ଆମ ଗତିବିଧିରେ ନଜର ରଖୁଛନ୍ତି ଏଲିଅନ୍, ରିସର୍ଚ୍ଚ ପ୍ରୋଜେକ୍ଟକୁ କରିପାରନ୍ତି ପ୍ରଭାବିତ !
30/03/2023 at 10:39 AM

ନୂଆଦିଲ୍ଲୀ ୩୦।୦୩ ;ଏଲିଅନକୁ ନେଇ ଅନେକ ରହସ୍ୟ । ସେମାନେ କେଉଁଠି ରୁହନ୍ତି, କିପରି ରୁହନ୍ତି, ସେମାନଙ୍କ ବଞ୍ଚିବାର ଆଧାର କ’ଣ – ଏପରି ଅନେକ ପ୍ରଶ୍ନ । ଯାହା ଉପରେ ରିସର୍ଚ୍ଚ କରୁଛନ୍ତି ବୈଜ୍ଞାନିକ । କିନ୍ତୁ ନିକଟରେ ପ୍ରକାଶ ପାଇଛି ପେଣ୍ଟାଗନ୍ର ଏକ ରିପୋର୍ଟ । ଯାହାର ତଥ୍ୟ ଆଶ୍ଚର୍ଯ୍ୟଜନକ ।

ପେଣ୍ଟାଗନ୍ ରିପୋର୍ଟରେ କୁହାଯାଇଛି ଯେ, ମହାକାଶର ଗୋଟିଏ କୋଣରେ ବସି କେହି ଆମ ଗତିବିଧି ଉପରେ ରଖୁଛି ନଜର । ସେ ଆଉ କେହି ନୁହଁନ୍ତି, ସେମାନେ କେବଳ ଏଲିଅନ୍ । ସେଠାରୁ ସେମାନେ ଜାସୁସି କରୁଛନ୍ତି । ସେହି ରିପୋର୍ଟରେ ଆହୁରି କୁହାଯାଇଛି ଯେ ଏଲିଅନ୍ ମାନେ ଆମର ରିସର୍ଚ୍ଚ ପ୍ରୋଜେକ୍ଟକୁ ପ୍ରଭାବିତ କରିବାକୁ କରିପାରନ୍ତି ଚେଷ୍ଟା ।

ଅନ୍ତରୀକ୍ଷର ଚାରିପଟେ ପଡିଛି ମଦରସିପ୍ । ଏକଥା ଆମେ କହୁନୁ ବରଂ ପେଣ୍ଟାଗନ୍ର UFO ଅଧିକାରୀ ତଥା ହାଭାର୍ଡ ବୈଜ୍ଞାନିକଙ୍କ ଦ୍ୱାରା ଉପସ୍ଥାପିତ ରିପୋର୍ଟ । ଡକ୍ୟୁମେଣ୍ଟରେ ଏମିତି କରାଯାଇଛି ଦାବି । ରିପୋର୍ଟରେ କୁହାଯାଇଛି ଯେ ଅନ୍ତରୀକ୍ଷରେ ଏକ ଯାନ ପରି କିଛି ରହିଛି । ଯାହା ଆମର ନୂଆ ତଥ୍ୟ ହୋଇପାରେ ।

ତେବେ ବୈଜ୍ଞାନିକମାନେ ଏହାପୂର୍ବରୁ ୨୦୧୭ ମସିହାରେ ମହାକାଶରେ ଏପରି ବସ୍ତୁ ଚିହ୍ନଟ କରିଥିଲେ, ଯାହାର ଆକୃତି କିଛି ମାତ୍ରାରେ ଥିଲା ସ୍ୱତନ୍ତ୍ର । ତାହା ବଡ ଆକାରର ସିଗାରେଟ୍ ପରି ଦେଖାଯାଉଥିଲା । ପରେ କୁହାଯାଇଥିଲା ଯେ ତାହା ଏକ ଧୁମକେତୁ ।

ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଏଲିଅନ୍ ମାନେ ପୃଥିବୀ ଯାଏଁ ପହଞ୍ଚିପାରନ୍ତି । ରିସର୍ଚ୍ଚ ଅନୁଯାୟୀ,ଏଲିଅନ୍ ମାନେ ବାୟୁମଣ୍ଡଳ ସହ ପଥର ଗ୍ରହ ବିଷୟରେ ଜାଣିବାକୁ ଇଚ୍ଛୁକ । ଏପରି ଲାଗୁଛି କି ସେମାନଙ୍କୁ ଶୁକ୍ର, ପୃଥିବୀ ଏବଂ ମଙ୍ଗଳ ପରି ଗ୍ରହଗୁଡିକ ଦୂରରୁ ଆକର୍ଷଣୀୟ ଦେଖାଯାଉଥିବ । ବୈଜ୍ଞାନିକଙ୍କ ଅନୁଯାୟୀ, ଏଲିଅନମାନଙ୍କୁ ଯେମିତି ଜଳପଥ ବିଷୟରେ ଜଣାପଡିବ, ସେମାନଙ୍କ ଆଗ୍ରହ ସେତେ ଶୀଘ୍ର ପୃଥିବୀ ପ୍ରତି ବଢିବ । ତେବେ ଏଲିଅନ ସମ୍ପର୍କରେ ଚାଲୁଥିବା ରିସର୍ଚ୍ଚରେ କେତେ ସତ୍ୟତା ରହିଛି ତାହା ଆଗାମୀ ଦିନରେ ହେବ ସ୍ପଷ୍ଟ ।