୧୦ ହଜାର କର୍ମଚାରୀଙ୍କୁ ଚାକିରିରୁ ବିଦା କଲା ଅଲିବାବା, ଜାଣନ୍ତୁ କାରଣ

Published By : Prameya-News7 Bureau | August 06, 2022 IST

ନୂଆଦିଲ୍ଲୀ: ଚୀନର ଟେକ୍ କମ୍ପାନି ଅଲିବାବା ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିଛି । ଦେଶରେ ଧିମେଇ ଯାଇଥିବା ଅର୍ଥବ୍ୟବସ୍ଥା ମଧ୍ୟରେ ଖର୍ଚ୍ଚ କାଟ କରିବା ପାଇଁ ଜ୍ୟାକ ମାଙ୍କ କମ୍ପାନି ଏହି ନିଷ୍ପତ୍ତି ନେଇଛି । ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ ଅନୁସାରେ, କମ୍ପାନି ନିଜର ମୋଟ କର୍ମଚାରୀଙ୍କ ସଂଖ୍ୟାକୁ ହ୍ରାସ କରି ୨,୪୫,୭୦୦ କରିଛି । ଜୁନ ତ୍ରୟମାସରେ ୯, ୨୪୧ରୁ ଅଧିକ କର୍ମଚାରୀଙ୍କୁ ବିଦା କରିଛି ।

ରିପୋର୍ଟ ଅନୁସାରେ ଅଲିବାବାର କର୍ମଚାରୀଙ୍କ ସଂଖ୍ୟାରେ ଜୁନ ଛଅ ମାସ ମଧ୍ୟରେ ୧୩,୬୧୬ ହ୍ରାସ ହୋଇଛି । ଜୁନ ତ୍ରୟମାସରେ କମ୍ପାନିର ଶୁଦ୍ଧ ଲାଭରେ ୫୦ ପ୍ରତିଶତ କମ ସହ ୨୨.୭୪ ବିଲିୟନ ୟୁଆନ ହ୍ରାସ ରେକର୍ଡ କରିଛି । ଏହାର ପୂର୍ବ ବର୍ଷ ସମାନ ଅବଧିରେ ଏହି ସଂଖ୍ୟା ୪୫.୧୪ ବିଲିୟନ ୟୁଆନ ଥିଲା।

ଅଲିବାବର ଅଧ୍ୟକ୍ଷ ଏବଂ ସିଇଓ ଡାନିୟଲ ଝାଙ୍ଗ କହିଛନ୍ତି, କମ୍ପାନି ଚଳିତ ବର୍ଷ ପ୍ରାୟ ୬୦୦୦ ନୂଆ ୟୁନିଭର୍ସିଟି ଗ୍ରାଜୁଏଟଙ୍କୁ ନିଜ ସହ ଯୋଡିବ। ଉଲ୍ଲେଖଯୋଗ୍ୟ ଯେ, ଗତ ବର୍ଷରୁ ଚୀନର ନିୟାମକ ପ୍ରାଧିକରଣ ଅଲିବାବା ଏବଂ ଏଣ୍ଟ ଜିଆର ପରି ଘରୋଇ କମ୍ପାନି ଗୁଡିକ ଉପରେ କଠୋର ପଦକ୍ଷେପ ନେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.