ଅଲାରନାଥ ମନ୍ଦିର ସୌନ୍ଦର୍ଯ୍ୟକରଣ: ପ୍ରଶାସନ ଏବଂ ସେବାୟତ ନିଯୋଗ ମଧ୍ୟରେ ବୈଠକ ଅନୁଷ୍ଠିତ
19/08/2022 at 9:09 PM

ବ୍ରହ୍ମଗିରି ୧୯/୦୮: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ୫ଟି ସଚିବ ଭିକେ ପାଣ୍ଡିଆନ୍ ଅଗଷ୍ଟ ୧୧ରେ ବ୍ରହ୍ମଗିରି ଗସ୍ତ କରି ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରିଥିଲେ। ଏହା ସହିତ ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ସ୍ଥାନୀୟ ପ୍ରଶାସନ ଏବଂ ସେବାୟତମାନଙ୍କ ସହ ଆଲୋଚନା କରିଥିଲେ। ୧୫ ଦିନ ମଧ୍ୟରେ ଏକ ଯୋଜନା ପ୍ରସ୍ତୁତି କରି ରାଜ୍ୟ ସରକାରଙ୍କ ପାଖକୁ ପଠାଇବାକୁ ପାଣ୍ଡିଆନ୍ ଜିଲ୍ଲାପାଳଙ୍କୁ ନିର୍ଦ୍ଦଶେ ଦେଇଥିଲେ। ଫଳରେ ଶୁକ୍ରବାର ବ୍ରହ୍ମଗିରି ତହସିଲଦାର କାହ୍ନୁ ଚରଣ ଘଡ଼ାଇଙ୍କ ଅଧ୍ୟକ୍ଷତାରେ ମନ୍ଦିର ପରିସରରେ ଏକ ବୈଠକ କରାଯାଇଛି। ଓବିସିସି ବିଭାଗ, ରାଜ୍ୟ ପ୍ରତ୍ନତତ୍ବ ବିଭାଗ, ଜିଲ୍ଲା ସଂସ୍କୃତି ବିଭାଗ ସହିତ ସମସ୍ତ ବିଭାଗର ଅଧିକାରୀ ଓ ଜନପ୍ରତିନିଧିମାନେ ଏଥିରେ ଉପସ୍ଥିତ ଥିଲେ।
ତହସିଦାର ଏବଂ ବିଭାଗୀୟ ଅଧିକାରୀମାନେ ସେବାୟତ ନିଯୋଗ ଓ ମନ୍ଦିର ଉନ୍ନୟନ କମିଟି ସହିତ ଆଲୋଚନା କରିଥିଲେ। ମୁଖ୍ୟତଃ ବର୍ଷା ସମୟରେ ମନ୍ଦିର ବେଢ଼ାରୁ ଜଳ ନିଷ୍କାସନ, ମନ୍ଦିରରୁ ଭକ୍ତଙ୍କ ବହାରିବା ପାଇଁ ପ୍ରସ୍ଥାନ ଦ୍ବାର, ବଡ଼ ଗାଡ଼ି ରହଣୀ ସ୍ଥଳ (ପାର୍କିଂ) ବ୍ୟବସ୍ଥା, ତୁଳସୀ ଫୁଲ ବଗିଚା, ମନ୍ଦିରକୁ ଥିବା ରାସ୍ତାର ପ୍ରଶସ୍ତିକରଣ, ଆନନ୍ଦ ବଜାରର ଉନ୍ନତି, ଭଜନ ମଣ୍ଡପ, କଲ୍ୟାଣ ମଣ୍ଡପ, ମନ୍ଦିର ସାମ୍ନାରେ ଅରୁଣ ସ୍ତମ୍ଭ, ଚାପ ପୋଖରୀର ଚାରିପାଖରେ ଉନ୍ନତି ଇତ୍ୟାଦି ବିଭିନ୍ନ ପ୍ରଶଙ୍ଗ ଉପରେ ଏହି ବୈଠକରେ ଆଲୋଚନା ହୋଇଛି। ଆଲୋଚନାରେ ଗୃହିତ ହୋଇଥିବା ପ୍ରସ୍ତାବ ଓବିସିସିଙ୍କୁ ଦିଆଯାଇଛି, ଏନଇ ସରକାର ତର୍ଜମା କରି ମନ୍ଦିର କିପରି ସୌନ୍ଦର୍ଯ୍ୟକରଣ ହେବ ତାକୁନେଇ ସରକାର ନିଷ୍ପତି ନେବେ ବୋଲି ବ୍ରହ୍ମଗିରି ତହସିଲଦାର କହିଛନ୍ତି କାହ୍ନୁଚରଣ ଘଡ଼ାଇ କହିଛନ୍ତି।