ଆପଣଙ୍କ ଫୋନ୍‌ କହିବ ମଦ୍ୟପାନ କରିଛନ୍ତି କି ନାହିଁ, ଖୁବ୍‌ଶୀଘ୍ର ଆସୁଛି ଏହି ଡିଭାଇସ୍‌

Published By : Prameya-News7 Bureau | November 11, 2023 IST

ନୂଆଦିଲ୍ଲୀ ୧୧।୧୧: ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଏହା ପ୍ରତ୍ୟେକ ମଦ ବୋତଲରେ ଲେଖାଯାଇଛି  । ଏହା ସତ୍ତ୍ୱେ ବି ଲୋକମାନେ ମଦ୍ୟପାନ କରନ୍ତି । କିନ୍ତୁ ପ୍ରତ୍ୟକ ବ୍ୟକ୍ତି ମଦ୍ୟପାନ କରିନଥିବା ଦର୍ଶାଇଥାନ୍ତି । ମଦ୍ୟପାନ କରିଛନ୍ତି କି ନାହିଁ ଜାଣିବା ପାଇଁ ମେସିନ୍‌ ରହିଛି । କିନ୍ତୁ ଏବେ ଫୋନ୍‌ରୁ ଜଣାପଡିବ ଯେ କିଏ ମଦ୍ୟପାନ କରିଛନ୍ତି କି ନାହିଁ । ଅର୍ଥାତ୍‌ ମଦ୍ୟପାନ କରି ଯଦି ଫୋନ୍‌ରେ କେହି କଥା ହେଉଛନ୍ତି ତେବେ ତାଙ୍କ ଫୋନ୍ ହିଁ କହିବ ସେ ମଦ୍ୟପାନ କରିଛନ୍ତି । ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା। କିନ୍ତୁ ଏହା ସତ ।

{"id":868292,"width":838,"height":629,"sizeSlug":"full","linkDestination":"none"}

 ଷ୍ଟାନଫୋର୍ଡ ୟୁନିଭରସିଟିର ଜରୁରୀକାଳୀନ ଚିକିତ୍ସା ବିଭାଗର ପ୍ରଫେସର ବ୍ରାଏନ୍ ସୁଫୋଲେଟୋ ଏବଂ ତାଙ୍କ ଟିମ୍ ଏକ ସେନ୍ସର ଉଦ୍ଭାବନ କରିଛନ୍ତି । ଯାହା ସ୍ମାର୍ଟଫୋନରେ ଲଗାଯିବା ପରେ ଫୋନରେ କଥା ହେଉଥିବା ବ୍ୟକ୍ତି ମଦ୍ୟପାନ କରିଛନ୍ତି କି ନାହିଁ ତାହା ଜାଣିପାରିବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ସୃଷ୍ଟି କରିଥିବା ସିଷ୍ଟମ ୯୮ ​​ପ୍ରତିଶତ ସଫଳ ହୋଇଛି ।  ଅର୍ଥାତ୍  ଯଦି କେହି ମଦ୍ୟପାନ କରି ସେନ୍ସର ଲାଗିଥିବା ଫୋନରେ କଥା ହେଉଛନ୍ତି, ତେବେ ୯୮ ପ୍ରତିଶତ ସମ୍ଭାବନା ଅଛି ଯେ ଅନ୍ୟ ଜଣେ ଜାଣିପାରିବେ ଫୋନରେ କଥା ହେଉଥିବା ବ୍ୟକ୍ତି ମଦ୍ୟପାନ କରିଛନ୍ତି ।

{"id":868293,"sizeSlug":"full","linkDestination":"none"}

ଏକ ରିପୋର୍ଟ ଅନୁଯାୟୀ, ରିସର୍ଚ୍ଚସ୍‌ମାନେ ୧୮ ଜଣଙ୍କୁ ନେଇ ଏକ ରିସର୍ଚ୍ଚ କରିଥିଲେ । ଆଉ ଏମାନଙ୍କ ବୟସ ଥିଲା ୨୧ ବର୍ଷ କିମ୍ବା ତାଠାରୁ ଅଧିକ । ରିସର୍ଚ୍ଚ ସମୟରେ ବୈଜ୍ଞାନିକ ମଦ୍ୟପାନ କରିବା ପୂର୍ବରୁ ଏବଂ ପରେ ଲୋକଙ୍କ ସ୍ୱର ରେକର୍ଡ କରିଥିଲେ । ଏହାପରେ ସ୍ୱରକୁ ଯାଞ୍ଚ ପାଇଁ ସଫ୍ଟୱେରରେ ଲଗାଇ ଦିଆଯାଇଥିଲା । କିନ୍ତୁ ଏଥିରେ ମଦ୍ୟପାନ କରିବା ପୂର୍ବରୁ ଏବଂ ପରର ପାର୍ଥକ୍ୟ ଦେଖାଯାଇଥିଲା ।  ଆଉ ସେହି ଆଧାରରେ ହିଁ ସେନ୍ସର ତିଆରି କରାଗଲା ଏବଂ ସ୍ମାର୍ଟଫୋନରେ ଏହାକୁ ଫିଟ୍ କରାଯାଇଛି ।

{"id":868294,"width":842,"height":473,"sizeSlug":"full","linkDestination":"none"}

ଯଦି ଏହି ଡିଭାଇସ୍ ପ୍ରତ୍ୟେକ ବ୍ୟକ୍ତିଙ୍କ ଫୋନରେ ଲଗାଯାଏ ତେବେ ଡ୍ରିଙ୍କ୍‌ ଆଣ୍ଡ ଡ୍ରାଇଭ୍‌ ଯୋଗୁଁ ହେଉଥିବା ଅନେକ ଦୁର୍ଘଟଣାକୁ ରୋକା ଯାଇପାରିବ । ଅନେକ ବ୍ୟକ୍ତି ମଦ୍ୟପାନ କରିନଥିବା ଫୋନରେ କହି ଗାଡି ଚଳାଇଥାନ୍ତି । କିନ୍ତୁ ଯଦି ଫୋନରେ ଏହି ଡିଭାଇସ୍ ଇନଷ୍ଟଲ୍ ହୋଇଥିବ, ତେବେ ଜାଣି ହେବ ଯେ ସାମ୍ନାରେ ଥିବା ବ୍ୟକ୍ତି ମଦ୍ୟପାନ କରିଛନ୍ତି କି ନାହିଁ । ଆଉ ସେହି ବ୍ୟକ୍ତିଙ୍କୁ ଠିକ୍ ସମୟରେ ଗାଡି ଚଳାଇବାରେ ଅଟକାଇ ଦିଆ ଯାଇପାରିବ । ଏହାବ୍ୟତୀତ ପୋଲିସ ଏପରି ଲୋକଙ୍କୁ ଚିହ୍ନିବାରେ ସହଜ ହେବ ।

You Can Read:

wp:embed {"url":"https://www.prameyanews7.com/nasa-intrested-in-indias-chandranyaan-3-sensors/","type":"wp-embed","providerNameSlug":"prameya-news-7"}
https://www.prameyanews7.com/nasa-intrested-in-indias-chandranyaan-3-sensors/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.