vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
  • ||
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ବିଶ୍ୱର ସର୍ବକନିଷ୍ଠ ବିଲିୟନେୟାର, ୧୯ ବର୍ଷରେ ଖୋଲିଲେ ସଫ୍ଟୱେର୍ କମ୍ପାନୀ

28/05/2022 at 5:39 PM

ନୂଆଦିଲ୍ଲୀ ୨୮/୦୫; ବୟସ କମ୍‌ କିନ୍ତୁ ବୁଦ୍ଧି ବିଚକ୍ଷଣ। କୋଡିଂ କରି ସେ ବିଲିୟନେୟାର। ଫୋବ୍‌ସ୍‌ ଅଣ୍ଡର ୩୦ ବିଲିୟନାରୀରେ ତାଲିକାରେ ସାମିଲ୍‌ ହେଲେ ୨୫ ବର୍ଷୀୟ ଆଲେକଜାଣ୍ଡର ୱାଙ୍ଗ। ୧୯ ବର୍ଷରେ ସେ କଲେଜ୍‌ରୁ ଡ୍ରପଆଉଟ୍‌ କରି ପ୍ରତିଷ୍ଠା କରିଛନ୍ତି ସଫ୍ଟୱେର୍‌ କମ୍ପାନୀ। ଆଜି ୩୦୦ କମ୍ପାନୀକୁ ଡାଟା ପୋଟେନ୍‌ସିଆଲ ଅନଲକ୍‌ କରିବା ପାଇଁ ଦେଉଛନ୍ତି ଉଚ୍ଚ ସ୍ଥରର ଟ୍ରେନିଂ ଦେଉଛନ୍ତି ଏହି ୟଙ୍ଗେଷ୍ଟ ବିଲିୟନେୟାର।

କାଲିଫୋର୍ଣ୍ଣିଆରେ ଜନ୍ମ ହୋଇଥିବା ଆଲେକ୍ସଜାଣ୍ଡାର୍ ପିଲାଦିନୁ କୋଡିଂ ପ୍ରତି ଆଗ୍ରହୀ ଥିଲେ। ଡିଜ୍‌ନି ୱାର୍ଲ୍ଡ ରୁ ଏକ ମାଗଣା ଟିକେଟ୍ ପାଇବା ପାଇଁ ଗଣିତ ଏବଂ କୋଡିଂ କୋଏମ୍ପଟନ୍‌ ପ୍ରତିଯୋଗିତାରେ ସେ ସାମିଲ୍‌ ହୋଇଥିଲେ। ଉଦ୍ଦେସ୍ୟ ଥିଲା ପ୍ରତିଯୋଗିତା ଜିତି ପାସ୍‌ ହାସଲ କରିବା। କିନ୍ତୁ ସେ ଦୁର୍ଭାଗ୍ୟବସତଃ ଏହି ପ୍ରତିଯୋଗିତା ଜିତି ପାରିନଥିଲେ। ଏହି ବିଫଳତା ତାଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା। ସେବେଠାରୁ ସେ କୋଡର୍ ହେବାକୁ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତି ପାଇଁ ସେ ୧୭ ବର୍ଷ ବୟସରେ ପ୍ରଶ୍ନ-ଉତ୍ତର ସାଇଟ କୋରାରେ କୋଡିଂ କାମରେ ଲାଗିଲେ। ଏଠାରେ ସେ ତାଙ୍କ କମ୍ପାନୀର ଭବିଷ୍ୟତ ସହ-ପ୍ରତିଷ୍ଠାତାଙ୍କୁ ଭେଟିଥିଲେ।
ୱାଙ୍ଗ ୧୯ ବର୍ଷରେ Massachusetts Institute of Technologyରୁ ଛାଡି ସଫ୍ଟୱେର୍ କମ୍ପାନୀ Scale AIରେ କୋ-ଫାଉଣ୍ଡର ଭାବେ ଯୋଗଦେଲେ। ଏବେ ସେ AI ଆପ୍ଲିକେସନ୍‌ ମାଧ୍ୟମରେ ଆମେରିକାର ବାୟୁସେନା ଏବଂ ସେନା ସମେତ ପ୍ରାୟ ୩୦୦ କମ୍ପାନୀକୁ ଡାଟା ପୋଟେନ୍‌ସିଆଲ ଅଲନକ୍‌ କରିବା ପାଇଁ ଉଚ୍ଚ ସ୍ଥରର ଟ୍ରେନିଂ ଦେଉଛନ୍ତି।  ୱାଙ୍ଗଙ୍କ ବାପା ମାଆ ପଦାର୍ଥ ବିଜ୍ଞାନୀ ଥିଲେ ଏବଂ ଆମେରିକାର ସୈନ୍ୟବାହିନୀ ପାଇଁ ଅସ୍ତ୍ରଶସ୍ତ୍ର ପ୍ରକଳ୍ପରେ କାର୍ଯ୍ୟ କରିଥିଲେ।
ସାନ ଫ୍ରାନ୍ସିସ୍କୋ-ଆଧାରିତ ସ୍କେଲର ଟେକ୍ନୋଲୋଜି ୟୁକ୍ରେନରେ ଋଷର ବୋମା କେତେ କ୍ଷତି କରୁଛି ତାହା ବିଶ୍ଳେଷଣ କରିଥାଏ | ତାଙ୍କର AI ପ୍ରୋଗାମ କେବଳ ସାମରିକ ପାଇଁ ଉପଯୋଗୀ ନୁହେଁ | ଜେନେରାଲ ମୋଟର୍ସ ଏବଂ ଫ୍ଲେକ୍ସପୋର୍ଟ ସମେତ ୩ଶହ ରୁ ଅଧିକ କମ୍ପାନୀ ଏହି ସ୍କେଲ ବ୍ୟବହାର କରନ୍ତି ।
ପ୍ରତ୍ୟେକ ଶିଳ୍ପ ବିପୁଳ ପରିମାଣର ତଥ୍ୟକୁ ଆଧାର କରି ଚାଲିଛି। ତଥ୍ୟର ସମ୍ଭାବନାକୁ ଅନଲକ୍ କରିବା ଏବଂ ଏଆଇ ସହିତ ସେମାନଙ୍କ ବ୍ୟବସାୟକୁ ସୁପରଚାର୍ଜ କରିବାକୁ ଚାହାନ୍ତି ଆଲେକ୍ସଜାଣ୍ଡାର୍ ୱାଙ୍ଗ୍ ।
ଫୋର୍ବସ୍ ଅନୁଯାୟୀ, ଆନୁମାନିକ ୧୦୦ ମିଲିୟନ୍ ଡଲାର୍ ରାଜସ୍ବ ଉତ୍ପାଦନ କରୁଥିବା ସ୍କେଲ ଗତ ବର୍ଷ ୩୨୫ ବିଲିୟନ ଡ଼ଲାର୍ ଆୟ କରିଛି। ଯାହାକୁ ଆଧାର କରି ସେ ବିଶ୍ବର ସର୍ବକନିଷ୍ଠ ବିଲିୟନାରୀ। ତାଙ୍କ ପରେ କନିଷ୍ଠ ବିଲିୟନାରୀ ହେଉଛନ୍ତି ପେଡ୍ରୋ ଫ୍ରାନ୍ସିଚି, କ୍ରେଡିଟ କାର୍ଡ କମ୍ପାନୀ ବ୍ରେକ୍ସର ୨୫ ବର୍ଷିୟ ବ୍ରାଜିଲର କୋ-ଫାଉଣ୍ଡର |

   Related Posts