ମୁମ୍ଵାଇ ୧୫।୧୦: ବଲିଉଡ୍ ସୁନ୍ଦରୀ ତଥା ଚୁଲବୁଲି ଅଭିନେତ୍ରୀ ଆଲିଆ ଭଟ୍ଟ । ଫିଲ୍ମ 'ଜିଗ୍ରା' ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି। ଯେଉଁଥିରେ ତାଙ୍କୁ ଅଭିନେତା ବେଦଙ୍ଗ ରାଇନାଙ୍କ ସହ ଦେଖିବାକୁ ମିଳିଛି। ଫିଲ୍ମ ରିଲିଜ ହେବା ପରେ ଅଭିନେତ୍ରୀ ନିଜ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଥିଲେ। ଆଲିଆ କହିଛନ୍ତି ସେ ଏକ ରୋଗ ସହ ସଂଘର୍ଷ କରୁଛନ୍ତି।
ଆଲିଆ ଭଟ୍ଟ ଏହି ରୋଗ ସହ ସଂଘର୍ଷ କରୁଛନ୍ତି
ଆଲିଆ ଏକ ସାକ୍ଷାତକାରରେ କହିଛନ୍ତି ଯେ ତାଙ୍କୁ ADHD ରୋଗ ହୋଇଥିବା ଜଣାପଡିଛି। ଏକ ଟେଷ୍ଟ୍ ପରେ ଏସବୁ ସାମ୍ନାକୁ ଆସିଛି। ଆଲିଆ ଭଟ୍ଟ କହିଛନ୍ତି ଯେ ପିଲାଦିନେ ସେ ତାଙ୍କ ଶ୍ରେଣୀର ପିଲାମାନଙ୍କ ଠାରୁ ଦୂରରେ ରହୁଥିଲେ ଏବଂ ବେଳେବେଳେ କଥାବାର୍ତ୍ତା ସମୟରେ ରାଗି ଯାଉଥିଲେ। ନିକଟରେ ଆଲିଆ ତାଙ୍କ ରୋଗ ବିଷୟରେ ଜାଣିବାକୁ ପାଇଛନ୍ତି। ଯେତେବେଳେ ଆଲିଆ ତାଙ୍କ ସାଙ୍ଗମାନଙ୍କୁ ତାଙ୍କ ଅସୁସ୍ଥତା ବିଷୟରେ କହିଥିଲେ, ଆଲିଆଙ୍କ ସାଙ୍ଗମାନେ ତାଙ୍କୁ କହିଥିଲେ ଯେ ସେମାନେ ପୂର୍ବରୁ ଜାଣିଥିଲେ। ଆଲିଆ କହିଛନ୍ତି ଯେ ଏହି ରୋଗ ହେତୁ ତାଙ୍କ ପାଖରେ କୌଣସି ଧର୍ଯ୍ୟ ନଥିଲା। ଏହି ରୋଗରେ ଧ୍ୟାନର ଅଭାବ ହେବା ସହିତ ଟିକେ ଟିକେ କଥାରେ ଚିଡିଚିଡା ଏବଂ ହଠାତ ରାଗିବା ଭଳି ପ୍ରତିକ୍ରିୟା ଦେଖାଯାଏ।
ଝିଅ ରାହା ପାଇଁ ଆଲିଆ ଶାନ୍ତି ପାଆନ୍ତି
ଆଲିଆ ଆହୁରି କହିଥିଲେ ଯେ ଯେତେବେଳେ ସେ ତାଙ୍କ ସାଙ୍ଗମାନଙ୍କ ସହିତ ଏହି ରୋଗ ବିଷୟରେ କଥାବାର୍ତ୍ତା କଲେ, ସେମାନେ କହିଥିଲେ ଯେ ସେମାନେ ପୂର୍ବରୁ ଜାଣିଛନ୍ତି। କିନ୍ତୁ ଆଲିଆ ଏବିଷୟରେ ପରେ ଜାଣିବାକୁ ପାଇଲେ । ଆଲିଆ କହିଛନ୍ତି ଯେ କ୍ୟାମେରା ଆଗରେ ଥିବାବେଳେ ସେ ନିଜକୁ ଅଧିକ ଶାନ୍ତି ଅନୁଭବ କରନ୍ତି। ଏହା ବ୍ୟତୀତ, ଯେତେବେଳେ ବି ସେ ନିଜ ଝିଅ ରାହାଙ୍କ ସହ ସମୟ ବିତାନ୍ତି, ତାଙ୍କ ସହ ବହୁତ ଶାନ୍ତ ରୁହନ୍ତି । ସେହି ମୁହୂର୍ତ୍ତ ଗୁଡ଼ିକ ତାଙ୍କ ପାଇଁ ସର୍ବୋତ୍ତମ।
ବକ୍ସ ଅଫିସରେ ଭଲ କଲେକସନ କରିପାରୁ ନାହିଁ 'ଜିଗ୍ରା'
ଆଲିଆ ଭଟ୍ଟଙ୍କ ଫିଲ୍ମ 'ଜିଗ୍ରା' ବିଷୟରେ କହିବାକୁ ଗଲେ ଏହି ଚଳଚ୍ଚିତ୍ରଟି ଅକ୍ଟୋବର ୧୧ ରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମରେ ଆଲିଆ ଏବଂ ବେଦଙ୍ଗ ଭାଇ ଓ ଭଉଣୀ ଭୂମିକାରେ ନଜର ଆସିଥିଲେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ବସନ ବାଲା। ଯାହା ରିଲିଜ୍ ପରେ ଦର୍ଶକଙ୍କୁ ସେତେ ଇମ୍ପ୍ରେସ୍ କରିପାରି ନାହିଁ।