ଏଲିଏନ୍ସଙ୍କୁ ନେଇ ନୂଆ ତଥ୍ୟ: ପୃଥିବୀ ବାହାରର ଏହି ଜୀବ ଛାୟାପଥର ସଦସ୍ୟ ହୋଇଥାଇପାରନ୍ତି କିନ୍ତୁ ସେମାନେ ନିଜକୁ ନିଜେ ଧ୍ବଂସ କରନ୍ତି

Published By : Prameya-News7 Bureau | December 25, 2020 IST

ନୂଆଦିଲ୍ଲୀ ୨୫/୧୨: ମଣିଷ ଏବେ ଯାଏଁ ଏଲିଏନ୍ସ (ଭିନ୍ନ ଗ୍ରହର ପ୍ରାଣୀ) ଦେଖିଲେଣି କି ? ଏଭଳି ପ୍ରଶ୍ନ ମନକୁ ଆସିବା ସ୍ବଭାବିକ। ବିଭିନ୍ନ ସମୟରେ ଏଲିଏନ୍ସକୁ ନେଇ ବୈଜ୍ଞାନିକଙ୍କ ଭିନ୍ନ ମତ ଦେଖିବାକୁ ମିଳେ। କିନ୍ତୁ ମିଳିଥିବା ଏକ ରିପୋର୍ଟ ଅନୁସାରେ ନିଜର ବିକାଶ ଏଲିଅନଙ୍କୁ ମୃତ୍ୟୁମୁଖରେ ପକାଉଛି। ଆମ ଛାୟାପଥ ‘ମିଲ୍କ ଓ୍ବେ’ରେ ଏଲିଏନ୍ସ  ରହୁଥାଇପାରନ୍ତି କିନ୍ତୁ ସେମାନଙ୍କ ପ୍ରଯୁକ୍ତିବିଦ୍ୟା ହିଁ ତାଙ୍କ ପାଇଁ ଘାତକ ସାଜିଥିବା ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି।

ନିଜ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କାରଣରୁ ମୃତ୍ୟୁବରଣ କରୁଥିବା ଏଲିଏନ୍ସଙ୍କ ମୃତଦେହ ମିଲ୍ମ ଓ୍ବେରେ ଅଧିକ ମାତ୍ରରେ ଥିବା ନେଇ ମଧ୍ୟ ବୈଜ୍ଞାନିକମାନେ ଦାବି କରିଛନ୍ତି। ନାସାର ଜେଟ ପ୍ରପଲସନ୍‌ ଲାବୋରେଟୋରି, କାର୍ଲିଫର୍ଣ୍ଣିଆ ଇନଷ୍ଟିଚ୍ୟୁଟ୍‌ ଅଫ ଟେକନୋଲୋଜି ଓ ସାଣ୍ଟିଆଗୋ ହାଇ ସ୍କୁଲ୍‌ର ମିଳିତ ଉଦ୍ୟମରେ ୧୯୬୧ ଡ୍ରେକ୍‌ ଇକ୍ୟୁଏସନ୍‌ର ବିକଶିତ କରିଛନ୍ତି। ଏହା ସହାଯ୍ୟରେ ମିଲ୍କ ଓ୍ବେରେ ଥିବା ଆକ୍ଟିଭ ଓ କମୁନିକେଟିଭ୍‌ ଏଲିଏନ୍ସଙ୍କ ସଂଖ୍ୟା ଜାଣିହେବ।

ବିଶେଷଜ୍ଞମାନେ ଏହି ସମୀକରଣ ଗ୍ରହ ବାହାରେ ଥିବା ଚତୁର ଜୀବନ ସମ୍ପର୍କରେ ଜାଣିବାକୁ ବ୍ୟବହାର କରୁଛନ୍ତି। ତେବେ ଏହି ସମୀକରଣ ସାହାଯ୍ୟରେ ଛାୟାପଥ ମିଲ୍କ ଓ୍ବେ ସୃଷ୍ଟିର ୮ ବିଲିୟନ୍‌ ବର୍ଷ ପରେଏଲିଏନ୍ସ ସେଠାରେ ବାସ କରୁଥିବା ଜାଣିବାକୁ ପାଇଛନ୍ତି ବୈଜ୍ଞାନିକ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଦ୍ରୁତ ଅଗ୍ରଗତି ଏଲିଅନ୍ସଙ୍କୁ ଧ୍ବଂସାଭିମୁଖୀ କରିଥିବା ଜଣାପଡ଼ିଛି। ଯେଉଁଥିପାଇଁ ମଣିଷ ଏବେ ଯାଏ ଏଲିଏନ୍ସଙ୍କ ସଂସ୍ପର୍ଶରେ ଆସିପାରିନାହାନ୍ତି ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.