ହଠାତ୍ ଆକାଉଣ୍ଟକୁ ଆସିଲା କୋଟିକୋଟି, ଏବେ ଲଗାଉଛନ୍ତି ବ୍ୟାଙ୍କ-ପୋଲିସର ଚକ୍କର୍

Published By : Prameya-News7 Bureau | November 14, 2023 IST

ନୂଆଦିଲ୍ଲୀ ୧୪।୧୧: ବିନା ପରିଶ୍ରମରେ ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ କୋଟିକୋଟି ଟଙ୍କା ଆସେ,  ତେବେ ଆପଣଙ୍କୁ କେମିତି ଲାଗିବ । ନିଶ୍ଚୟ ଖୁସି ହୋଇଯିବେ । ସେଗୁଡିକୁ କେମିତି ଖର୍ଚ୍ଚ କରିବେ ସେ ବିଷୟରେ ଚିନ୍ତା କରିବେ । ଏହି ଟଙ୍କାରେ ଆପଣଙ୍କ ସ୍ବପ୍ନର ଜିନିଷ କିଣିବାକୁ ଚେଷ୍ଠା କରିବେ । ଠିକ୍‌ ଏପରି ଏକ ଘଟଣା ଜଣେ ବ୍ୟକ୍ତିଙ୍କ ସହ ହୋଇଛି । ରାତାରାତି ତାଙ୍କ ଆକାଉଣ୍ଟକୁ ଆସିଯାଇଛି କୋଟିକୋଟି ଟଙ୍କା । କିନ୍ତୁ ସେ ଖୁସି ନାହାନ୍ତି । ସେ ଭୟଭୀତ ଅଛନ୍ତି ।

{"id":869464,"sizeSlug":"full","linkDestination":"none"}

ଏହି ବ୍ୟକ୍ତି ଜଣକ ହେଉଛନ୍ତି ଉତ୍ତରପ୍ରଦେଶ ଆଲିଗଡର ପାର୍କୋଟ କୋଟୱାଲୀ ପୋଲିସ ଷ୍ଟେସନ ଅଞ୍ଚଳର ଭୁଜପୁର ବାସିନ୍ଦା ଅସଲମ । ହଠାତ୍ ତାଙ୍କ ବ୍ୟାଙ୍କ ଆକାଉଣ୍ଟରକୁ ଆସିଯାଇଛି ୪ କୋଟି ୭୮ ଲକ୍ଷ ଟଙ୍କା । ଏହି ଟଙ୍କାକୁ ଦେଖି ସେ ଖୁସି ନାହାନ୍ତି ବରଂ ଆଶ୍ଚର୍ଯ୍ୟ ଏବଂ ଚକିତ ହୋଇଯାଇଛନ୍ତି । ତାଙ୍କ ପାଖକୁ ଟଙ୍କା ଆସିବା ଦିନଠାରୁ ସେ ବ୍ୟାଙ୍କ୍‌ ଏବଂ ପୋଲିସ ଷ୍ଟେସନ୍‌ର ଚକ୍କର ଲଗାଉଛନ୍ତି ।

{"id":869465,"width":838,"height":472,"sizeSlug":"full","linkDestination":"none"}

ବାସ୍ତବରେ ତାଙ୍କୁ ଡର ଲାଗୁଛି ଯେ, ହୁଏତ ଏହି ଟଙ୍କା କୌଣସି ଆତଙ୍କବାଦୀ ସଂଗଠନ ପଠାଇଥିବେ । ଅସଲମ୍‌ଙ୍କ ମୋବାଇଲ୍‌କୁ ହଠାତ୍ ଏକ ମେସେଜ୍‌ ଆସିଥିଲା । ଯାହାକୁ ଦେଖି ଚକିତ ହୋଇଯାଇଥିଲେ । ଏହି ମେସେଜ୍‌ଟି ତାଙ୍କ ବ୍ୟାଙ୍କରୁ ଆସିଥିଲା । ଏଥିରେ ଲେଖାଥିଲା ଯେ ତାଙ୍କ ଆକାଉଣ୍ଟକୁ ଡିପୋଜିଟ୍‌ ହୋଇଛି ୪ କୋଟି ୭୮ ଲକ୍ଷ ଟଙ୍କା । ଏନେଇ ସେ ଭୟଭୀତ ହୋଇଯାଇଥିଲେ । ସେ ତୁରନ୍ତ ପୋଲିସକୁ ଏ ସମ୍ପର୍କରେ ଖବର ଦେଇଥିଲେ।

