ଡେଥ୍‌ ଓ୍ବାରେଣ୍ଟ ପୁଣି ଥରେ ଜାରି ହେବ କେବେ? ସୁପ୍ରିମକୋର୍ଟଙ୍କ ଶୁଣାଣି ଉପରେ ନଜର

Published By : Prameya-News7 Bureau | February 06, 2020 IST

ନୂଆଦିଲ୍ଲୀ୬/୨: ବୁଧବାରରେ ନିର୍ଭୟା ଦୋଷୀଙ୍କୁ ଏକ ସପ୍ତାହ ସମୟ ଦେଇଥିଲେ ଦିଲ୍ଲୀ ହାଇକୋର୍ଟ। ଏହି ୭ ଦିନରେ ଭିତରେ ଚାରି ଦୋଷୀ ସମସ୍ତ ଆଇନଗତ ବିକଳ୍ପ ଶେଷ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତାହା ସହ ଚାରି ଦୋଷୀଙ୍କୁ ଏକାକାଳୀନ ଫାଶୀ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ହାଇକୋର୍ଟଙ୍କ ଶୁଣାଣିର ମାତ୍ର କିଛି ସମୟ ଭିତରେ ଦିଲ୍ଲୀ ସରକାର ଓ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାରଙ୍କ ଦ୍ବାରା ସୁପ୍ରିମକୋର୍ଟରେ ପେଶ୍ ହୋଇଥିବା ପିଟିସନ ଉପରେ ଶୁକ୍ରବାରରେ ଶୁଣାଣି ହେବ।

ଦିଲ୍ଲୀ ହାଇକୋର୍ଟ ରାୟ ପ୍ରଦାନ କରିଥିଲେ। ମାତ୍ର ୭ ଦିନ ଭିତରେ ୪ ଦୋଷୀ ସବୁ ଆଇନଗତ ସମସ୍ତ କାର୍ଯ୍ୟ ଶେଷ କରନ୍ତୁ। ଏକକାଳୀନ ୪ ଦୋଷୀଙ୍କୁ ଫାଶୀ ଦିଆଯିବ। କିନ୍ତୁ କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାର ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଥିଲେ। ଯେଉଁ ଦୋଷୀର ଆଇନଗତ ବିକଳ୍ପ ଶେଷ ହୋଇଛି। ତାକୁ ଶୀଘ୍ର ଫାଶୀ ମିଳିବା ଉଚିତ ବୋଲି ପିଟିସନ ଉଲ୍ଲେଖ କରିଥିଲେ ଉଭୟ କେନ୍ଦ୍ର ଓ ଦିଲ୍ଲୀ ସରକାର।ବର୍ତ୍ତମାନ ସୁଦ୍ଧା ଦୋଷୀ ମୁକେଶ ଓ ବିନୟର ଦୟା ଯାଚିକାକୁ ରାଷ୍ଟ୍ରପତି ଖାରଜ କରି ଦେଇଛନ୍ତି। ହେଲେ ଦୋଷୀ ଅକ୍ଷୟ କୁମାର ସିଂହର ଦୟା ଯାଚିକା ବିଚାରାଧୀନ ଅଛି। ଅନ୍ୟପଟେ ଦୋଷୀ ପଓ୍ବନ ଗୁପ୍ତା ଦୟା ଯାଚିକା ପେଶ୍ କରି ନାହାନ୍ତି।

 ସେହିପରି କେନ୍ଦ୍ର ସରକାର ନିଜ ଯୁକ୍ତିରେ କହିଛନ୍ତି ଯେ ଦିଲ୍ଲୀ ଜେଲ୍‌ର ନିୟମ ଯାହା ଅଛି ତାହା ଠିକ୍ ନୁହେଁ। ଗୋଟିଏ ଅପରାଧରେ ସାମିଲ ଥିବା ଦୋଷୀମାନଙ୍କୁ ଏକକାଳୀନ ଫାଶୀ ଦେବା ଜରୁରୀ ନୁହେଁ। ଦିଲ୍ଲୀ ହାଇକୋର୍ଟ ଜାଣିଶୁଣି ଏଭଳି ନିଷ୍ପତ୍ତି ନେଉଥିବା କଥା କେନ୍ଦ୍ର ସରକାର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.