scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଅଫିସ୍‌ରେ ସ୍ପଟ୍‌ ହେଲେ ଆଲିଆ ଭଟ୍ଟ, ନୂଆ ପ୍ରୋଜେକ୍ଟକୁ ନେଇ ଚର୍ଚ୍ଚା ଜୋର୍‌

1/10/2023 at 2:21 PM

ମୁମ୍ଵାଇ ୦୧।୧୦ : ଚୁଲବୁଲି ଅଭିନେତ୍ରୀ ଆଲିଆ ଭଟ୍ଟ । ଶନିବାର ଅର୍ଥାତ୍‌ ୩୦ ତାରିଖ ଦିନ ସଞ୍ଜୟ ଲୀଲା ଭନସାଲୀଙ୍କ ଅଫିସ୍‌ ବାହାରେ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିଥିଲା। ଆଲିଆ ଭଟ୍ଟଙ୍କ ପହଞ୍ଚିବାର କିଛି ସମୟ ପରେ ସଞ୍ଜୟ ଲୀଲା ଭନସାଲୀ ମଧ୍ୟ ତାଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଗତ ବର୍ଷ ସଞ୍ଜୟଙ୍କ ସହ କାମ କରି ‘ଗାଙ୍ଗୁବାଇ କାଠିଆୱାଡି’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ପାଇଥିବା ଆଲିଆ ଭଟ୍ଟଙ୍କ ବିଷୟରେ ଆଲୋଚନା ହେଉଛି। ଭନସାଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଗାଙ୍ଗୁବାଇ କାଠିଆୱାଡି’ ଏକ ବ୍ଲକବଷ୍ଟର ହିଟ୍ ଥିଲା।

ଆଲିଆ ଭଟ୍ଟ ଗୋଲାପୀ-ଧଳା ରଙ୍ଗର ପୋଷାକ ପିନ୍ଧିଥିବାର ନଜର ଆସିଥିଲେ । ସେ କାରରୁ ଓହ୍ଲାଇ ପାପାରାଜି ଆଡକୁ ହାତ ବୁଲାଇ ଅଫିସ୍ ଭିତରକୁ ଚାଲିଯାଇଥିଲେ। ଆଲିଆ ଭନସାଲୀଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଏବଂ କିଛି ମିନିଟ ମଧ୍ୟରେ ସେଠାରେ ନିର୍ଦ୍ଦେଶକ ବି ନଜର ଆସିଥିଲେ । ଯାହା ପରେ ନା ନା କଳ୍ପନାଜଳ୍ପନା ସୃଷ୍ଟି ହୋଇଥିଲା। ଏହି ସୁପରହିଟ୍ ଯୋଡି ପୁଣି ଥରେ ଏକ ଦମ୍ ଦାର ସ୍କ୍ରିପ୍ଟ ଉପରେ ଆଲୋଚନା କରୁଛନ୍ତି। ଯଦି ଏହ ସତ ହୁଏ, ତେବେ ଶୀଘ୍ର ଦର୍ଶକମାନେ ଭନସାଲୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଆଲିଆଙ୍କ ଆଉ ଏକ ଫିଲ୍ମ ଦେଖିବାକୁ ପାଇପାରନ୍ତି ।

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଆଲିଆ ଭଟ୍ଟଙ୍କ ପୂର୍ବ ଚଳଚ୍ଚିତ୍ର ‘ରକି ଔର ରାନୀ କି ପ୍ରେମ କାହାନି’ ସୁପରହିଟ୍ ଥିଲା। କରଣ ଜୋହରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ପାଇଁ ଅଭିନେତ୍ରୀଙ୍କୁ ବହୁତ ପ୍ରଶଂସା ମିଳିଥିଲା। ନିକଟରେ ଆଲିଆଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ମଧ୍ୟ ଘୋଷଣା କରାଯାଇଛି । ଯେଉଁଥିରେ ଅଭିନେତ୍ରୀଙ୍କୁ ଅତି ଭୟଙ୍କର ଷ୍ଟାଇଲ୍‌ରେ ଦେଖିବାକୁ ମିଳିବ । ଫିଲ୍ମର ନାମ ହେଉଛି ‘ଜିଗ୍ରା’, ଯାହାର ଟିଜର ନିର୍ମାତା ନିକଟରେ ସେୟାର କରିଥିଲେ।

   Related Posts