ଜୁଲାଇ ୧୬ ତାରିଖରେ ଚନ୍ଦ୍ର ଗ୍ରହଣ, ଭୁଲରେ ବି କରନ୍ତୁନି ଏହି ସବୁ କାମ

Published By : Prameya-News7 Bureau | July 07, 2019 IST

ଆସନ୍ତା ୧୬ ତାରିଖ ମଙ୍ଗଳବାର ଗୁରୁପୁର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ହେବ। ଗତ ଜୁଲାଇ ୨ ତାରିଖରେ ସୂର୍ଯ୍ୟ ପରାଗ ହୋଇଥିଲା। ତେବେ ଭାରତରେ ଏହା ଦେଖା ଯାଇନଥିବାରୁ ପରାଗ ପାଳନୀୟ ହୋଇ ନଥିଲା। ତେବେ ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟ ହେଉଛି। ଏଣୁ ଏହା ପାଳନୀୟ ବୋଲି ଜ୍ୟୋତିଷାଚାର୍ଯ୍ୟମାନେ କହିଛନ୍ତି। ୧୬ ଓ ୧୭ ଜୁଲାଇର ଏହି ଚନ୍ଦ୍ରଗ୍ରହଣ ଭାରତ ବ୍ୟତୀତ ୟୁରୋପ, ଅଷ୍ଟ୍ରେଲିଆ, ଆଫ୍ରିକା ଓ ଆମେରିକାରେ ମଧ୍ୟ ଦେଖାଯିବ।

{"id":131541,"width":580,"height":403}

ଗୁରୁପୂର୍ଣ୍ଣିମାର ଏହି ଚନ୍ଦ୍ରଗ୍ରହଣ ପ୍ରାୟ ୧୪୯ ବର୍ଷ ପରେ ସଂଘଟିତ ହେଉଛି।  ଏହା ପୂର୍ବରୁ ଯେଉଁ ଚନ୍ଦ୍ରଗ୍ରହଣ ହୋଇଥିଲା ସେତେବେଳେ ଚନ୍ଦ୍ର ଶନି ଓ କେତୁଙ୍କ ସହ ଧନୁ ରାଶିରେ ଅବସ୍ଥାନ କରୁଥିଲେ। ସେହିପରି ସୂର୍ଯ୍ୟ ରାହୁ ସହିତ ମିଥୁନ ରାଶିରେ ଥିଲେ। ଭାରତରେ ଗ୍ରହଣ ୩ ଘଣ୍ଟା ପର୍ଯ୍ୟନ୍ତ ଦେଖାଯିବ। ହିନ୍ଦୁ ମାନ୍ୟତା ଅନୁସାରେ ସୂର୍ଯ୍ୟ ପରାଗ ଅଥବା ଚନ୍ଦ୍ରଗ୍ରହଣ ହେଲେ ସୂତକ ହୋଇଥାଏ। ସୂର୍ଯ୍ୟ ପରାଗ ପାଇଁ ୧୨ ଘଣ୍ଟା ପୂର୍ବରୁ ସୂତକ ଧରା ଯାଉଥିବା ବେଳେ ଚନ୍ଦ୍ରଗ୍ରହଣ ପାଇଁ ୯ ଘଣ୍ଟା ପୂର୍ବରୁ ସୂତକ ହୋଇଥାଏ। ଏଣୁ ଆଗାମୀ ଚନ୍ଦ୍ରଗ୍ରହଣ ପାଇଁ ସୂତକ କାଳ ମଧ୍ୟାହ୍ନ ଗୋଟାଏ ୩୦ ମିନିଟରୁ ନିର୍ଦ୍ଧାରଣ କରାଯାଉଛି। ଗୁରୁ ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ହେଉଥିବାରୁ ଗୁରୁ ପୂଜା ସୂତକ ସମୟ ପୂର୍ବରୁ ଶେଷ କରିବା ଲାଗି କୁହାଯାଇଛି ।

{"id":131542}

ଗ୍ରହଣ ବେଳେ କିଛି କାର୍ଯ୍ୟ ନିଷିଦ୍ଧ କରାଯାଇଥାଏ। ଯେପରିକି ଦେବ ଉପାସନା, ଖାଦ୍ୟ ରୋଷେଇ ଓ ଖାଇବା ଆଦି ମନା କରାଯାଇଥାଏ। ଏହା ପରେ ବିଜ୍ଞାନ ସମ୍ମତ ମଧ୍ୟ ହୋଇଛି। ଗ୍ରହଣ ଓ ପରାଗ ବେଳେ ବାୟୁ ମଣ୍ଡଳରେ ବ୍ୟକ୍ଟେରିଆ ବ୍ୟାପୀ ଯାଇଥାନ୍ତି। ଏଣୁ ଖାଦ୍ୟ ରୋଷେଇ ଓ ଖାଇବା ଉପରେ କଟକଣା ଥାଏ। ସେହିପରି ଗ୍ରହଣ ସମୟରେ ସମ୍ଭୋଗ ଓ ଶୁଭ କାର୍ଯ୍ୟ ମଧ୍ୟ ନିଷିଦ୍ଧ ହୋଇଥାଏ। ଗ୍ରହଣ କାଳରେ ସମ୍ଭୋଗ ଯୋଗୁ ଯଦି ଗର୍ଭଧାରଣ ହୁଏ ତେବେ ଶିଶୁ ବିକଳାଙ୍ଗ ହେବାର ସମ୍ଭାବନା ଅଧିକ ଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.