Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆଲିଆଙ୍କ ଅଜା ନରେନ୍ଦ୍ରନାଥ ରାଜଦାନଙ୍କ ଦେହାନ୍ତ, ଅଭିନେତ୍ରୀ ସେୟାର କଲେ ଇମୋସନାଲ ପୋଷ୍ଟ

1/06/2023 at 1:34 PM

ମୁମ୍ଵାଇ ୦୧।୦୬: ବଲିଉଡ୍‌ର ଚୁଲବୁଲି ଅଭିନେତ୍ରୀ ଆଲିଆ ଭଟ୍ଟ। ତାଙ୍କ ଅଜା  ନରେନ୍ଦ୍ରନାଥ ରଜଦାନଙ୍କ ଦେହାନ୍ତ ହୋଇଛି। ସେ ୯୫ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନ ଧରି ସେ ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ ଥିଲେ। ସୋସିଆଲ ମିଡିଆରେ ଆଲିଆ ଭଟ୍ଟ ତାଙ୍କ ଅଜାଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଛନ୍ତି। ଅଭିନେତ୍ରୀ ଇନଷ୍ଟାଗ୍ରାମରେ ଏକ ଲମ୍ବା ପୋଷ୍ଟ ମଧ୍ୟ ସେୟାର କରିଛନ୍ତି।

୧ ଜୁନ୍ ୨୦୨୩ରେ ଅଭିନେତ୍ରୀଙ୍କ ଅଜାଙ୍କର ପରଲୋକ ହୋଇଥିଲା । ଆଲିଆଙ୍କ ଅଜାଙ୍କୁ କିଛି ସମୟ ପୂର୍ବରୁ ଫୁସଫୁସ ସଂକ୍ରମଣ ହେତୁ ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ସଂକ୍ରମଣ ଅଧିକ ବିଗିଡି ଯିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ହେଲେ ବର୍ତ୍ତମାନ ସେ ଦୁନିଆକୁ ଅଲବିଦା କହିଛନ୍ତି।

You Can Read :

   Related Posts