scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କ’ଣ ଆଲିଆ-ରଣବୀରଙ୍କ ସମ୍ପର୍କରେ ଫାଟ ? ଏହି ଖବର ଉପରେ ମୁହଁ ଖୋଲିଲେ ଅଭିନେତ୍ରୀ…

18/11/2023 at 8:58 AM

ମୁମ୍ଵାଇ ୧୮।୧୧: ଚଳଚ୍ଚିତ୍ର ନିର୍ମାତା କଫି ୱିଥ୍ କରନ୍ ସିଜିନ୍‌ ୮। ବର୍ତ୍ତମାନ ଶୋ’କୁ ଆସୁଥିବା ପ୍ରତିଯୋଗୀମାନେ ଟ୍ରୋଲିଂର ଶିକାର ହୋଇଥାଆନ୍ତି। ନିକଟରେ କରୀନା କପୁର ଏବଂ ଆଲିଆ ଭଟ୍ଟ ଏକାଠି ଶୋ’ରେ ପହଞ୍ଚିଥିଲେ। ଉଭୟ ଅଭିନେତ୍ରୀ ଶୋ’ରେ ସେମାନଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଖୋଲାଖୋଲି ଭାବେ କଥା ହୋଇଥିଲେ । ସେବେଠାରୁ ଉଭୟଙ୍କ ବିବୃତ୍ତିକୁ ଖୁବ୍‌  ଆଲୋଚନା କରାଯାଉଛି ।ରଣବୀର ଏବଂ ତାଙ୍କ ମଧ୍ୟରେ ଖରାପ ସମ୍ପର୍କକୁ ନେଇ ଦୀର୍ଘ ଦିନ ଧରି ଖବର ଆସିଥିଲା। ବର୍ତ୍ତମାନ ଏହି ଖବର ଉପରେ ମୁହଁ ଖୋଲିଛନ୍ତି।

କରଣ ର଼୍ୟାପିଡ ଫାୟାର ରାଉଣ୍ଡରେ ଅଭିନେତ୍ରୀଙ୍କୁ ନିଜ ବିଷୟରେ କହିବାକୁ କହିଥିଲେ। ଏହାର ଉତ୍ତରରେ ସେ କହିଥିଲେ- ଏହା ହେଉଛି ଇଣ୍ଟରନେଟର ଯୁଗ। କିଛି ଦିନ ତଳେ ମୋ ସର୍ଜରୀ କରିବା ଏବଂ ମୋର ଦାମ୍ପତ୍ୟ ଜୀବନରେ ଝଡ ଉଠିଥିବା ନେଇ ଖବର ଥିଲା। ଏନେଇ ଅଭିନେତ୍ରୀ ତାଙ୍କ କଥାରେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କର ଏବଂ ରଣବୀରଙ୍କ ସମ୍ପର୍କ ଭଲରେ ଚାଲିଛି ଏବଂ ସେମାନଙ୍କ ପାରିବାରିକ ଜୀବନରେ କୌଣସି ଅସୁବିଧା ନାହିଁ।

ଆଲିଆ ଆହୁରି କହିଛନ୍ତି ଯେ ମୋତେ ଏସବୁ ପରକ୍ ପଡେନି । ହେଲେ ରାହାଙ୍କୁ ନିଜ କୋଳରେ କିଏ ନେବ ସେନେଇ ଉଭୟଙ୍କ ମଧ୍ୟରେ ସବୁବେଳେ ଝଗଡା ହୋଇଥାଏ। ଏହା ଉପରେ କରୀନା କହିଛନ୍ତି ଯେ ‘ ଆଉ ଏକ ପିଲା କରିବାର ଏହା ଏକ ସଙ୍କେତ’। ଏହା ବ୍ୟତୀତ ଶୋ’ରେ ଆଲିଆ ମଧ୍ୟ ରଣବୀରଙ୍କୁ ଇଣ୍ଟରନେଟରେ ଟକ୍ସିକ ହଜବ୍ୟାଣ୍ଡ ବୋଲି କହିବା ଉପରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏଭଳି ଅନେକ କ୍ଲିପ୍‌ ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି।

   Related Posts