Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରାଜାମୌଲୀଙ୍କ ଫିଲ୍ମରେ ନଜର ଆସିବେ ଆଲିୟା ଭଟ୍ଟ, ଏହି ସାଉଥ ଅଭିନେତାଙ୍କ ସହ କରିବେ ଅଭିନୟ

9/06/2019 at 2:02 PM

ମୁମ୍ବାଇ୯|୬: ଫିଲ୍ମ ଆର୍‌ ଆର୍‌ ଆର୍‌କୁ ନେଇ ଦର୍ଶକ ବେଶ ଉତ୍ସାହିତ । କାରଣ ଏହି ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଏସ୍‌ ଏସ୍‌ ରାଜାମୌଲୀ । ବାହୁବଳି ଭଳି ଏହି ଫିଲ୍ମର କ୍ରେଜ୍‌ ଦର୍ଶକଙ୍କ ମଧ୍ୟରେ ବେଶ ଦେଖିବାକୁ ମିଳୁଛି। ୪୦୦ କୋଟି ବଜେଟ୍‌ରେ ଏହି ଫିଲ୍ମ ନିର୍ମିତ ହେଉଛି । ଏହି ଫିଲ୍ମରେ ବଲିଉଡର ଶ୍ରେଷ୍ଠ ଅଭିନେତା ଅଜୟ ଦେବଗନ ଓ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମରେ ଅଭିନୟ କରି ଆଲିୟା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

ଅକ୍ଷୟ କୁମାରଙ୍କ ପରେ ଅଜୟ ଏବେ ନେଗେଟିଭ୍‌ ରୋଲରେ ପରଦାରେ ନଜର ଆସିବେ। ପ୍ରଥମ ଥର ପାଇଁ ସାଉଥ ଫିଲ୍ମରେ ଅଜୟ ଦେବଗନ ଖଳନାୟକ ଭୂମିକାରେ ଅଭିନୟ କରିବେ। ଚଳଚ୍ଚିତ୍ରରେ ଆଲିୟାଙ୍କ ବିପକ୍ଷରେ ସାଉଥର ଶ୍ରେଷ୍ଠ ଅଭିନେତା ଜୁନିଅର୍‌ ଏନ୍‌ଟିଆର ଓ ରାମଚରଣଙ୍କୁ ଦେଖିବାକୁ ମିଳିବ। ରାଜାମୌଲୀ ଏହି ଫିଲ୍ମକୁ ନେଇ ବେଶ ଉତ୍ସାହିତ ଅଛନ୍ତି କାରଣ ସେ ଏକା ସହ ୪ ଜଣ ସୁପରଷ୍ଟାରଙ୍କ ସହ କାମ କରିବେ। ଏହି ଷ୍ଟାରଙ୍କ ପ୍ରତିଭା ଅତ୍ୟନ୍ତ ମନଲୋଭା ତେଣୁ ସେ ଏହି ସୁଯୋଗ ହାତଛଡା କରିବାକୁ ଚାହାନ୍ତି ନାହିଁ ବୋଲି ଏକ ସାକ୍ଷାତକାରରେ କହିଛନ୍ତି।

ଅଜୟ ଏହି ଫିଲ୍ମ ପାଇଁ ୩୫ କୋଟି ଟଙ୍କା ନେଇଛନ୍ତି । ଫିଲ୍ମର ପୂରା ନାଁ “ରାମ ରାୱଣ ରାଜ୍ୟ” ରଖାଯାଇଛି । ଅଜୟ ଏଥିରେ ରାୱଣର ଚରିତ୍ରରେ ଅଭିନୟ କରିବେ । ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର ରିଲିଜ ହୋଇସାରିଛି । ୨୦୨୦ ମସିହା ଜୁଲାଇ ମାସ ୩୦ ତାରିଖରେ ଏହି ଫିଲ୍ମ ରିଲିଜ ହେବାକୁ ଯାଉଛି। ଦର୍ଶକ ସୋସିଆଲ ମିଡିଆରେ ଏହି ଫିଲ୍ମର ଫାଷ୍ଟ ଲୁକ୍‌ ଶେଆର କରିଛନ୍ତି ଓ ଏହି ଫିଲ୍ମ ମୁକ୍ତିଲାଭ ହେବାର ଅପେକ୍ଷାରେ ଅଛନ୍ତି।

   Related Posts