ଝିଅର ନାମକରଣ କଲେ ଆଲିଆ ; ଆରବୀ,ବଙ୍ଗଳା ଏବଂ ସଂସ୍କୃତରେ ରଖିଲେ ନାଁ

Published By : Prameya-News7 Bureau | November 25, 2022 IST

ମୁମ୍ଵାଇ ୨୫।୧୧: ଆଲିଆ ଭଟ୍ଟ କିଛି ସମୟ ପୂର୍ବରୁ ମା’ ହୋଇଛନ୍ତି। ଆଲିଆ ଏବଂ ରଣବୀର ଏବେ ପିତାମାତାର ସମୟକୁ ଉପଭୋଗ କରୁଛନ୍ତି । ବର୍ତ୍ତମାନ ସେ ତାଙ୍କ ଝିଅର ଫଟୋ ସେୟାର କରିଛନ୍ତି। ଏଥି ସହିତ ପୋଷ୍ଟ ସେୟାର କରୁଥିବାବେଳେ ତାଙ୍କ ଝିଅର ନାମ ପ୍ରକାଶ କରିଛନ୍ତି। କିନ୍ତୁ ଆପଣ ଏହି ନାମର ଅର୍ଥ ଜାଣିଛନ୍ତି କି? ଚାଲନ୍ତୁ ଜାଣିବା ଏହି ନାମର ଭିନ୍ନ ଭାଷରେ ଅର୍ଥ କଣ...

ଆଲିଆ ଭଟ୍ଟ ସୂଚନା ଦେଇଛନ୍ତି ଯେ ଏହି ନାମ ତାଙ୍କ ଝିଅର ଜେଜେମା ଅର୍ଥାତ୍‌ ନୀତୁ କପୁର ଦେଇଛନ୍ତି। ତାଙ୍କ ନାମ ହେଉଛି ‘ରାହା’ କେବଳ ଏତିକି ହିଁ ନୁହେଁ ଏହାର ଅର୍ଥ ହେଉଛି ବହୁତ ସୁନ୍ଦର। ରାହା , ଦିବ୍ୟ ରାସ୍ତା, ସବୁଠାରୁ ସୁନ୍ଦର ରାସ୍ତା । କିନ୍ତୁ ଏହାର ସଂସ୍କୃତରେ ଏହାର ଅର୍ଥ ହେଉଛି ବଂଶ । ବଙ୍ଗାଳୀରେ ଏହାର ଅର୍ଥ ହେଉଛି ଆରାମ,  ବିଶ୍ରାମ ଏବଂ ଆରବୀରେ ଖୁସି, ଶାନ୍ତି ଏବଂ ସ୍ୱାଧୀନ। ଏହି ନାମର ଅର୍ଥ ଅନେକ ଅଛି ।

wp:html
/wp:html

ଉଲ୍ଲେଖନୀୟ କଥା ହେଉଛି, ଆଲିଆ ୬ ନଭେମ୍ବରରେ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଏଥି ସହିତ, କ୍ରମାଗତ ଭାବରେ ଆଲୋଚନା ହେଉଥିଲା ଯେ ଆଲିଆ-ରଣବୀରଙ୍କ ଝିଅର ନାମ କ’ଣ ହେବ? ସେ ଝିଅର ନାମ କଣ ଦେବ? ତେବେ ବର୍ତ୍ତମାନ ସେ ଝିଅର ନାମକୁ ଅଫିସିଆଲ ଭାବେ କନଫର୍ମ କରିଛନ୍ତି।

ଆଲିଆ ନିଜ ଝିଅର ନାମ ପ୍ରକାଶ କରି ପୁଣି ଥରେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଏଥି ସହିତ ଅନେକ ତାରକା ତାଙ୍କ ପୋଷ୍ଟରେ କମେଣ୍ଟ ଦେଇଛନ୍ତି। ବଲିଉଡ ଅଭିନେତ୍ରୀ କରୀନା କପୁର ଏହି ମନ୍ତବ୍ୟରେ ଏକ ହୃଦୟ ଇମୋଜି ପକାଇ ଲେଖିଛନ୍ତି, "ରାଧା କପୁର ମୁଁ ତୁମକୁ ଧରି ପାରିବି ...ଆଉ ଅପେକ୍ଷା କରିପାରିବି ନାହିଁ।" ଏଥି ସହିତ ଆଲିଆ ଭଟ୍ଟଙ୍କ ମା ସୋନି ରଜଦାନ ମଧ୍ୟ କମେଣ୍ଟ କରିଛନ୍ତି। ଏହି ଦୁଇ ଜଣଙ୍କ ବ୍ୟତୀତ ଅନୁଷ୍କା ଶର୍ମା, ସୋନମ କପୁର, ସୋନାକ୍ଷୀ ସିହ୍ନା, ଜୋୟା ଅଖତରଙ୍କ ପରି ଅନେକ ତାରକା ମନ୍ତବ୍ୟ ବିଭାଗରେ ହୃଦୟ ଇମୋଜି ପକାଇ ରାହଙ୍କ ପ୍ରତି ପ୍ରେମ ବ୍ୟକ୍ତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.