ମାର୍ଚ୍ଚରେ ବିବାହ କରିବେ ଅଲୀ ଫଜଲ୍-ରିଚା ! ଅଭିନେତା କହିଲେ- ବହୁତ ଉତ୍ସାହିତ ଥିଲୁ ହେଲେ ବିଳମ୍ବ ହୋଇଗଲା...

Published By : Prameya-News7 Bureau | December 26, 2021 IST

ନୂଆଦିଲ୍ଲୀ ୨୬।୧୨ : ବଲିଉଡ୍‌ର ଜଣେ ଜଣାଶୁଣା ଅଭିନେତା ଅଲୀ ଫଜଲ୍‌ ଓ ଅଭିନେତ୍ରୀ ରିଚା ଚଢା ଦୁହିଁଙ୍କୁ ଏକାଠି ଫିଲ୍ମ ଫୁକରେରେ ଦେଖିବାକୁ ମିଳିଥିଲା । ସେବେ ଠାରୁ ଉଭୟ ବହୁ ଦିନ ଧରି ପରସ୍ପରକୁ ଡେଟ୍‌ କରୁଥିଲେ । ଅଭିନେତ୍ରୀଙ୍କ ଜନ୍ମଦିନରେ ଅଲି ରିଚାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ଏହି ସମୟରେ ଉଭୟ ଛୁଟି କାଟିବା ପାଇଁ ମାଲଦ୍ୱୀପରେ ଥିଲେ । ଏହି ଦିନ ଉଭୟଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ଥିଲା। ହେଲେ ପରେ ମଝିରେ ଶୁଣିବାକୁ ମିଳିଥିଲା ଯେ ୨୦୨୦ ଅପ୍ରେଲ ମାସରେ ବିବାହ କରିଥାନ୍ତେ । ହେଲେ ମହାମାରୀ କରୋନା ଯୋଗୁଁ ଦୁହିଁଙ୍କ ବିବାହ ଘୁଞ୍ଚାଇବାକୁ ପଡିଥିଲା । ବର୍ତ୍ତମାନ ଏବେ ଖବର ଆସୁଛି କି ଦୁହେଁ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ତାହା ପୁଣି ଦୁହେଁ ଆଗମୀ ବର୍ଷ ମାର୍ଚ୍ଚରେ ହାତକୁ ଦି ହାତ ହେବ ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀରେ, ରିଚା ଓ ଅଲୀ ୨୦୨୨ ଏପ୍ରିଲ୍ ମାସରେ ଦୁହେଁ ଶୁଟିଂରେ ବ୍ୟସ୍ତ ରହିବେ ତେଣୁ ତା ପୂର୍ବରୁ ଅର୍ଥାତ୍ ମାର୍ଚ୍ଚ ମାସରେ ବିବାହ କରିବେ ବୋଲି କୁହାଯାଉଛି । ଏହି ବିବାହରେ କେବଳ ପରିବାର ସଦସ୍ୟ ଓ କିଛି ନିକଟତର ବନ୍ଧୁଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ବାନ୍ଧି ହେବେ ଏହି ଯୋଡି ।

{"id":565055,"sizeSlug":"full","linkDestination":"none"}

ଏହାକୁ ନେଇ ଅଲୀ କହିଛନ୍ତି ଯେ, ଆମେ ଦୁହେଁ ବିବାହ ପାଇଁ ଖୁବ୍ ଉତ୍ସାହ ଅଛୁ, ହେଲେ ଏଥିପାଇଁ ଟିକେ ସମୟ ଲାଗିବ। ପ୍ରଥମେ ଲକଡାଉନ୍ ଓ ଚଳିତ ବର୍ଷ ପୁଣି ଲକଡାଉନ୍ , ତେଣୁ ବିଳମ୍ବ ହୋଇଗଲା । ଏହାପରେ ଯେତେବେଳେ ସବୁକିଛି ଖୋଲିଲା ଶୁଟିଂ ଅନୁମତି ମିଳିଲା ଆମେ ଦୁହେଁ ସେହି ସବୁ କାମରେ ବ୍ୟସ୍ତ ରହିଗଲୁ । ଏଥିପାଇଁ ବିବାହ କରିବା ପାଇଁ ସମୟ ହେଲା ନାହିଁ। ହେଲେ ୨୦୨୨ କଥା କହିଲେ ବୋଧ ହୁଏ ଏହା ପାଇଁ ସମୟ ଅଛି । ଏହା ପାଇଁ ଟିକେ ପ୍ରସ୍ତୁତ ହେବାକୁ ପଡିବ ଭାବିବାକୁ ପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.