ମୁମ୍ଵାଇ ୨୭।୧୧: ବର୍ତ୍ତମାନ ବିଭିନ୍ନ ଟେକ୍ନୋଲୋଜିର ବ୍ୟବହାର ବୃଦ୍ଧି ପାଇଛି । କେହି କେହି ଏହାକୁ ସଠିକ୍ ଭାବରେ ବ୍ୟବହାର କରୁଛନ୍ତି ତ ଆଉ କେହି ଏହାକୁ ଭୁଲ୍ । ଏହାରି ଭିତରେସେଲିବ୍ରିଟିମାନଙ୍କର ଡିପ୍ ଫେକ୍ର ଭିଡିଓ ଗୁଡିକ ଭାଇରାଲ ହେବାରେ ଲାଗିଛି । ଅନେକ ବଡ ତାରକା ଏହାର ଶିକାର ହୋଇଛନ୍ତି ଏବଂ ବର୍ତ୍ତମାନ ଏହି ତାଲିକାରେ ଆଉ ଏକ ନାମ ଯୋଡା ଯାଇଛି।ସେ ବି ଟାଉନର ଲୋକପ୍ରିୟ ଅଭିନେତ୍ରୀ ଆଲିଆ ଭଟ୍ଟ । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ତାଙ୍କୁ ଅଶ୍ଳୀଳ ଢଙ୍ଗରେ ବସିଥିବାର ଦେଖିବାକୁ ମିଳିଛି।
ସୋସିଆଲ ମିଡିଆରେ ଆଲିଆ ଭଟ୍ଟଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଜଣେ ଝିଅ ଫ୍ଲୋରାଲ୍ ଡ୍ରେସ୍ ପିନ୍ଧିଥିବାର ନଜର ଆସିଛନ୍ତି ଏବଂ କ୍ୟାମେରା ଆଗରେ ତାଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିବା ଦେଖିବାକୁ ମିଳିଛି। ହେଲେ ଯଦି ଜଣେ ଭଲ ସେ ଦେଖିବ ତାହାଲେ ସ୍ପଷ୍ଟ ଭାବରେ କହିପାରିବେ ଯେ ଏହା ଆଲିଆ ଭଟ୍ଟ ନୁହଁନ୍ତି ବରଂ ଭିଡିଓରେ ଥିବା ଅନ୍ୟ କିଛି ଝିଅ। ଆଲିଆ ଭଟ୍ଟଙ୍କ ଚେହେରା AI ଟେକ୍ନୋଲୋଜି ମାଧ୍ୟମରେ ଅନ୍ୟର ଜଣଙ୍କ ଭିଡିଓରେ ଲାଗିଛି ।
{"width":709,"height":399})
କହିବାକୁ ଗଲେ ଏହା ପ୍ରଥମ ଘଟଣା ନୁହେଁ । ରଶ୍ମିକା ମନ୍ଦନା ଏଆଇ ଟେକ୍ନୋଲୋଜିର ଶିକାର ହୋଇଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପୂର୍ବରୁ ସାରା ତେନ୍ଦୁଲକର, କାଜୋଲ, କ୍ୟାଟ୍ରିନା ମଧ୍ୟ ଡିପ୍ ଫେକ୍ର ଶିକାର ହୋଇଥିଲା। ଏହି କାରଣରୁ ବଲିଉଡ କଳାକାରମାନେ ବହୁତ ବିବ୍ରତ ଏବଂ ଚିନ୍ତିତ । ଟେକ୍ନୋଲୋଜିର ଅପବ୍ୟବହାର ହେତୁ ଅନେକ କ୍ଷତିର ସମ୍ମୁଖୀନ ହେଉଛନ୍ତି। ପୋଲିସ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ମାମଲା ରୁଜୁ କରିଥିଲା
wp:embed {"url":"https://www.prameyanews7.com/animal-cast-fees-know-who-is-the-highest-and-lowest-paid/","type":"wp-embed","providerNameSlug":"prameya-news-7"}