Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୁପ୍ରିମକୋର୍ଟଙ୍କ ରାୟ ପରେ ସଞ୍ଜୟ ରାଉତଙ୍କ ପ୍ରତିକ୍ରିୟା: ବିଦ୍ରୋହୀଙ୍କୁ ଅଯୋଗ୍ୟ ଘୋଷଣା କରାଯିବ, କାହାକୁ ଛଡାଯିବନି

27/06/2022 at 6:56 PM

ମୁମ୍ବାଇ: ମହାରାଷ୍ଟ୍ରର ରାଜନୀତିରେ ଦିନକୁ ଦିନ ରୋଚକ ମୋଡ଼ ନେଉଛି। ସୁପ୍ରିମକୋର୍ଟରେ ଆଜି ଶୁଣାଣି ପରେ ଏକନାଥ ସିନ୍ଦେ ଉଦ୍ଧବଙ୍କୁ ଟାର୍ଗେଟ କରୁଥିବା ବେଲେ ସଞ୍ଜୟ ରଉତ ପୁଣିଥରେ ୧୬ ବିଧାୟକଙ୍କୁ ଅଯୋଗ୍ୟ ହେବା କଥା କହିଛନ୍ତି।

ଆଜି ମାମଲାର ଶୁଣାଣି କରି କୋର୍ଟ କହିଥିଲେ ଯେ ବାଚସ୍ପତିଙ୍କ ବିରୋଧରେ ଅନାସ୍ଥ ପ୍ରସ୍ତାବ ଆଣିଥିଲେ ବିଧୟାକ। ହେଲେ ବାଚସ୍ପତି କେମିତି ନିଜ ମାମଲା ନିଜେ ବିଚାର କରି ଏହାକୁ ବରଖାସ୍ତ କଲେ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ। ତା ଛଡ଼ା ବିଧାୟକଙ୍କ ଅଯୋଗ ଘୋଷଣା କାର୍ଯ୍ୟାନୁଷ୍ଠାନକୁ ୧୧ ଜୁଲାଇ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି।

ଏହାକୁ ନେଇ ଏକନାଥ ସିନ୍ଦେ ଟ୍ୱିଟ୍ କରି କହିଥିଲେ ଯେ ବାଲାସାହେବଙ୍କ ହିନ୍ଦୁତ୍ୱର ବିଜୟ ହୋଇଛି। ଏପଟେ କୋର୍ଟଙ୍କ ରାୟ ଆସିବା ପରେ ପ୍ରତିକ୍ରିୟା ଦେଇଛନ୍ତି ସଞ୍ଜୟ ରାଉତ। ବିଦ୍ରୋହୀ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରାଯିବ ବୋଲି ସେ କହିଛନ୍ତି। ତେବେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସେ ସ୍ୱାଗତ କରିଛନ୍ତି। ସେ କହିଛନ୍ତି “ ସମସ୍ତ ୧୬ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯିବ। ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛି।  ସେମାନେ କେହି ବର୍ତ୍ତିବେନି। ତେବେ କୋର୍ଟ ୧ ଜୁଲାଇ ପର୍ଯ୍ୟନ୍ତ ଏହା ଉପରେ କେବଳ ରହିତାଦେଶ ଜାରି କରିଛନ୍ତି। ତେବେ ଅଯୋଗ୍ୟ ହେବାର ଖଣ୍ଡା କିନ୍ତୁ ସେମାନଙ୍କ ମୁଣ୍ଡ ଉପରେ ଝୁଲୁଛି।”

ଏପଟେ ଉଦ୍ଧବ ଠାକରେ ଆଜି ଇସ୍ତଫା ଦେବାକୁ ଚାହୁଁଥିଲେ ବୋଲି ସୂଚନା ମିଳୁଛି। ଉଦ୍ଧବ ଇସ୍ତଫା ଦେବାକୁ ଯୋଜନା କରୁଥିବା ବେଳେ ଏନ୍‌ସିପି ନେତା ଶରତ ପାୱାର ତାଙ୍କୁ ଅଟକାଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।

   Related Posts