୧୫ ମାସ ପରେ ମଧ୍ୟପ୍ରଦେଶ ନିର୍ବାଚନ, ଏବେଠୁ ବିଗିଡିଲାଣି ଗଣିତ, ଚିନ୍ତାରେ ଶିବରାଜ

Published By : Prameya-News7 Bureau | July 28, 2022 IST

ଭୋପାଲ ୨୮।୭: ମଧ୍ୟପ୍ରଦେଶରେ କମଲନାଥଙ୍କ ସରକାର ଭାଙ୍ଗିବା ପରେ ବିଜେପି ଏବେ ପବନରେ ଉଡୁଛି। ତେବେ ଦଳର ନିର୍ବାଚନୀ ଗଣିତ ଏବେଠୁ ବିଗିଡିବାରେ ଲାଗିଲାଣି। ଲୋକାଲ ବଡି ଇଲେକ୍ସନରେ ବିଜେପିର ଲଜ୍ଜାଜନକ ପରାଜୟ ଏବେ ରାଜ୍ୟ ବିଜେପି ମୁଖ୍ୟାଳୟ ଲାଗି ସତର୍କତା ଘଣ୍ଟି ସଦୃଷ ହୋଇଛି। ହୁଏତ ଏହି ନିର୍ବାଚନର ପରିଣାମ ଜାତୀୟ ଚର୍ଚ୍ଚାରେ ନାହିଁ, ତେବେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଦୋହଲାଇ ଦେଇଛି। କାରଣ ୧୫ ମାସ ପରେ ରାଜ୍ୟ ବିଧାନସଭା ନିର୍ବାଚନ।

{"id":662701,"width":840,"height":480,"sizeSlug":"full","linkDestination":"none"}

ମୁରୈନା ନଗରନିଗମ ନିର୍ବାଚନରେ ବିଜେପିକୁ ପ୍ରଥମଥର ହାର ଦେଖିବାକୁ ପଡିଛି। ସେହିପରି ବିଜେପି ଗ୍ୱାଲିୟର ମେୟର ନିର୍ବାଚନ ମଧ୍ୟ ହାରି ଯାଇଛି। ରାଜ୍ୟ ବିଜେପିର ୫୭ ବର୍ଷର ଇତିହାସରେ ଏହା ପ୍ରଥମ ଥର ହୋଇଛି। କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମେତ ରାଜ୍ୟର ଅନେକ ବରିଷ୍ଠ ନେତା ଏହି କ୍ଷେତ୍ରର। ଏଥିରେ ବିଜେପିର ହାର ଶିବରାଜଙ୍କ ଲାଗି ବାସ୍ତବିକ ଚିନ୍ତାଜନକ।

{"id":662702,"width":841,"height":631,"sizeSlug":"full","linkDestination":"none"}

୨୦୨୦ ମସିହାରେ ସିନ୍ଧିଆ ବିଜେପିରେ ଯୋଗ ଦେବା କାଳରେ ଗ୍ୱାଲିୟର-ଚମ୍ବଲ କଂଗ୍ରେସ ମୁକ୍ତ ହେବ ବୋଲି ବିଜେପି ଦାବି କରିଥିଲା। ହେଲେ ଗ୍ୱାଲିୟର ମେୟର ନିର୍ବାଚନ  ମୁରୈନା ପାଳିକା ନିର୍ବାଚନ ଫଳାଫଳ କେବଳ ଚୌହାନ ନୁହନ୍ତି ସିନ୍ଧିଆଙ୍କ ସମେତ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂତୋମାରଙ୍କ ଲାଗି ମଧ୍ୟ ଏବେ ଚିନ୍ତାଜନକ ହୋଇଛି। କାରଣ ନରେନ୍ଦ୍ର ସିଂହ ତୋମାର ମୁରୈନାରୁ ଲୋକସଭା ସାଂସଦ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.