ମୁମ୍ବାଇ ୨/୫: ବଲିଉଡର ଦିଗ୍ଗଜ ଅଭିନେତା ଋଷି କପୁରଙ୍କ ଅପ୍ରେଲ୍ ୩୦ ତାରିଖରେ ପରଲୋକ ହୋଇଯାଇଛି। ସେ ସମସ୍ତଙ୍କ ପ୍ରିୟ ଷ୍ଟାର ଥିଲେ ତେଣୁ ତାଙ୍କର ଏପରି ଚାଲିଯିବା ସମସ୍ତଙ୍କୁ ଦୁଃଖିତ କରିଛି। ଫିଲ୍ମ ଇଣ୍ଡଷ୍ଟ୍ରି ବ୍ୟତୀତ ଅନ୍ୟ କ୍ଷେତ୍ରର ଦିଗ୍ଗଜ ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଉଛନ୍ତି। ଏବେ ମିଲ୍କ ପ୍ରଡକ୍ଟ ପ୍ରସ୍ତୁତ କରୁଥିବା ଅମୁଲ୍ କମ୍ପାନୀ ଏକ ଭିନ୍ନ ଅନ୍ଦାଜରେ ଋଷି କପୁରଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛି ଯାହାକୁ ନେଇ ଆଲିଆ ଭଟ୍ଟଙ୍କ ପ୍ରତିକ୍ରିୟା ଆସିଛି।
{"id":263563,"sizeSlug":"large"}ଅମୁଲର ଏହି ସ୍କେଚରେ ଋଷି କପୁର ନିଜ ଫିଲ୍ମର ଅଲଗା ଅଲଗା ଚରିତ୍ରରେ ନଜର ଆସିଛନ୍ତି। ଏଥିରେ ଅମର ଆକବର ଆନ୍ଥୋନି,ସରଗମ୍,ମେରା ନାମ ଜୋକର ଏବଂ ବବି ଭଳି ଫିଲ୍ମ ସାମିଲ ରହିଛି। କ୍ୟାପ୍ସନରେ ଲେଖା ହୋଇଛି,ଆପଣ କାହାଠୁ କମ୍ ନୁହଁନ୍ତି। ଆଲିଆଙ୍କୁ ଏହା ପସନ୍ଦ ଆସିଥିଲା ଏବଂ ସେ ତୁରନ୍ତ ଏହାକୁ ନିଜ ଇନଷ୍ଟାଗ୍ରାମ୍ ଷ୍ଟୋରିରେ ସେୟାର କରିଥିଲେ। ଏହା ସହିତ ସେ କ୍ୟାପସନରେ ହାର୍ଟ ଇମୋଜି ଦେଇଥିଲେ।
{"id":263564,"sizeSlug":"large"}ଋଷି କପୁରଙ୍କ ଅନ୍ତିମ ସଂସ୍କାରରେ ଆଲିଆ ବି ରଣବୀର ଏବଂ ତାଙ୍କ ମାଆ ନୀତୁ କପୁରଙ୍କ ସହ ଥିଲେ। ମୁମ୍ବାଇର ଚନ୍ଦନଓ୍ବାଡ଼ି ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଆଲିୟା ଋଷି କପୁରଙ୍କୁ ନେଇ ଇନଷ୍ଟାଗ୍ରାମରେ ଏକ ଇମୋସନାଲ୍ ନୋଟ୍ ମଧ୍ୟ ସେୟାର କରିଥିଲେ।