ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଫ୍ୟାନ୍ସଙ୍କୁ ଗୁଡ୍ ନ୍ୟୁଜ୍ ଦେଲେ ରା-ଲିଆ, ହସ୍ପିଟାଲରୁ ସେୟାର କଲେ ଫଟୋ

27/06/2022 at 11:26 AM

ମୁମ୍ୱାଇ ୨୭/୦୬: ଖୁବଶୀଘ୍ର ଫ୍ୟାନ୍ସଙ୍କୁ ଗୁଡ ନ୍ୟୁଜ୍ ଦେବାକୁ ଯାଉଛନ୍ତି ରଣବୀର କପ୍ପୁର ଓ ଆଲିଆ ଅର୍ଥାତ୍ ରାଲିଆ ଯୋଡି । ବିବାହର ଦୁଇମାସ ପରେ ବଲିଉଡ ତାରକା ରଣବୀର କପୁର ଏବଂ ଆଲିଆ ଭଟ୍ଟ ପ୍ରଶଂସକଙ୍କ ସହ ଏହି ଖୁସି ଖବର ବାଣ୍ଟିଛନ୍ତି । ସୋସିଆଲ ମିଡିଆରେ ଏକ ସ୍ୱତନ୍ତ୍ର ପୋଷ୍ଟ କରି ଆଲିଆ ଭଟ୍ଟ ଲେଖିଛନ୍ତି ଆମେ ଖୁବଶୀଘ୍ର ଦୁଇରୁ ତିନି ହେବାକୁ ଯାଉଛୁ ।

ଅଭିନେତ୍ରୀଙ୍କ ଏହି ପୋଷ୍ଟ କିଛି ମିନିଟ ମଧ୍ୟରେ ଭାଇରାଲ ହୋଇଛି । ଆଲିଆ ଭଟ୍ଟ ଏକ ସୁନ୍ଦର ଛବି ସହିତ ଘୋଷଣା କରିଛନ୍ତି ଯେ ତାଙ୍କ ଶିଶୁ ଶୀଘ୍ର ଦୁନିଆକୁ ଦେଖିବାକୁ ଯାଉଛି । ଏହି ଚିତ୍ରରେ ଆଲିଆ ଭଟ୍ଟ ରଣବୀର କପୁରଙ୍କ ସହ ଡାକ୍ତରଖାନାରେ ନଜର ଆସିଛନ୍ତି । ଉଭୟ ସେମାନଙ୍କର ଆଗାମୀ ଶିଶୁର ଝଲକ ଦେଖାଇଛନ୍ତି ।

ଏହି ସମୟରେ ଆଲିଆଙ୍କ ମୁହଁରେ ଅଧିକ ହସ ଦେଖାଯାଉଛି । ଏହା ସହିତ, ଆଲିଆ ଦ୍ୱିତୀୟ ଚିତ୍ରରେ ସିଂହ-ସିଂହୀ ଏବଂ ତାଙ୍କ ପିଲାଙ୍କ ଅତି ସୁନ୍ଦର ଚିତ୍ର ସେୟାର କରିଛନ୍ତି । ଏହି ଛବିଗୁଡ଼ିକୁ ସେୟାର କରି ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି, “ଆମ ଶିଶୁ ଶୀଘ୍ର ଆସିବ” ।

   Related Posts