ଆଲିଆଙ୍କ ‘ଡାର୍ଲିଂ’ ଓଟିଟିରେ କମାଇଲା ଏତିକି କୋଟି, ନେଟ୍‌ଫ୍ଲିକ୍ସ ସହ ହେଲା ବଡ ଡିଲ

Published By : Prameya-News7 Bureau | August 08, 2022 IST

ମୁମ୍ବାଇ ୦୮।୦୮: ନିକଟରେ OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ ଆଲିଆ ଭଟ୍ଟ ଏବଂ ଶେଫାଲୀ ଶାହାଙ୍କ ଅଭିନୀତ ଚଳଚ୍ଚିତ୍ର ଡାର୍ଲିଙ୍ଗ୍ ରିଲିଜ୍ ହୋଇଛି । ଏହି ଡାର୍କ କମେଡି ଫିଲ୍ମ ଦର୍ଶକଙ୍କ ମଧ୍ୟରେ ଜବରଦସ୍ତ ପ୍ରତିକ୍ରିୟା ପାଇବାରେ ଲାଗିଛି । ଏହା ଆଲିଆ ଭଟ୍ଟଙ୍କ ଦ୍ୱାରା ନିର୍ମିତ ପ୍ରଥମ ଚଳଚ୍ଚିତ୍ର । ଯାହା ଆଲିଆ ପ୍ରଡକସନ୍‌ରେ ପ୍ରସ୍ତୁତ ହୋଇଛି । ବର୍ତ୍ତମାନ ଏହା OTT ପ୍ଲାଟଫର୍ମର ନିର୍ମାତାମାନଙ୍କ ସହିତ ଡିଲ୍ ହୋଇସାରିଛି । ଏବଂ ଦର୍ଶକଙ୍କ ଠାରୁ ମିଳିଥିବା ପ୍ରତିକ୍ରିୟା ସବୁକିଛି କହୁଛି।

ଆଲିଆ ଭଟ୍ଟଙ୍କ ଫିଲ୍ମ ଡାର୍ଲିଙ୍ଗସ୍ ଏବଂ ନେଟଫ୍ଲିକ୍ସରେ ୮୦ କୋଟି ଟଙ୍କାରେ ଡିଲ୍‌ ହୋଇଛି। TOI ରିପୋର୍ଟ ଅନୁଯାୟୀ, ନେଟଫ୍ଲିକ୍ସ ଏହି ଚଳଚ୍ଚିତ୍ର ପାଇଁ ନିର୍ମାତାମାନଙ୍କୁ ୮୦ କୋଟି ଟଙ୍କା ଦେଇଛି। କହିବାକୁ ଗଲେ ଆଜିକାଲି ଚଳଚ୍ଚିତ୍ରଗୁଡ଼ିକ ବକ୍ସ ଅଫିସରେ ଯେତିକି କଲେକସନ୍‌ କରୁନାହିଁ। ସେତିକି OTT ପ୍ଲାଟଫର୍ମରେ ରୋଜଗାର କରୁଛି। ନିକଟରେ ବକ୍ସ ଅଫିସରେ ରିଲିଜ୍ ହୋଇଥିବା ଅଧିକାଂଶ ବଲିଉଡ ଫିଲ୍ମ ଭଲ ବ୍ୟବସାୟ କରିଛି। କିନ୍ତୁ ବଲିଉଡ୍‌ ଅପେକ୍ଷା, ସାଉଥ୍‌ ଫିଲ୍ମ ଗୁଡିକ ବିପୁଳ ମାତ୍ରାରେ ବ୍ୟବସାୟ କରୁଛି । ଆଲିଆଙ୍କ ଏହି କାହାଣୀ ଏକ ମଧ୍ୟବିତ୍ତ ପରିବାରର ଉପରେ ଆଧାରିତ। ଜସମିତ୍‌ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ଏହା ତାଙ୍କର ନିର୍ଦ୍ଦେଶକ ଭାବେ ଡେବ୍ୟୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.