ଧଳା ଲେହେଙ୍ଗାରେ କନିଆ ସାଜିଲେ ଆଲାନା ପାଣ୍ଡେ, ସାମ୍ନାକୁ ଆସିଲା ବିବାହର ଫଟୋ…
17/03/2023 at 11:08 AM

ମୁମ୍ଵାଇ ୧୭।୦୩: ଅନନ୍ୟା ପାଣ୍ଡେଙ୍କ ସମ୍ପର୍କୀୟ ଭଉଣୀ ଆଲାନା ପାଣ୍ଡେ। ଗତ କିଛି ଦିନ ହେବ ତାଙ୍କ ବିବାହକୁ ନେଇ ଖୁବ୍ ଚର୍ଚ୍ଚା । ଛୋଟରୁ ବଡ ସବୁ ତାରକା ତାଙ୍କ ବିବାହରେ ଦେଖିବାକୁ ମିଳିଥିଲା। କେବଳ ଏତିକି ନୁହେଁ ହଲିଉଡ୍ର କିଛି ଷ୍ଟାର ମଧ୍ୟ ନଜର ଆସିଥିଲେ। ସେ ତାଙ୍କର ଦୀର୍ଘ ଦିନର ପ୍ରେମିକ ଆଇଭୋର ମ୍ୟାକ୍ରାଙ୍କୁ ଗୁରୁବାର ମୁମ୍ବାଇରେ ବିବାହ କରିଛନ୍ତି। ଏବେ ସେମାନଙ୍କ ବିବାହର ପ୍ରଥମ ଫଟୋ ମଧ୍ୟ ସାମ୍ନାକୁ ଆସିଛି।

ବର୍ତ୍ତମାନ ଦୁହେଁ ଭାରତୀୟ ରୀତିନୀତି ଅନୁଯାୟୀ ବିବାହିତ। ଏହି ବିଶେଷ ଦିନ ପାଇଁ ସେ ଏକ ଧଳା ରଙ୍ଗର ପୋଷାକ ପିନ୍ଧିଥିଲେ। ଯେଉଁଥିରେ ଭାରୀ ଏମ୍ରୋଡରୀର କାମ ହୋଇଥିଲା। ଏହା ସହିତ ସେ ହୀରା ଅଳଙ୍କାର ଏବଂ କେଶ ଖୋଲାରେ ଖୁବ୍ ବହୁତ ସୁନ୍ଦର ଦେଖାଯାଉଛନ୍ତି । ବର ଆଇଭୋର ମଧ୍ୟ ଏକ ଧଳା ଶେରୱାନି ସହ ତାଙ୍କ ମୁଣ୍ଡରେ ଧଳା ରଙ୍ଗର ପଗଡି ପିନ୍ଧିଛନ୍ତି।

ଏହାର ଏକ ଭିଡିଓ ଅନନ୍ୟା ସେୟାର କରିଛନ୍ତି। ବିବାହରେ ପରିବାର ସଦସ୍ୟ ଏବଂ କିଛି ଘନିଷ୍ଠ ବନ୍ଧୁ ସାମିଲ ହୋଇଥିଲେ। ବଲିଉଡର ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନର୍ ମନୀଷ ମଲହୋତ୍ରା, ନନ୍ଦିତା ମହତାନି ଏବଂ ଜ୍ୟାକି ଶ୍ରଫଙ୍କ ପରି ସେଲିବ୍ରିଟିମାନେ ମଧ୍ୟ ଏଥିରେ ଉପସ୍ଥିତ ଥିଲେ।

କହିବାକୁ ଗଲେ ନିକଟରେ ସେମାନଙ୍କ ବିବାହର ସବୁ କାର୍ଯ୍ୟକ୍ରମ ହୋଇଥିଲା। ଆଲାନା ଏବଂ ଆଇଭୋରଙ୍କ ହଲଦୀ , ମେହେନ୍ଦୀ ସହ ସଂଗୀତର ସବୁ ଫଟୋ ଭିଡିଓ ଦେଖିବାକୁ ମିଳିଥିଲା। ଉଲ୍ଲେଖନୀୟ କଥା ହେଉଛି, ଆଲାନା ଏବଂ ଆଇଭୋର ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ କରୁଥିଲେ । ଦୀର୍ଘ ସମୟ ଧରି ଏକାଠି ରହିବା ପରେ, ଉଭୟ ନିଜ ସମ୍ପର୍କକୁ ଏକ ପାଦ ଆଗକୁ ନେବା ପାଇଁ ୨୦୨୧ରେ ଆଇଭୋର ସମୁଦ୍ର କୂଳରେ ଏକ ରୋମାଣ୍ଟିକ୍ ଉପାୟରେ ଆଲାନାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ।