ବିବାହ ପୂର୍ବରୁ କାହିଁକି ରଣବୀରଙ୍କ ସହ ଲିଭ୍-ଇନ୍ରେ ଥିଲେ ଆଲିଆ, ଅଭିନେତ୍ରୀ କଲେ ଖୁଲାସା
24/08/2022 at 9:21 AM

ମୁମ୍ଵାଇ ୨୪।୦୮: ବଲିଉଡ୍ର ମୋଷ୍ଟ ଆଡରେବଲ୍ କପଲ୍ ଆଲିଆ ଭଟ୍ଟ ଓ ରଣବୀର କପୁର । ଦୁହେଁ ବିବାହ ପୂର୍ବରୁ ଲିଭ୍ ଇନ୍ରେ ରହୁଥିଲେ। ଉଭୟ ଏକାଠି ହୋଇ ବହୁ ସମୟ ଟାଇମ୍ ସ୍ପେଣ୍ଡ କରିଛନ୍ତି। ଦୁହେଁ ଚଳିତ ବର୍ଷ ଏପ୍ରିଲ୍ରେ ବିବାହ କରିଛନ୍ତି । ସବୁଠାରୁ ବଡ କଥା ହେଲା ଖୁବ୍ ଶୀଘ୍ର ସେମାନେ ପିତାମାତା ହେବାକୁ ଯାଉଛନ୍ତି।
ନିକଟରେ ଆଲିଆଙ୍କୁ ଏକ ସାକ୍ଷାତକାରରେ ଲିଭ୍ ଇନ୍ ରିଲେସନଶିପ୍ ବିଷୟରେ କହିଥିଲେ । କାହିଁକି ନା ସେ ପୂର୍ବରୁ ରଣବୀରଙ୍କ ସହ ଲିଭ୍ ଇନ୍ରେ ରହି ସାରିଛନ୍ତି। ଏଥିପାଇଁ ତାଙ୍କୁ ଏହି ପ୍ରଶ୍ନ କରାଯାଇଥିଲା । ପଚରାଯାଇଥିଲା କି ଆପଣ ଅନ୍ୟଙ୍କୁ ଲିଭ୍ ଇନ୍ ରିଲେସନଶିପ୍ରେ ରହିବାକୁ ସଜେସନ ଦେବେ । ଆଲିଆ ଏହାର ଉତ୍ତରରେ ରଣବୀରଙ୍କ ସହ ଲିଭ୍ ଇନ୍ରେ ରହିବାର କାରଣ ମଧ୍ୟ କହିଥିଲେ।
ଆଲିଆ କହିଥିଲେ –ଲିଭ୍ ଇନ୍ ରିଲେସନଶିପ୍ରେ ରହିବା ଠିକ୍ । କାରଣ ଆପଣ ପରସ୍ପର ସହ କଫର୍ଟେବଲ୍ ଅନୁଭବ କରନ୍ତି। ଏବଂ ପରସ୍ପର ସହ ଅନେକ ସ୍ମୃତି ଏକାଠି ବିତାଇଥାଆନ୍ତି। ଆପଣ ଯଦି ଲିଭ୍ ଇନ୍ରେ ରହିବାକୁ ଚାହାନ୍ତି ତ ରୁହ , କିନ୍ତୁ ବିନା ଏହି ଚାପରେ କି ଆପଣଙ୍କୁ ବିବାହ କରିବାର ଅଛି। ନିଜର ଓ ରଣବୀରଙ୍କ ବିଷୟରେ ଆଲିଆ କହିଛନ୍ତି , ଆମେ ପ୍ରକୃତରେ ବିବାହ କରିବାକୁ ଚାହୁଁଥିଲୁ। ଏଥିପାଇଁ ଆମେ ସାଥି ହୋଇ ରହିଲୁ। ହେଲେ କୋଭିଡ୍ ଆସିଗଲା , ତ ଆମେ ଭାବିଲୁ କି ଏକାଠି ରହି ଆଗକୁ ପ୍ଲାନ୍ କରିବୁ ।