ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ବାହାଘରକୁ ନେଇ ମୁହଁ ଖୋଲିଲେ ଆଲିଆ: କହିଲେ ‘ମୁଁ କେବେ ବାହାହେବି ?’

23/12/2020 at 2:40 PM

ମୁମ୍ବାଇ ୨୩/୧୨ : ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ବାହାଘର ବର୍ତ୍ତମାନ ବଲିଉଡର ହଟ୍ ଟପିକ୍ ମଧ୍ୟରୁ ଗୋଟିଏ। ଉଭୟଙ୍କ ବାହାଘରକୁ ନେଇ ବହୁ ଦିନ ହେଲା ଚର୍ଚ୍ଚା ଚାଲିଛି। ଉଭୟ ଗତ ଦୁଇ ବର୍ଷ ହେଲା ପରସ୍ପରକୁ ଡେଟ୍ କରୁଛନ୍ତି। ବିବାହ ଋତୁ ଆସିବାରୁ ପୁଣି ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଉଭୟ ୨୦୨୦ ରେ ବାହାହେବେ ବୋଲି ଅନୁମାନ କରାଯାଉଥିଲା କିନ୍ତୁ ଚଳିତବର୍ଷ ମଧ୍ୟ ରଣବୀର-ଆଲିଆଙ୍କ ବାହାଘର ହେଲାନି। ଆଲିଆ ଭଟ୍ଟ ବାହାଘର ପାଇଁ ପୁରା ପ୍ରସ୍ତୁତ ଅଛନ୍ତି ବୋଲି ସେ ନିଜେ ସ୍ୱୀକାର କରିଛନ୍ତି।

ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ବାହାଘର ଚର୍ଚ୍ଚା ହେବାରୁ ଆଲିଆ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ ସେ ଶୀଘ୍ର ବାହା ହେବେନି କାରଣ ବର୍ତ୍ତମାନ ତାଙ୍କୁ ବେଶୀ ବୟସ ହେଇନି। ଏକ ଇଣ୍ଟରଭ୍ୟୁରେ ସେ କହିଛନ୍ତି ଯେ ‘ମୁଁ କେବେ ବାହାହେବି ? ସମସ୍ତେ ମୋତେ କାହିଁକି ପଚାରୁଛନ୍ତି ଯେ ମୁଁ କେବେ ବାହାହେବି ? ମୋତେ ଏବେ ମାତ୍ର ୨୫ ବର୍ଷ ବୟସ। ମୁଁ ଭାବୁଛି ବାହାହେବା ପାଇଁ ମୋର ବୟସ ହେଇନି, ମୁଁ ଏବେ ଛୋଟ ଅଛି |’

କିଛି ଦିନ ପୂର୍ବରୁ ଖବର ଆସିଥିଲା ଯେ ରଣବୀର-ଆଲିଆ ୨୦୨୧ ରେ ବାହାହେବେ। ଏହି ଯୋଡି ବର୍ତ୍ତମାନ ପ୍ରଶଂସକଙ୍କ ପ୍ରିୟ ଯୋଡି। ଅନେକ ସମାରୋହରେ ମଧ୍ୟ ରଣବୀର ଓ ଆଲିଆଙ୍କୁ ଏକାସଙ୍ଗେ ନଜର ଆସିଛନ୍ତି। ଦୁହିଁଙ୍କ ବାହାଘରର ନକଲି କାର୍ଡ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା।

ରଣବୀର ଓ ଆଲିଆ ଫିଲ୍ମ ବ୍ରହ୍ମାସ୍ତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମ ଜରିଆରେ ରଣବୀର ଆଲିଆ ପ୍ରଥମଥର ପାଇଁ ଏକାସଙ୍ଗେ ନଜର ଆସିବେ। ଫିଲ୍ମରେ ରଣବୀର ଆଲିଆଙ୍କ ସହ ଅମିତାଭ ବଚ୍ଚନ ମଧ୍ୟ ନଜର ଆସିବେ।

   Related Posts