ଝିଅକୁ ନେଇ ଓ୍ୱାକରେ ଗଲେ ରଣବୀର-ଆଲିଆ, ମା'ଙ୍କ କୋଳରେ ନଜର ଆସିଲେ ରାହା

Published By : Prameya-News7 Bureau | January 15, 2023 IST

ମୁମ୍ଵାଇ ୧୫।୦୧: ବିଟାଉନ୍‌ର ଷ୍ଟାର କପଲ୍‌ ଆଲିଆ ଭଟ୍ଟ ଓ ରଣବୀର କପୁର। ଶୁକ୍ରବାର ମୁମ୍ବାଇରେ ପ୍ରଥମ ଥର ଝିଅ ‘ରାହା’ ସହିତ ନଜର ଆସିଛନ୍ତି। ଏହି ଷ୍ଟାର କପଲ୍‌ ଝିଅ ସହିତ ମର୍ଣ୍ଣିଂ ଓ୍ଵାକ୍‌ରେ ଯାଇଥିଲେ। ସେମାନଙ୍କ ସହିତ ଆଲିଆଙ୍କ ଭଉଣୀ ତଥା ଲେଖିକା ଶାହିନ୍ ଭଟ୍ଟ ମଧ୍ୟ ଥିଲେ। ଆଲିଆ ଓ ରଣବୀର ଗତ ବର୍ଷ ନଭେମ୍ବରରେ ସେମାନଙ୍କ ପ୍ରଥମ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ।

{"width":817,"height":503}
Pics: Alia Bhatt, Ranbir Kapoor Step Out With Daughter Raha For A Walk

ଝିଅ ସହିତ ଆଲିଆ ଓ ରଣବୀରଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଫଟୋଗୁଡ଼ିକରେ ସଭିଏଁ  ବ୍ଲାକ୍‌ ଲୁକ୍‌ରେ ନଜର ଆସଥିଲେ। ଫଟୋରେ ରଣବୀର ରାହାଙ୍କୁ ନେଇ ଯାଉଥିବାର ଦେଖାଯାଉଥିବା ବେଳେ ଅନ୍ୟ ଫଟୋରେ ଆଲିଆ ମଧ୍ୟ ଝିଅକୁ କାଖେଇ ଧରିଥିବାର ନଜର ଆସିଛନ୍ତି। ସମସ୍ତ ଫଟୋରେ ରାହାଙ୍କ ଚେହେରା ଲୁଚା ଯାଇଛି, କାହିଁକି ନା, କପଲ ପାପାରାଜିଙ୍କୁ ସେମାନଙ୍କ ଝିଅର ଫଟୋ କ୍ଲିକ୍ ନ କରିବାକୁ ଅନୁରୋଧ କରିଥିଲେ।

{"width":821,"height":547}
7br5q9d

ଅନୁଷ୍କା ଶର୍ମା ଓ ବିରାଟ କୋହଲିଙ୍କ ଭଳି ଆଲିଆ ଓ ରଣବୀର ମଧ୍ୟ ପାପାରାଜିଙ୍କୁ ଅନୁରୋଧ କରିଥିଲେ କି, ସେମାନେ ତାଙ୍କ ଝିଅ ରାହାର ଫଟୋ କ୍ଲିକ୍‌ ନ କରନ୍ତୁ। କହି ରଖୁଛୁ, ଗତ ବର୍ଷ ନଭେମ୍ବର ୬ରେ ଆଲିଆ ଭଟ୍ଟ ଓ ରଣବୀର କପୁର ନିଜ ଝିଅକୁ ସ୍ୱାଗତ କରିଥିଲେ। ସେପଟେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫଟୋଗୁଡ଼ିକୁ ଫ୍ୟାନ୍‌ମାନେ ବେଶ୍‌ ପସନ୍ଦ କରିଛନ୍ତି। ଯେଉଁଥିରେ ଖୁବ୍‌ କମେଣ୍ଟ , ଲାଇକ୍‌ ମଧ୍ୟ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.