ଆପଣଙ୍କ ସ୍ମାର୍ଟଫୋନରେ ଏହି ସବୁ ଆପ୍ ରହିଛି କି ? : ତୁରନ୍ତ ଡିଲିଟ୍ କରିବାକୁ ଚେତାବନୀ ଦେଲା ପେଟିଏମ୍

Published By : Prameya-News7 Bureau | August 19, 2019 IST

ନୂଆଦିଲ୍ଲୀ ୧୯/୮: ସ୍ମାର୍ଟଫୋନ୍ ଗ୍ରାହକଙ୍କ ପାଇଁ ପେଟିଏମ ଚେତାବନୀ ଜାରି କରି ଗ୍ରାହକଙ୍କ ଆକାଉଣ୍ଟର କେଓ୍ବାଇସି କରିବା ସମୟରେ ସତର୍କ ରହିବାକୁ କହିଛି। ପେଟିଏମ୍ ଏକ ନୋଟିଫିକେସନ ଜାରି କରି ଗ୍ରାହକଙ୍କୁ କେଓ୍ବାଇସି ପାଇଁ ଏନିଡେସ୍କ କିମ୍ବା କ୍ବିକସପାର୍ଟ ଭଳି ଆପ୍ ଡାଉନଲୋଡ କରିବାର ପରାମର୍ଶ ଦେଇଛି। ନୋଟିଫିକେସନରେ କୁହାଯାଇଛି ଯେ ଏହି ଆପ୍ ଜରିଆରେ ନକଲି ଗ୍ରାହକ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଚୋରି କରି ପାରିବେ। ଏହା ପରେ ସେମାନେ ଡିଭାଇସର ସ୍କ୍ରିନକୁ ଲଗାତାର ମନିଟର କରିଥାଆନ୍ତି।

ନିକଟରେ ରିମୋଟ ଆପ୍ ଭଳି ଏନିଡେସ୍କ ଏବଂ ଟିମଭ୍ୟୁୟରରୁ କରାଯାଉଥିବା  ଅନେକ ଠକେଇ ମାମଲା ସାମନାକୁ ଆସିଛି। ବର୍ଷ ଆରମ୍ଭରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ମଧ୍ୟ ସତର୍କ ଜାରି କରି ଲୋକଙ୍କୁ ଏହି ଆପରୁ ସାବଧାନ ରହିବାକୁ କହିଥିଲା। କେବଳ ଏତିକି ନୁହେଁ ଏହି ମାମଲାକୁ ଗମ୍ଭୀରତାର ସହ ଦେଖି ଦେଶର କିଛି ବ୍ୟାଙ୍କ ଯେପରିକି ଏଚଡିଏଫସି,ଆଇସିଆଇସିଆଇ ଏବଂ ଏକ୍ସିସ ମଧ୍ୟ ଗ୍ରାହକଙ୍କୁ ଏହି ଆପଗୁଡ଼ିକୁ ଡାଉନଲୋଡ ନ କରିବାକୁ ପରାମର୍ଶ ଦେଇଥିଲେ। ଗ୍ରାହକଙ୍କୁ ପ୍ରଲୋଭିତ କରି ଏହି ଠକମାନେ ରିମୋର୍ଟ ଆପ୍ ଇନଷ୍ଟଲ୍ କରିବାକୁ କହିଥାଆନ୍ତି। ଆପ୍ ଇନଷ୍ଟଲ ହେବା ପରେ ଭେରିଫିକେସନରେ ଆସିଥିବା ୯ଅଙ୍କ ବିଶିଷ୍ଟ କୋଡ ମାଗିଥାଏ। ଏହା ସେହି କୋଡ ଯାହା ସାହାଯ୍ୟରେ ଠକମାନେ ଡିଭାଇସର ଫୁଲ ଆକ୍ସେସ ଜାଣି ଯାଆନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.