ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

କଲକତା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଗୋପନୀୟତାର ଅଧିକାର ବ୍ୟକ୍ତିଙ୍କ ମୃତ୍ୟୁ ସହ ଶେଷ ହୁଏ ନାହିଁ

1/10/2022 at 8:28 PM

ନୂଆଦିଲ୍ଲୀ: କଲକତା ହାଇକୋର୍ଟ ରାଇଟ ଟୁ ପ୍ରାଇଭେସି ଅର୍ଥାତ୍ ଗୋପନୀୟତାର ଅଧିକାରୀକୁ ନେଇ ବଡ଼ ନିଷ୍ପତ୍ତି ଦେଇଛନ୍ତି । ଏକ ମାମଲାର ଶୁଣାଣି କରି ହାଇକୋର୍ଟ କହିଛନ୍ତି, ଗୋପନୀୟତାର ଅଧିକାର ବ୍ୟକ୍ତଙ୍କ ମୃତ୍ୟୁ ପରେ ବି ଶେଷ ହୋଇ ନଥାଏ । ଆରଟିଆଇ ଅଧିନରେ ଜଣେ ମୃତ ବକ୍ତିଙ୍କ କୌଣସି ବ୍ୟକ୍ତିଗତ କଥାବାର୍ତ୍ତା କିମ୍ୱା ଗୋପନୀୟ ଫଟୋ ସାର୍ବଜନୀନ କରାଯାଇ ପାରିବ ନାହିଁ ।

ହାଇକୋର୍ଟ କୋଲକାତା ପୋଲିସକୁ ନିର୍ଦ୍ଦେଶ ଦେଇ ରଶିକା ଜୈନଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ବନ୍ଧୁଙ୍କୁ ସେୟାର କରିଥିବା ତାଙ୍କ ହ୍ୱାର୍ଟଅପ ମେସେଜ ଏବଂ ଚାଟ୍ ଗୁଡିକୁ ଆରଟିଆଇ ଅଧିନରେ ବ୍ୟକ୍ତିଗତ ସୂଚନା ରୂପେ ଗ୍ରହଣ କରିବେ ।

୨୦୨୦ ମସିହାରେ ରାଶିକା ଜୈନଙ୍କ ବିବାହ କୁଶ ଅଗ୍ରୱାଲଙ୍କ ସହ ହୋଇଥିଲା । କିନ୍ତୁ ଗୋଟିଏ ବର୍ଷ ପରେ ରହସ୍ୟମୟ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ବାପା-ମାଆ ଏବଂ ଶାଶୁ ଘର ଲୋକେ ପରସ୍ପର ବିରୋଧରେ ଅଭିଯୋଗ ଆଣିଥିଲେ, ପୋଲିସ ମଧ୍ୟ ମାମଲା ରୁଜୁ କରିଥିଲା । ରଶିକାଙ୍କ ସ୍ୱାମୀ କୁଶଳଙ୍କୁ ଗତ ଜୁଲାଇ ମାମସରେ ଏସଆଇଟି ଗିରଫ କରିଥିଲା ।

ତଦନ୍ତ ରିପୋର୍ଟରେ ପୋଲିସ ବିବାହ ପୂର୍ବରୁ ରାଶିକା ଏବଂ ତାଙ୍କ ବନ୍ଧୁଙ୍କ ମଧ୍ୟରେ ହୋଇଥିବା ହ୍ୱାଟ୍ସଆପ ଚାଟ୍ କଥା ଉଲ୍ଲେଖ କରିଥିଲା। ତାଙ୍କର ଶାଶୁ ଘର ଲୋକେ କଥାବାର୍ତ୍ତା ବିବରଣୀ ପାଇଁ ଆରଟିଆଇ ଆବେଦନ କରିଥିଲେ । ଆରଟିଆଇ ଅଧିନିୟମରେ ପୋଲିସ ୨୦୨୨ରେ ଏହି ସୂଚନା ସାର୍ବଜନୀନ କରିଥିଲା । ଏହାପରେ ରାଶିକାଙ୍କ ବାପା-ମାଆ ଏହାକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

   Related Posts