Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କେବଳ ୫ହଜାର ଟଙ୍କା ପାଇଁ ଅଢ଼େଇ ବର୍ଷର ନିରୀହ ଶିଶୁର ନିର୍ମମ ହତ୍ୟା : ପୂରା ଦେଶ ସ୍ତବ୍ଧ

7/06/2019 at 1:01 PM

ଅଲିଗଡ଼ ୭/୬: ଅଲିଗଡ଼ର ତାଲାନଗରୀର ଟପ୍ପଲ ଅଞ୍ଚଳର ଅଢ଼େଇ ବର୍ଷର ଶିଶୁର ଜଘନ୍ୟ ହତ୍ୟା ଘଟଣା ଶୁଣି ସମସ୍ତଙ୍କ ହୃଦୟ ଫାଟି ଯାଇଛି। ସାଧାରଣ ଜନତାଠୁ ଆରମ୍ଭ କରି ଫିଲ୍ମଷ୍ଟାର ଏହି ନୃଶଂସତା ଉପରେ ନିଜର ରାଗ ପ୍ରକାଶ କରିଛନ୍ତି। ବାସ୍ତବରେ ଅଲିଗଡ଼ର ତାଲାନଗରୀର ଟପ୍ପଲ ଅଞ୍ଚଳରେ ମଇ ୩୧ତାରିଖରେ ଏକ ଅଢ଼େଇ ବର୍ଷର ଝିଅ ନିଖୋଜ ହୋଇଯାଇଥିଲେ। ଏହାପରେ ଝିଅର ପରିବାର ଲୋକେ ଥାନାରେ ମାମଲା ରୁଜୁ କରିଥିଲେ।

ନିଖୋଜ ହେବାର ଠିକ୍ ୫ଦିନ ପରେ ଅଳିଆଗଦାରେ କୁକୁର ଦଳ ଏକ ଶବ ପରି ଦେଖାଯାଉଥିବା ଜିନିଷକୁ ଝୁଣୁଥିବା ଦେଖାଯାଇଥିଲା ଯେଉଁଥିରୁ ଅତ୍ୟନ୍ତ ଦୁର୍ଗନ୍ଧ ବାହାରୁଥିଲା। ଯେତେବେଳେ ଲୋକେ ପାଖକୁ ଯାଇ ଦେଖିଥିଲେ ସେତେବେଳେ ଜଣା ପଡ଼ିଥିଲା ଯେ ଏହା ସେହି ନିରୀହ ନିଷ୍ପାପ ଶିଶୁର ଯିଏ ମଇ ୩୧ତାରିଖ​ରେ ନିଖୋଜ ହୋଇଥିଲେ। ପ୍ରଥମେ ଆାଙ୍କା କରାଯାଉଥିଲା ଯେ ଏହି ନିଷ୍ପାପ ଝିଅଟିକୁ ଦୁର୍ବୃତ୍ତମାନେ ଗଣଦୁଷ୍କର୍ମ କରିବା ପରେ ହତ୍ୟା କରିଛନ୍ତି। କିନ୍ତୁ ପୋଲିସ୍ ଏବେ ଦୁଷ୍କର୍ମ ଘଟଣାକୁ ମନା କରିଛି।

ଯେଉଁ ଅବସ୍ଥାରେ ଶିଶୁର ଶବ ମିଳିଛି ତାକୁ ଦେଖି କାହାର ବି ଛାତି ଥରିବ। ଶିଶୁର ଆଖି ବାହାରକୁ ବାହାରି ଯାଇଛି ଏବଂ ହାତ ଶରୀରରୁ ଅଲଗା ହୋଇଯାଇଛି। ଶିଶୁର ଶବ ଜବତ କରିବା ପାଇଁ ବିଳମ୍ବ ଘଟିଥିବା ହେତୁ ପରିବାର ଲୋକେ ଅନ୍ୟ ଲୋକଙ୍କ ସହ ମିଶି ସ୍ଥାନୀୟ ପ୍ରଶାସନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଅଲିଗଡ଼ର ଏସପିଙ୍କ କହିବାନୁସାରେ ଶିଶୁର ହତ୍ୟା ତଣ୍ଟି ଚିପ କରାଯାଇଛି ଏବଂ ଶିଶୁ ସହ ଦୁଷ୍କର୍ମ କରାଯାଇନାହିଁ। ଏହା ପୋଷ୍ଟମର୍ଟମରୁ ଜଣା ପଡ଼ିଛି।

ହତ୍ୟା ପଛର କାରଣ ହେଉଛି ପରସ୍ପର ପ୍ରତି ରାଗ ।ପୋଲିସ୍ ଏହି ମାମଲାରେ ୨ଜଣଙ୍କୁ ଗିରଫ କରିଛି। ପୀଡ଼ିତଙ୍କ ପରିବାର ଏହି ମାମଲାରେ ଅଭିଯୁକ୍ତର ପତ୍ନୀ ଏବଂ ତା ଛୋଟ ଭାଇକୁ ମଧ୍ୟ ଗିରଫ କରିବାକୁ ଦାବି କରିଛି।

ପୋଲିସ କହିବା ଅନୁସାରେ କେବଳ ୫ହଜାର ଟଙ୍କା ପାଇଁ ଝଗଡ଼ା ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଛି। ୪୦ହଜାର ଟଙ୍କା କରଜ ଥିବା ପୀଡ଼ିତା ଶିଶୁଙ୍କ ପରିବାର ୩୫ହଜାର ଟଙ୍କା ଫେରାଇ ଦେଇଥିବାବେଳେ ଆଉ ୫ହଜାର ଟଙ୍କା ପାଇଁ ବିବାଦ ଚାଲିଥିଲା।

ଏବେ ଅଲିଗଡ଼କୁ ନେଇ ସମଗ୍ର ଦେଶରେ ସୋଶିଆଲ ମିଡିଆରେ ଲୋକେ ଏହି ଘଟଣାକୁ ନେଇ ନିନ୍ଦା କରୁଛନ୍ତି ଏବଂ ହତ୍ୟାକାରୀଙ୍କୁ ଅତି ଶୀଘ୍ର ଦଣ୍ଡ ଦେବାକୁ ଦାବି କରୁଛନ୍ତି।

   Related Posts