ଆଲିଆ-ରଣବୀର ଚାହୁଁନାହାନ୍ତି ଝିଅକୁ କେହି ଦେଖା କରନ୍ତୁ, ଜାଣନ୍ତୁ କାହିଁକି...

Published By : Prameya-News7 Bureau | November 11, 2022 IST

ମୁମ୍ଵାଇ ୧୧।୧୦: ନିକଟରେ ଆଲିଆ ଭଟ୍ଟ ଏବଂ ରଣବୀର କପୁର ପିତାମାତା ହୋଇଛନ୍ତି। ଆଲିଆ ରବିବାର ଦିନ ଝିଅକୁ ଜନ୍ମ ଦେଇଛନ୍ତି। ଗତକାଲି ଅର୍ଥାତ୍‌ ଗୁରୁବାର ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ସେ ତାଙ୍କ ଝିଅ ସହିତ ଘରକୁ ଆସିଛନ୍ତି। ହେଲେ ଝିଅର ଫଟୋ ଦେଖିବାକୁ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି। କିନ୍ତୁ ଆଲିଆ ଏବଂ ରଣବୀର ନିଜ ଝିଅ ପାଇଁ କିଛି ନିୟମ ରଖିଛନ୍ତି। ସେ ଲୋକଙ୍କ ସହ ପରିଚିତ କରିବାକୁ ଚାହାଁନ୍ତି ନାହିଁ। ସେମାନେ ଚାହୁଁ ନାହାଁନ୍ତି ଯେ କୌଣସି ସେଲିବ୍ରିଟି ବନ୍ଧୁ କିମ୍ବା ସମ୍ପର୍କୀୟ ଆସନ୍ତୁ।

{"width":813,"height":465}
Alia Bhatt arrives home from hospital with daughter little princess seen in  father Ranbir Kapoor lap for first time | Alia Bhatt बेटी को लेकर पहुंचीं  अस्पताल से घर, पापा Ranbir Kapoor

ବଲିଉଡ ହଙ୍ଗାମା ରିପୋର୍ଟ ଅନୁଯାୟୀ ବାସ୍ତବରେ, ପରିବାର ସଦସ୍ୟମାନେ ଶିଶୁର ଫଟୋ କ୍ଲିକ୍ କରିବାକୁ ଚାହୁଁନାହାଁନ୍ତି । ସେ ବନ୍ଧୁ କିମ୍ବା ପରିବାର ସଦସ୍ୟ ହୁଅନ୍ତୁ, ଯଦି କେହି ଶିଶୁର ଫଟୋ ସୋସିଆଲ ମିଡିଆରେ ସେୟାର କରନ୍ତି, ତେବେ ଏହା ଭାଇରାଲ ହୋଇଯିବ। ଯେଉଁଥିପାଇଁ ଦୁହେଁ ଚାହୁଁ ନାହାଁନ୍ତି । କାହିଁକି ନା ତାଙ୍କ ଝିଅ ଏପର୍ଯ୍ୟନ୍ତ ଛୋଟ। ଏହି କାରଣରୁ ସେମାନେ ଝିଅକୁ ସମସ୍ତଙ୍କଠାରୁ ଦୂରେଇ ରଖିବାକୁ ଚାହାଁନ୍ତି। ପ୍ରତ୍ୟେକ ଅତିଥିଙ୍କୁ କୋଭିଡ୍‌ ଟେଷ୍ଟ କରିବାକୁ କହିଛନ୍ତି । ଏବେ ଲିମିଟେଟ୍‌ ଲୋକ ଆସିବାକୁ ଅନୁରୋଧ କରିଛନ୍ତି।  

ଗୁରୁବାର ଦିନ ମିଡିଆ ଫଟୋଗ୍ରାଫର ଆଲିଆଙ୍କ ମା ସୋନି ରଜଦାନଙ୍କ ସହ କଥା ହୋଇଥିଲେ।ଏହି ସମୟରେ ସେ କହିଥିଲେ ଯେ ତାଙ୍କ ଝିଅ ଏବଂ ନାତୁଣୀ ବହୁତ ଭଲ ଅଛନ୍ତି। ଏହା ସହିତ ସୋନି କହିଛନ୍ତି ଯେ ତାଙ୍କ ନାତୁଣୀ ତାଙ୍କ ପାଇଁ ବଡ ଉପହାର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.