scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

ମହାପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନ, ପ୍ରଥମ ଦିନରେ ଭକ୍ତଙ୍କ ଭିଡ଼ ଲାଗିଛି

5/06/2023 at 8:05 AM

ପୁରୀ/ବ୍ରହ୍ମଗିରି ୦୫।୦୬ : ଆଜିଠାରୁ ଆରମ୍ଭ ମହାପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନ। ପ୍ରଥମ ଦିନରେ ଭକ୍ତଙ୍କ ଭିଡ଼ ଲାଗିଛି। ଶ୍ରୀମନ୍ଦିର ଅଣସର ଗୃହରେ ଗୁପ୍ତ ସେବା ନୀତି ଚାଲିଥିବା ସମୟରେ ଦାରୁବ୍ରହ୍ମ ଜଗନ୍ନାଥଙ୍କ ଦର୍ଶନରୁ ଭକ୍ତ ମାନେ ବଞ୍ଚିତହୋଇଥାନ୍ତି । ତେଣୁ ଭକ୍ତମାନଙ୍କୁ ଅଲାରନାଥରେ ଦର୍ଶନ ଦେଇଥାନ୍ତି ଶିଳା ବ୍ରହ୍ମଚତୁର୍ଭୁଜ ନାରାୟଣ ରୂପରେ ।

ବ୍ରହ୍ମଗିରି ସ୍ଥିତ ପ୍ରଭୁ ଶ୍ରୀ ଅଲାରନାଥଙ୍କ ପୀଠରେ ଭକ୍ତ ମାନେ ୧୪ ଦିନ ଧରି ଜଗନ୍ନାଥଙ୍କ ଶିଳା ବ୍ରହ୍ମ ଶ୍ରୀ ଅଲାରନାଥ ଙ୍କ ଦର୍ଶନ କରିବେ । ଏହି ୧୪ ଦିନ ବ୍ରହ୍ମଗିରି ଅଲାରନାଥ ପୀଠ ପଲଟିଯାଏ ଦ୍ୱିତୀୟ ଶ୍ରୀକ୍ଷେତ୍ର। ଭୋର ୪ଟାରେ ମନ୍ଦିର ଖୋଲିବା ପରେ ମଙ୍ଗଳ ଆଳତୀ, ଅବକାଶ,ତଡ଼ପ ଲାଗି, ବେଶ , ତୁଳସିଲାଗି,ସାଢେ଼ ୫ ଟାରେ ଗୋପାଳ ବଲ୍ଲଭ ସରିବାପରେ ସର୍ବସାଧାରଣ ଦର୍ଶନସକାଳ ୬ ଟାରୁ ଆରମ୍ଭ ହୋଇଛି ।

   Related Posts