ରଣବୀର-ଆଲିଆ ଏକାଠି ଗଲେ ହସ୍ପିଟାଲ୍‌, ଖୁବ୍‌ ଶୀଘ୍ର ମିଳିବ ଗୁଡ ନ୍ୟୁଜ୍‌ !

Published By : Prameya-News7 Bureau | November 06, 2022 IST

ମୁମ୍ଵାଇ ୦୬।୧୧: ବଲିଉଡ ପପୁଲାର କପଲ ରଣବୀର କପୁର ଏବଂ ଆଲିଆ ଭଟ୍ଟ । ସେମାନଙ୍କ ଘରକୁ ଖୁବ୍ ଶୀଘ୍ର ନୂଆ ଅତିଥି ଆସିବାକୁ ଯାଉଛି। ନିକଟରେ ରଣବୀର-ଆଲିଆ ଫିଲ୍ମ ବ୍ରହ୍ମାସ୍ତ୍ରରେ ପ୍ରଥମ ଥର ପାଇଁ ଏକାଠି ସ୍କ୍ରିନ୍‌ ସେୟାର କରୁଥିବାର ଦେଖିବାକୁ ମିଳିଥିଲା। ଏବେ ପ୍ରଶଂସକମାନେ ସେମାନଙ୍କ ପ୍ରଥମ ପିଲା ପାଇଁ ବହୁତ ଉତ୍ସାହିତ ଅଛନ୍ତି।

ମିଡିଆ ରିପୋର୍ଟ ଅନୁଯାୟୀ, ନଭେମ୍ବରରେ ସେ ତାଙ୍କ ପ୍ରଥମ ଶିଶୁକୁ ସ୍ଵାଗତ କରି ପାରନ୍ତି । ଏହି ସମୟରେ ଆଲିଆ ସ୍ୱାମୀ ରଣବୀରଙ୍କ ସହ ଡାକ୍ତରଖାନାରେ ପହଞ୍ଚିଛନ୍ତି ଏବଂ ତାଙ୍କୁ ଆଡମିଶନ କରାଯାଇଥିବା ନେଇ କୁହାଯାଉଛି। ଏହା ଶୁଣିବା ପରେ ପ୍ରଶଂସକମାନେ ଉତ୍ସାହିତ ହୋଇପଡିଛନ୍ତି। ହେଲେ ବର୍ତ୍ତମାନ ଇଣ୍ଡିଆ ଟୁଡେରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କୁହାଯାଉଛି କି ନିୟମିତ ଚେକ୍‌ ଅପ୍‌ ପାଇଁ ଡାକ୍ତରଖାନାରେ ଯାଇଥିଲେ । ତାଙ୍କୁ ଆଡମିଶନ କରାଯାଇ ନାହିଁ। ସୂଚନା ଅନୁଯାୟୀ, ନଭେମ୍ବର ଶେଷରେ ଆଲିଆ ଶିଶୁକୁ ଜନ୍ମ ଦେଇ ପାରନ୍ତି।

ଆଲିଆଙ୍କ ଆଗାମୀ ପ୍ରୋଜେକ୍ଟ ବିଷୟରେ ରଣଭୀର ସିଂଙ୍କ ସହ ଫିଲ୍ମ 'ରକି ଅର ରାନୀ କି ପ୍ରେମ କାହାନି'ରେ ନଜର ଆସିବେ। ଅନ୍ୟପକ୍ଷରେ, ଆଲିଆ କ୍ୟାଟ୍ରିନା ଏବଂ ପ୍ରିୟଙ୍କା ଙ୍କ ସହ 'ଜି ଲେ ଜାରା'ରେ ସ୍କ୍ରିନ୍ ସେୟାର କରୁଥିବା ଦେଖିବାକୁ ମିଳିବ। ଏହି ସମସ୍ତ ପ୍ରୋଜେକ୍ଟ ବ୍ୟତୀତ ଆଲିଆ ଭଟ୍ଟଙ୍କୁ ହଲିଉଡ ଫିଲ୍ମ 'ହାର୍ଟ ଅଫ୍ ଷ୍ଟୋନ'ରେ ମଧ୍ୟ ନଜର ଆସିବେ। ଏଥି ସହିତ ଏସ୍ ରାଜାମୌଲିଙ୍କ ଫିଲ୍ମ SSMB29 ମଧ୍ୟ ସାମିଲ୍‌ ଅଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.