ମୁମ୍ଵାଇ ୨୯।୦୭: ବଲିଉଡ ଲୋକପ୍ରିୟ ଅଭିନେତ୍ରୀ ଆଲିଆ ଭଟ୍ଟ । ତାଙ୍କର ଆଗାମୀ ଚଳଚ୍ଚିତ୍ର 'ରକି ଔର ରାନୀ କି ପ୍ରେମ କାହାନୀ' ପାଇଁ ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ ଫିଲ୍ମଟି ବକ୍ସ ଅଫିସ୍ରେ ଧମାଲ କରୁଛି। ଆଲିଆ ଭଟ୍ଟ ତାଙ୍କ ଚଳଚ୍ଚିତ୍ରର ଖୁବ୍ ପ୍ରମୋସନରେ କରିଥିଲେ। ତାହାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ଆଲିଆ ତାଙ୍କ ହ୍ୟାଣ୍ଡବ୍ୟାଗରେ କଣ ରଖିଛନ୍ତି ତାହା ପ୍ରକାଶ କରିଥିଲେ।
{"width":787,"height":443}ନିକଟରେ ଏକ ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ଆଲିଆ କହିଥିଲେ ମାଆ ହେବା ପରେ ଲାଇଫ୍ ପୁରା ବଦଳି ଯାଇଛି । କାହିଁକି ନା ଦାୟିତ୍ବ ବି ବଢି ଯାଇଛି। ନିଜ ହ୍ୟାଣ୍ଡବ୍ୟାଗରେ ମୋର କିଛି ଜିନିଷ ନାହିଁ। ସବୁ ରାହାର ରହିଛି । ଏହା ବ୍ୟତୀତ ସେ କହିଥିଲେ ଯେତେବେଳେ ମୁଁ ଲଣ୍ଡନ ଯାଇଥିଲି । ସେତେବେଳେ ଅନୁଭବ କଲେ ବ୍ୟାଗରେ ମୋର କିଛି ଜିନିଷ ନାହିଁ । କେବଳ ପାସପୋର୍ଟକୁ ଛାଡି ଦେଲେ । ତାଙ୍କ ବ୍ୟାଗ୍ରେ ନାପ୍କିନ୍, ମୋଜା, ଖେଳନା, ଛୋଟ ବହି ରହୁଛି।
ଏହା ବ୍ୟତୀତ ସେ ଆହୁରି କହିଥିଲେ କି ମୁଁ ବହୁତ ଭୁଲା ମନ । ଯେବେ ବି ଟ୍ରାଭେଲ୍ କରେ ପୁରା ଘରକୁ ସାଙ୍ଗରେ ନେଇକି ଯାଏ। ଆଲିଆ ଗତ ବର୍ଷ ଏପ୍ରିଲ୍ରେ ରଣବୀରଙ୍କୁ ବିବାହ କରିଥିଲେ । ବିବାହ କିଛି ମାସ ପରେ ପ୍ରେଗନେଣ୍ଟ ହୋଇଯାଇଥିଲେ । ଯାହା ପରେ ସେ ୨୦୨୨ରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ଯାହାର ନାମ ରାହା ରଖିଛନ୍ତି।
wp:embed {"url":"https://www.prameyanews7.com/kiara-advani-expressed-her-desire-to-get-pregnant-before-marriage/","type":"wp-embed","providerNameSlug":"prameya-news-7"} /wp:embed