ଆପ ଜେସା କୋୟି ମେରି… ଗୀତରେ ମଲାଇକାଙ୍କ ଦେଶୀ ଅନ୍ଦାଜ, କଲେ ଜବରଦସ୍ତ ଡ୍ୟାନ୍ସ

Published By : Prameya-News7 Bureau | December 03, 2022 IST

ମୁମ୍ଵାଇ ୦୩।୧୨: ଚାରି ବର୍ଷ ପରେ ବଡ ପରଦାକୁ ଆସିଲେ ମଲାଇକା ଆରୋରା । ତାହା ପୁଣି ଏକ ଆଇଟମ୍‌ ଗୀତ  ଆପ୍ ଜେସା କୋଇ ମେରୀ ଜିନ୍ଦେଗି ମେନ୍ ଆଏ । ୧୯୮୦ରେ ଫିଲ୍ମ କୁର୍ବାନି ଏହି ଗୀତକୁ ରିମେକ୍‌ କରାଯାଇଛି। ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଚଳଚ୍ଚିତ୍ର  ଆନ୍‌ ଆକ୍ସନ୍ ହିରୋରେ ରହିଛି । ଯେଉଁଥିରେ ମଲାଇକା ନାଚୁଥିବା ନଜର ଆସିଛନ୍ତି। ଗୀତ ରିଲିଜ୍ ହେବାର ଏକ ଘଣ୍ଟା ମଧ୍ୟରେ ଏହାର ଭ୍ୟୁସ୍‌ ଲକ୍ଷ ଲକ୍ଷରେ ପହଞ୍ଚିଥିଲା ​​।  ମଲାଇକାଙ୍କ ଷ୍ଟାଇଲ୍‌ ଦେଖି ପ୍ରଶଂସକମାନେ ମତୁଆଲା ହୋଇଯାଇଛନ୍ତି।

wp:html /wp:html

ମଲାଇକାଙ୍କ ପ୍ରଶଂସକମାନେ ତାଙ୍କ କମ୍‌ବ୍ୟାକ୍‌କୁ ନେଇ ଉତ୍ସାହିତ ଅଛନ୍ତି। ଚେୟାଁ ଚେୟାଁ ଠାରୁ ମୁନ୍ନି ବାଦନାମ୍ ହୁଇ ପର୍ଯ୍ୟନ୍ତ ଅନେକ ଚଳଚ୍ଚିତ୍ରରେ ତାଙ୍କ ଆଇଟମ୍ ଡ୍ୟାନ୍ସ କରିଥିବା ମଲାଇକା ଚାରି ବର୍ଷ ପରେ ପୁଣି ଧମାଲ କରିଛନ୍ତି। ଏହି ଗୀତରେ ତାଙ୍କର ଗ୍ଲାମରସ୍ ଏବଂ ହଟ୍ ଷ୍ଟାଇଲ୍ ଲୋକଙ୍କୁ ଆକର୍ଷିତ କରୁଛି । ଡିସେମ୍ବର ୨ରେ ଆନ ଆକ୍ସନ୍ ହିରୋ ରିଲିଜ୍ ହୋଇଛି । ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଆକ୍ସନ୍ ହିରୋଙ୍କ ଏହି କାହାଣୀରେ ମଲାଇକା ଆଇଟମ୍‌ ଡ୍ୟାନ୍ସ କରିଛନ୍ତି। ସୂତ୍ରରୁ ପ୍ରକାଶ ଯେ ତାଙ୍କୁ କିଛି ସିନ୍‌ରେ ମଲାଇକାଙ୍କୁ ଦେଖିବାକୁ ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.