ବାଇକ ଓ ସ୍କୁଟର ଚାଳକଙ୍କ ପାଇଁ ମୋଦି ସରକାରଙ୍କ ବଡ ପଦକ୍ଷେପ, ବାଧ୍ୟତାମୂଳକ ହେଲା ବିଆଇଏସ୍ ହଲମାର୍କ ହେଲମେଟ୍

Published By : Prameya-News7 Bureau | November 27, 2020 IST

ନୁଆଦିଲ୍ଲୀ ୨୭/୧୧ : ମୋଦି ସରକାର ସଡକ ଦୁର୍ଘଟଣାକୁ କମ କରିବା ପାଇଁ ଦେଶରେ ବିଆଇଏସ୍ ହଲମାର୍କ ଯୁକ୍ତ ହେଲମେଟ ତିଆରି ଓ ବିକ୍ରିକୁ ବାଧ୍ୟତାମୂଳକ କହିଛନ୍ତି ।  ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ଦୁଇ ଚକିଆ ଯାନ ପାଇଁ ନୂଆ ନିୟମ ଜାରି କରିଛନ୍ତି । ଦେଶରେ କେବଳ ବିଆଇଏସ ସାର୍ଟିଫିକେଟ ଯୁକ୍ତ ହେଲମେଟ୍ ହିଁ ବିକ୍ରି ପାଇଁ ତିଆରି କରାଯାଇପାରିବ ।

{"id":368725,"width":579,"height":369,"sizeSlug":"large"}

ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ବର୍ତ୍ତମାନ ଦେଶର ପରିସ୍ଥିତିକୁ ଧ୍ୟାନରେ ରଖି ଭାରତରେ ହାଲକା ହେଲମେଟ ପାଇଁ ରୋଡ ସେଫ୍ଟି ସମିତି ତିଆରି କରାଯାଇଥିଲା । ସମିତିରେ ଏମ୍ସ ଡକ୍ଟର ଏବଂ ବିଆଇଏସର ଅଧିକାରୀଙ୍କ ସମେତ ଅନେକ ବିଶେଷଜ୍ଞ ମଧ୍ୟ ସାମିଲ ଥିଲେ । ୨୦୧୮ରେ ତିଆରି ହୋଇଥିବା ଏହି ସମିତିରେ ହାଲୁକା ଏବଂ ଗୁଣବତ୍ତାପୂର୍ଣ୍ଣ ହେଲମେଟ୍ ବନାଇବାକୁ ସୁପାରିଶ କରିଥିଲେ । ତେବେ ବର୍ତ୍ତମାନ ଏହି ପ୍ରସ୍ତାବକୁ କେନ୍ଦ୍ର ସଡକ ଓ ପରିବହନ ଏବଂ ରାଜାମାର୍ଗ ବିଭାଗ ସ୍ବୀକାର କରିଛି । ଏଥିପାଇଁ ମନ୍ତ୍ରାଳୟ ତାଜା ଆଦେଶ ମଧ୍ୟ ଜାରି କରିଛନ୍ତି ।

{"id":368726,"width":572,"height":269,"sizeSlug":"large"}

ସୂଚନା ଅନୁସାରେ ଦେଶରେ ପ୍ରତିବର୍ଷ ୧.୭ କୋଟି ଦୁଇ ଚକିଆ ଯାନ ଉତ୍ପାଦନ ହେଉଛି । ତେବେ ସରକାର ଜାରି କରିଥିବା ନୂଆ ନିୟମ ଅନୁଯାୟୀ ଏବେ ଦେଶରେ କେବଳ ବିଆଇଏସ୍ ହଲମାର୍କ ଯୁକ୍ତ ହେଲମେଟ ହିଁ ବିକ୍ରି ହୋଇପାରିବ । ଏହା କରିବା ଦ୍ବାରା ଦେଶରେ ବିକ୍ରି ହେଉଥିବା କମ ଗୁଣବତ୍ତା ହେଲମେଟ ଉପରେ ରୋକ ଲାଗିପାରିବ । ଏହା ହେଲେ ଦୁର୍ଘଟଣା କମିବ ଏବଂ ଯଦି କୌଣସି ଅସାଧୁ ବ୍ୟବସାୟୀ ବିଆଇଏସ୍ ହଲମାର୍କ ନଥିବା ହେଲମେଟ ବିକ୍ରି କରନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.