ଦିଶାଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଆଲେକ୍ସ,କହିଲେ-ଖୁସି ଲାଗୁଛି ...

Published By : Prameya-News7 Bureau | December 12, 2022 IST

ମୁମ୍ଵାଇ ୧୨।୧୨: ବଲିଉଡ୍‌ ଅଭିନେତ୍ରୀ ଦିଶା ପଟାନୀ । କିଛି ଦିନ ହେଲା ଲଗାତର ସେ ଚର୍ଚ୍ଚାରେ ଅଛନ୍ତି । ମିଷ୍ଟ୍ରିମ୍ୟାନ୍‌ଙ୍କ ସହ ତାଙ୍କ ପ୍ରେମ ସମ୍ପର୍କକୁ ନେଇ ଅନେକ ଖବର ସାମ୍ନାକୁ ଆସୁଛି।  ସେହି ମିଷ୍ଟ୍ରି ମ୍ୟାନ୍‌ ହେଲେ ଆଲେକ୍‌ଜାଣ୍ଡର ଆଲେକ୍ସ । ନିକଟରେ ଦିଶାଙ୍କ ସହ ସମ୍ପର୍କକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ଆଲେକ୍ସ ମୁହଁ ଖୋଲିଛନ୍ତି।

ମିଡିଆ ରିପୋର୍ଟ ଅନୁସାରେ, ଆଲେକ୍ସ ଏକ ସାକ୍ଷାତକାରରେ ଦିଶା ଓ ତାଙ୍କ ଭିତରେ ଥିବା ସମ୍ପର୍କକୁ ନେଇ ମୁହଁ ଖୋଲିଛନ୍ତି ଲୋକେ ଆମ ବିଷୟରେ ଏତେ ଜାଣିବାକୁ ଉତ୍ସୁକ ଜାଣି ଖୁସି ଲାଗେ । ସେମାନେ ଆମ ବିଷୟରେ ଖବର ପାଇବାକୁ ଚେଷ୍ଟା କରିବା ସହ ବିଭିନ୍ନ ଅନୁମାନ ମଧ୍ୟ ଲଗାଉଛନ୍ତି । ହେଲେ ନିଜ ମନରୁ କିଛି କହିବାର କ’ଣ ଆବଶ୍ୟକତା ଅଛି । ଲୋକେ କ’ଣ ଆମକୁ ଶାନ୍ତିରେ ବଞ୍ଚିବାକୁ ଦେଇପାରିବେନି ବୋଲି ସେ ପ୍ରଶ୍ନ କରିଥିଲେ। ଏପରି ଅଜବ କାହାଣୀ ଉପରେ ହସ ଲାଗେ ବୋଲି ଆଲେକ୍ସ କହିଛନ୍ତି । ଆଲେକ୍ସ ଜଣେ ମଡେଲ ହୋଇଥିବାବେଳେ ସେ ସର୍ବିଆରେ ରୁହନ୍ତି ।

 ଉଭୟେ ନିଜ ଅଭିନୟ କ୍ୟାରିୟର ଆରମ୍ଭରୁ ପରସ୍ପରକୁ ଭେଟିବା ସହ ଫ୍ଲାଟମେଟ୍‌ ମଧ୍ୟ ରହିଥିଲେ । ଆଲେକ୍ସ କହିଛନ୍ତି, ସେ ଭାରତରେ ରହିବାକୁ ୭ ବର୍ଷ ବିତିଲାଣି । ୨୦୧୫ରେ ଉଭୟେ ଏକାଠି ରହୁଥିଲେ । ସେତେବେଳେ ଦୁହେଁ ଗୋଟିଏ ଏଜେନ୍ସି ପାଇଁ କାମ କରୁଥିଲେ । ସେହପରି ଟାଇଗର ଶ୍ରଫ୍‌ ଏବଂ ଦିଶା ପଟାନୀଙ୍କ ବ୍ରେକ୍‌ଅପ୍‌ ଉପରେ ଆଲେକ୍ସ କହିଥିଲେ ଯେ ସେ ଅନ୍ୟ କାହା ଉପରେ କୌଣସି ଟିପ୍ପଣୀ କରିବେ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.