Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଫିଲ୍ମ ‘ଫ୍ରେଡି’ରେ ଅଲାୟାଙ୍କ ଏଣ୍ଟ୍ରି, କାର୍ତ୍ତିକ ଅପୋଜିଟ୍‌ରେ ଆସିବେ ନଜର

20/11/2022 at 10:54 AM

ମୁମ୍ଵାଇ ୨୦।୧୧: କାର୍ତ୍ତିକଙ୍କ ଅପ୍‌କମିଙ୍ଗ୍‌ ଫିଲ୍ମ ‘ଫ୍ରେଡି’। ଏହି ଫିଲ୍ମରେ ତାଙ୍କ ଅପୋଜିଟ୍‌ରେ ନଜର ଆସିବେ ଅଲାୟା ଏଫ୍‌ । ତେବେ  ଫିଲ୍ମରେ ନିଜ ଭୂମିକା ପାଇଁ ପ୍ରସ୍ତୁତ ହେବାକୁ ସେ ସମୟ  ପାଇନଥିଲେ । ପଛକୁ ପଛ କାମ ଏହାର କାରଣ ବୋଲି  ସେ କହିଛନ୍ତି । ଚଣ୍ଡିଗଡ଼ରେ ସେ ଏକ ପ୍ରୋଜେକ୍ଟର ସୁଟିଂ  କରୁଥିଲେ, ଯାହାର କାମ ଅବଧି ବଢ଼ାଇ ଦିଆଗଲା । ସେଠାରୁ  ସୁଟିଂ ଶେଷ କରି ପର ଦିନ ‘ଫ୍ରେଡି’ ସେଟ୍‌ରେ ପହଞ୍ଚିଲେ । 

ଅଲାୟା ସାଧାରଣତଃ ପ୍ରତ୍ୟେକ କାମ ପୂର୍ବରୁ ପୂର୍ଣ୍ଣ ପ୍ରସ୍ତୁତ  ହୋଇଥାନ୍ତି । ପ୍ରସ୍ତୁତିରେ ସେ ବହୁତ ସହଜ ମନେକରନ୍ତି।  କିନ୍ତୁ ‘ଫ୍ରେଡି’ ମାମଲାଟି ସମ୍ପୂର୍ଣ୍ଣ ଭିନ୍ନ ଥିଲା । ସୁଟିଂ ସେଟ୍‌ରେ ହିଁ  ସେ ପ୍ରସ୍ତୁତ ହେଲେ । କିନ୍ତୁ ଭାଗ୍ୟବଶତଃ ପ୍ରତିଭାସମ୍ପନ୍ନ  ଓ ଦକ୍ଷ ଲୋକଙ୍କ ଟିମ୍‌ରେ ସାମିଲ ହୋଇଥିବାରୁ  ସେମାନଙ୍କ ସମର୍ଥନ ଓ ମାର୍ଗଦର୍ଶନରେ ତାଙ୍କ  କାମ ସହଜ ହୋଇଥିଲା । ଫିଲ୍ମରେ କାର୍ତ୍ତିକ  ଆର୍ଯ୍ୟନ ଓ ଅଲାୟା ମୁଖ୍ୟ ଭୂମିକାରେ  ଅଭିନୟ କରିଛନ୍ତି । ଅଜବ ଚରିତ୍ର ଡା. ଫ୍ରେଡି  ଗିନ୍‌ୱାଲା (କାର୍ତ୍ତିକ) ଉପରେ ଏହାର କାହାଣୀ  ପର୍ଯ୍ୟବସିତ । 

ଫିଲ୍ମରେ ଅଲାୟା କାଇନାଜ୍‌  ଭୂମିକାରେ ଅଭିନୟ କରିଛନ୍ତି ।  ଏହାର ଅନେକ ଦିଗ ଓ  ଅନେକ ଜଟିଳତା ରହିଛି ।  ଏହି ଚରିତ୍ର ନିର୍ବାହ କରିବା  ତାଙ୍କ ପାଇଁ ମଜାଦାର ଅନୁଭବ  ଥିଲା । ଏହା ଜରିଆରେ ସେ  ଅନେକ କଥା ଶିଖିଛନ୍ତି ।  ଶଶାଙ୍କ ଘୋଷଙ୍କ ନିର୍ଦ୍ଦେଶିତ  ‘ଫ୍ରେଡି’ ଆସନ୍ତା ଡିସେମ୍ବର  ୨ ତାରିଖରେ ଡିଜ୍‌ନୀ ପ୍ଲସ୍‌  ହଟ୍‌ଷ୍ଟାର୍‌ରେ ମୁକ୍ତିଲାଭ କରିବ ।  ଏଥିସହ ‘ୟୁ-ଟର୍ନ’ ଫିଲ୍ମ  ପାଇଁ ମଧ୍ୟ ଅଲାୟା ପ୍ରସ୍ତୁତ  ହେଉଛନ୍ତି । ଆସନ୍ତା ବର୍ଷ ଏହା  ସିନେମାଘରକୁ ଆସିପାରେ ।

   Related Posts