ଦେଶରେ ନୁହେଁ ବିଦେଶରେ ବି ଆଲିଆଙ୍କ ଲୁକ୍‌ର ଚାହିଦା, ଗଙ୍ଗୁବାଇ ଗେଟ୍‌ଅପ୍‌ରେ ରାମ୍ପ୍‌ୱାକ୍‌ କଲେ ମଡେଲ୍‌

Published By : Prameya-News7 Bureau | November 09, 2022 IST

ମୁମ୍ଵାଇ ୦୯।୧୦: ବଲିଉଡର ଚୁଲ୍‌ବୁଲି ଅଭିନେତ୍ରୀ ଆଲିଆ ଭଟ୍ଟ। ନିକଟରେ ସେ ତାଙ୍କ ପ୍ରଥମ ସନ୍ତାନର ମାଆ ହୋଇଛନ୍ତି। ମାଆ ହେବା ଦିନଠାରୁ ଅଭିନେତ୍ରୀ ଲଗାତାର ଲାଇମ୍ ଲାଇଟରେ ରହିଆସୁଛନ୍ତି । ଆଲିଆ ଭଟ୍ଟ ଏପରି ଜଣେ ଅଭିନେତ୍ରୀ ଯାହାର ସାରା ବିଶ୍ୱରେ ଏକ ବଡ଼ ପ୍ରଶଂସକ ଅଛନ୍ତି। ଅଭିନେତ୍ରୀଙ୍କ ସବୁ ଚରିତ୍ରମାନଙ୍କ ମଧ୍ୟରୁ ଗଙ୍ଗୁବାଇ ସବୁଠୁ ଅଧିକ ଲୋକପ୍ରିୟ। ଏହି ଚରିତ୍ର ପାଇଁ ସେ ଦେଶରେ ହିଁ ନୁହେଁ ବିଦେଶରେ ବି ପପୁଲାର। ବର୍ତ୍ତମାନ ଏହାର କ୍ରେଜ୍‌ ବିଦେଶରେ ଦେଖିବାକୁ ମିଳିଛି। ମାଲେସିଆରେ ଆୟୋଜିତ ଏକ ଫ୍ୟାଶନ ଶୋ’ରେ କିଛି ଘଟଣା ଘଟିଥିଲା, ମଡେଲ ଗଙ୍ଗୁବାଇ ଲୁକରେ ନଜର ଆସିଥିଲେ। ଯାହାର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

{"id":706699,"sizeSlug":"full","linkDestination":"none"}

ମାଲେସିଆରେ ଫ୍ୟାଶନ ଶୋ’ ୨୦୨୨ରେ ଅଂଶଗ୍ରହଣ କରୁଥିବା ମଡେଲମାନେ ଆଲିଆଙ୍କ ଗଙ୍ଗୁବାଇ ଲୁକ୍ ଉପସ୍ଥାପନ କରିଥିଲେ । ଫ୍ୟାଶନ ଶୋ ସମୟରେ ଅନେକ ମଡେଲ ଏହି ଲୁକ୍‌ ନେଇ ରାମ୍ପ୍‌ରେ ଚାଲିଥିଲେ। କେବଳ ଏତିକି ନୁହେଁ, ମଡେଲଗୁଡିକ ସେମାନଙ୍କର ଚେହେରାକୁ ଆଲିଆଙ୍କ ପରି ଦେଖାଯିବା ପାଇଁ କଳା ଚଷମା ମଧ୍ୟ ବ୍ୟବହାର କରିଥିଲେ। ଫ୍ୟାଶନ ଶୋ’ର ଏହି ଚିତ୍ରଗୁଡ଼ିକ ସାମ୍ନାକୁ ଆସିବା ମାତ୍ରେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

{"id":706700,"sizeSlug":"full","linkDestination":"none"}

ଏହି ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ ଗଙ୍ଗୁବାଇ କାଠିଆୱାଡି ସତ୍ୟ ଘଟଣା ଉପରେ ଆଧାରିତ। ଫିଲ୍ମ ଚଳିତ ବର୍ଷ ମୁକ୍ତିଲାଭ କରିଥିଲା, ଯାହା ଦର୍ଶକଙ୍କ ମନରେ ଖୁବ୍ ପ୍ରତିକ୍ରିୟା ପାଇବା ସହ ଜବରଦସ୍ତ ବ୍ୟବସାୟ ମଧ୍ୟ କରିଥିଲା । ଏହା ସହିତ ଫିଲ୍ମରେ ଆଲିଆଙ୍କ ଅଭିନୟକୁ ସମସ୍ତେ ପ୍ରଶଂସା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.