{"id":869466,"sizeSlug":"full","linkDestination":"none"}

କହିଥିଲେ ଯେ ସେ ଏହି ଟଙ୍କା ବିଷୟରେ କିଛି ବି ଜାଣି ନାହାଁନ୍ତି । ଏମିତିକି ସେ ବ୍ୟାଙ୍କକୁ ଯାଇଥିଲେ, ଆଉ କିଏ ଏହି ଟଙ୍କା ପଠେଇଛି ଜାଣିବାକୁ ଚେଷ୍ଟା କରିଥିଲେ । ବର୍ତ୍ତମାନ ପୋଲିସ ସାଇବର ସେଲ୍‌ ଏହି ଟ୍ରାଞ୍ଜକ୍ସନକୁ ନେଇ ଅନୁସନ୍ଧାନ କରୁଛି । ପୋଲିସ ଅସଲମଙ୍କ ଠାରୁ ସବିଶେଷ ତଥ୍ୟ ନେଇ ଆକାଉଣ୍ଟକୁ ଫ୍ରିଜ୍ କରିଛି । ଅସଲାମ କହିଛନ୍ତି ଯେ ତାଙ୍କ ଆକାଉଣ୍ଟକୁ ଆସୁଥିବା ଟଙ୍କା ବିଷୟରେ ସୂଚନା ପାଇବା ମାତ୍ରେ ସେ ବ୍ୟାଙ୍କକୁ ଦୌଡିଥିଲେ। ସେଠାରେ ତାଙ୍କ ଆକାଉଣ୍ଟକୁ ମଧ୍ୟ ଯାଞ୍ଚ କରାଯାଇଥିଲା ।

{"id":869467,"sizeSlug":"full","linkDestination":"none"}

କିନ୍ତୁ ଏହି ଟଙ୍କା କିଏ ପଠାଇଛନ୍ତି ସେନେଇ କିଛି କହିପାରି ନଥିଲେ ବ୍ୟାଙ୍କ ଅଧିକାରୀ । ଏଭଳି ସ୍ଥିତିରେ ଅସଲମ୍‌ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ । ସେ ଡରୁଥିଲେ କି ଏହି ଟଙ୍କା ଯୋଗୁଁ ସେ କୌଣସି ଅସୁବିଧାରେ ପଡ଼ିପାରନ୍ତି । କିନ୍ତୁ ପୋଲିସ ଏପର୍ଯ୍ୟନ୍ତ ତାଙ୍କୁ କିଛି କହିନି । ପୋଲିସ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିଛି । ଯେଉଁ କାରଣରୁ ୪ କୋଟି ୭୮ ଲକ୍ଷ ସହ ତାଙ୍କର କଷ୍ଟ ଉପାର୍ଜିତ ଟଙ୍କା ମଧ୍ୟ ବ୍ୟାଙ୍କରେ ଫ୍ରିଜ୍ ହୋଇଯାଇଛି ।

{"id":869470,"width":840,"height":630,"sizeSlug":"full","linkDestination":"none"}

ଏହି ପରିପ୍ରେକ୍ଷୀରେ ଅସଲମ୍ ସିଏମ୍ ହେଲ୍ପଲାଇନ ନମ୍ବରକୁ ଫୋନ୍‌ କରିଥିଲେ । ସେ କହିଛନ୍ତି ଯେ ତାଙ୍କର ଆଇଡିଏଫସି ବ୍ୟାଙ୍କରେ ଏକ ଆକାଉଣ୍ଟ ଅଛି । ପୂର୍ବରୁ ଏହି ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରାଯାଇଥିଲା । ଏହାପରେ ଏହି ଟଙ୍କାକୁ UCO ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରା ଯାଇଥିଲା । ଏହି ଦୁଇଟି ଖାତା ତାଙ୍କ ନିଜ ନାଁରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.