବେଳେ ସୃଷ୍ଟିର ଆରମ୍ଭ ହୋଇଥିଲା,ସେତେବେଳେ ପ୍ରଥମ ଫସଲ ଯଅ ଥିଲା। ବସନ୍ତ ଋତୁରେ ପ୍ରଥମେ ଯଅ ଫସଲ କରାଯାଇଥାଏ। ଯାହା ଆମେ ମାଆ ଦେବୀଙ୍କୁ ଅର୍ପଣ କରିଥାଉ। ଏଥିପାଇଁ ଏହାକୁ ଭବିଷ୍ୟତ ଅନ୍ନ କୁହାଯାଇଥାଏ। ବିଶ୍ବାସ ରହିଛି ଯେ ଏହି ସମୟରେ ରୋପଣ କରାଯାଇଥିବା ଯଅ ଯଦି ଖୁବ୍ ଶୀଘ୍ର ବଢ଼ିଥାଏ,ତେବେ ଘରେ ସୁଖ ସମୃଦ୍ଧି ବଢ଼ିଥାଏ।

{"id":162845}

ଶାସ୍ତ୍ରରେ ରାତିରେ ଦେବୀ ପୂଜାକୁ ଫଳଦାୟକ ବୋଲି କୁହାଯାଇଛି। କାରଣ ଦେବୀ ରାତ୍ରି ସ୍ବରୂପା,କିନ୍ତୁ ଶିବଙ୍କୁ ଦିନର ସ୍ବରୂପ ବୋଲି କୁହାଯାଏ। ଏଥିପାଇଁ ନବରାତ୍ରି ବ୍ରତରେ ରାତ୍ରି ବ୍ରତର ବିଧାନ ରହିଛି। ଭକ୍ତି ଏବଂ ଶ୍ରଦ୍ଧାପୂର୍ବକ ମାଆଙ୍କ ପୂଜା ଦିନ ହେଉ କିମ୍ବା ରାତିରେ କେତେବେଳେ ବି କରାଯାଇଥାଏ।

{"id":162846}

କୁଆଁରୀ କନ୍ୟା ମାତାଙ୍କ ସମାନ ପବିତ୍ର ଏବଂ ପୂଜନୀୟ ହୋଇଥାଆନ୍ତି। ହିନ୍ଦୁ ଧର୍ମରେ ୨ବର୍ଷଠୁ ଆରମ୍ଭ କରି ୧୦ବର୍ଷର କନ୍ୟା ସାକ୍ଷାତ ମାତାଙ୍କ ସ୍ବରୂପ ହୋଇଥାଆନ୍ତି। ଏହି କାରଣ ଯୋଗୁଁ ନବରାତ୍ରି ପୂଜାରେ ଏହି ବୟସର କନ୍ୟାଙ୍କୁ ବିଧି ସହକାରେ ପୂଜା କରାଯାଇ ଭୋଜନ କରାଯାଇଥାଏ। ଶାସ୍ତ୍ର ଅନୁସାରେ,ଗୋଟିଏ କନ୍ୟାର ପୂଜାରୁ ଐଶ୍ବର୍ଯ୍ୟ,ଦୁଇଟି କନ୍ୟାର ପୂଜା ଦ୍ବାରା ଭୋଗ ଏବଂ ମୋକ୍ଷ,୩ଟିର ପୂଜା ଦ୍ବାରା ଧର୍ମ,ଅର୍ଥ ଏବଂ କାମ,୪ଟିର ପୂଜା ଦ୍ବାରା ରାଜ୍ୟପଦ,୫ଟିର ପୂଜା ଦ୍ବାରା ବିଦ୍ୟା,୬ଟିର ପୂଜା ଦ୍ବାରା ସିଦ୍ଧି,୭ଟିର ପୂଜା ଦ୍ବାରା ରାଜ୍ୟ,୮ଟିର ପୂଜା ଦ୍ବାରା ସମ୍ପଦ ଏବଂ ୯ଟିର ପୂଜା ଦ୍ବାରା ପୃଥିବୀରେ ପ୍ରଭୁତ୍ବ ପ୍ରାପ୍ତି ହୋଇଥାଏ।

{"id":162847}

ନବରାତ୍ରି ପବିତ୍ର ଏବଂ ଶୁଦ୍ଧତା ସହ ଜଡ଼ିତ ପର୍ବ ହୋଇଥାଏ। ଏଥିରେ ୯ଦିନ ଯାଏଁ ପୂର୍ଣ୍ଣ ପବିତ୍ରତା ଏବଂ ସାତ୍ତ୍ବିକତା ବଜାୟ ରଖି ଦେବୀଙ୍କ ୯ଟି ସ୍ବରୂପର ଆରାଧନା କରାଯାଇଥାଏ। ଏହି ସମୟରେ ଶାରିରୀକ ଏବଂ ମାନସିକ ଶୁଦ୍ଧତା ପାଇଁ ବ୍ରତ ରଖାଯାଇଥାଏ। ଏବେ ବହୁତ ଶ୍ରଦ୍ଧାଳୁ ଲୁଗା ଧୋଇବା, ସେଭିଙ୍ଗ କରିବା,କେଶ କାଟିବା ଏବଂ ଖଟରେ ଶୋଇବା ଭଳି କାମ କରିନଥାଆନ୍ତି। ବିଷ୍ଣୁ ପୁରାଣ ଅନୁସାରେ,ନବରାତ୍ରିରେ ବ୍ରତ କରିବା ସମୟରେ ବାରମ୍ବାର ପାଣି ପିଇବା,ଦିନରେ ଶୋଇବା,ତମାଖୁ ଚୋବାଇବା ଏବଂ ସ୍ତ୍ରୀ ସହ ସହବାସ ରଖିଲେ ବ୍ରତ ଖଣ୍ଡିତ ହୋଇଯାଇଥାଏ। ବିବାହ ଭଳି ଆୟୋଜନର ଉଦ୍ଦେଶ୍ୟ ସନ୍ତାନ ଏଂବ ସନ୍ତତିଙ୍କ ଦ୍ବାରା ବଂଶ ବଢ଼ାଇବା ହୋଇଥାଏ ,ସେଥିପାଇଁ ନବରାତ୍ରିରେ ବିବାହ କରିବା ଅନୁଚିତ୍।

{"id":162848}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.