oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

“ହମ ଆପକେ ହୈଁ କୌନ” ଫିଲ୍ମର ରିମେକ୍ରେ ଅଭିନୟ କରିବେ ଏହି କଳାକାର

9/04/2019 at 4:35 PM

ମୁମ୍ୱାଇ୯|୪: ବଲିଉଡର ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ ତାଙ୍କ ଆଗାମୀ ଚଳଚ୍ଚିତ୍ର “କଲଙ୍କ” ପାଇଁ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି। “କଲଙ୍କ”ର ଟ୍ରେଲର ରିଲିଜ ହେବା ପରେ ଲୋକଙ୍କ ମଧ୍ୟରେ ଏହି ଫିଲ୍ମକୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଛି। ଏହି ଚଳଚ୍ଚିତ୍ର ସୁପରହିଟ୍‌ ହେବ ବୋଲି ଦର୍ଶକଙ୍କ ଆଶା।

ତେବେ କିଛି ଦିନ ତଳେ “ହମ ଆପକେ ହୈଁ କୌନ” ଫିଲ୍ମର ରିମେକ୍‌ ବିଷୟରେ ମାଧୁରୀ ଏକ ବଡ ଘୋଷଣା କରିଥିଲେ। “ହମ ଆପକେ ହୈଁ କୌନ” ଫିଲ୍ମରେ ପ୍ରେମ୍‌ ଓ ନିଶା ଭୂମିକାରେ ସଲମାନ ଓ ମାଧୁରୀ ଅଭିନୟ କରିଥିଲେ। ଉଭୟ ମିଶି ପରଦାରେ ଧମାଲ କରିଥିଲେ। ଏହି ଫିଲ୍ମ ସଲମାନ ଓ ମାଧୁରୀଙ୍କ କ୍ୟାରିଅର ସବୁଠୁ ବଡ ଫିଲ୍ମ ଥିଲା।

ସୁରଜ ବରଜାତ୍ୟାଙ୍କର ଏହି ପାରିବାରିକ ଫିଲ୍ମ ସୁପରହିଟ୍‌ ହୋଇଥିଲା। ଆଜି ମଧ୍ୟ ଦର୍ଶକ ଏହି ସିନେମା ପରିବାର ସହ ବସି ଦେଖିବା ପସନ୍ଦ କରନ୍ତି। ୯୦ ଦଶକର ଅନେକ ଏମିତି ଚଳଚ୍ଚିତ୍ର ଅଛି ଯାହା ବାରମ୍ୱାର ଦେଖିବାକୁ ଭଲ ଲାଗେ। ଏହି ଲିଷ୍ଟରେ “ହମ ଆପକେ ହୈଁ କୌନ” ଫିଲ୍ମ ଅଛି। ରିପୋର୍ଟ ଅନୁସାରେ ଏହି ଫିଲ୍ମର ରିମେକ ହେବାକୁ ଯାଉଛି।

କଲଙ୍କ ଫିଲ୍ମର ପ୍ରମୋସନ ବେଳେ ମାଧୁରୀଙ୍କୁ ଏହି ଫିଲ୍ମ ସଂପର୍କରେ କିଛି ପ୍ରଶ୍ନ କରାଯାଇଥିଲେ। “ହମ ଆପକେ ହୈଁ କୌନ” ରିମେକ୍‌ରେ କେଉଁ ୨ଟି କଳାକାର ଆଇକୋନିକ୍‌ ଭୂମିକାରେ ଅଭିନୟ କରିପାରିବେ ବୋଲି ପଚାରାଯାଇଥିଲା। ମାଧୁରୀ କହିଥିଲେ ଯେ, ଏହା ଫିଲ୍ମର କାହାଣୀ ଉପରେ ନିର୍ଭର କରେ। ଏହା ସହ ସେ ବରୁନ ଧୱନ ଓ ଆଲିୟା ଭଟ୍ଟଙ୍କ ନାଁ ନେଇଥିଲେ।

ମାଧୁରୀ କହିଥିଲେ ଯେ, ଆଲିୟା ବହୁତ ଟାଲେଣ୍ଟେଡ ଓ ସେ ଖୁବ୍‌ ଭଲ ଭାବରେ ଯେକୌଣସି ଭୂମିକାରେ ଅଭିନୟ କରିପାରିବେ। ମାଧୁରୀଙ୍କର ଏହି ମନ୍ତବ୍ୟ ଶୁଣି ଆଲିୟା ବେଶ ଖୁସି ହୋଇଥିଲେ। କଲଙ୍କ ଫିଲ୍ମ ଟ୍ରେଲରରେ ଆଲିୟା ବହୁତ ସୁନ୍ଦର ଲାଗୁଛନ୍ତି। ତାଙ୍କ ଅଭିନୟ ଏହି ଚଳଚ୍ଚିତ୍ରରେ ବେଶ ଦମଦାର ଅଛି।     

 

   Related Posts