ହୋଟେଲରେ ଆତଙ୍କବାଦୀ ଆକ୍ରମଣ ! ୭ ମୃତ, ୨୦ରୁ ଅଧିକ ଆହତ

Published By : Prameya-News7 Bureau | August 17, 2020 IST

ସୋମାଲିଆ ୧୭।୦୮: ହୋଟେଲରେ ଆତଙ୍କବାଦୀ ଆକ୍ରମଣ । ସୋମାଲିଆ ରାଜଧାନୀ ମୋଗାଡିସୁରେ ଥିବା ଏକ ହୋଟେଲ ଉପରେ ଆତଙ୍କବାଦୀଙ୍କ ପକ୍ଷରୁ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ ସାତଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।  ଅଲ୍‌-ସବାବ ଗ୍ରପୁ ନାମକ ଏକ ଆତଙ୍କବାଦୀ ସଂଗଠନ ଆକ୍ରମଣ କରିଥିବା ସୂଚନା ରହିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଆକ୍ରମଣ କିଏ କରିଛି , ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।  

wp:html /wp:html

ଜାତୀୟ ମିଡିଆ ରିପୋର୍ଟ ଅନୁଯାୟୀ, ରବିବାର ଦିନ ସୋମାଲିଆ ରାଜଧାନୀ ମୋଗାଡିସୁ ସମୁଦ୍ରକୂଳରେ ଥିବା ଇଲାଇଟ ହୋଟେଲ ଉପରକୁ ଅଚନାକ ଆତତାୟୀମାନେ ଆକ୍ରମଣ କରିଥିଲେ । ଯାହାଫଳରେ କି ସେଠାରେ ଉପସ୍ଥିତ ଥିବା ଲୋକମାନଙ୍କ ମଧ୍ୟରୁ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି ।  ଗୁଳିମାଡରେ ମୃତ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ପୋଲିସ କର୍ମଚାରୀ ଥିବା ସୂଚନା ରହିଛି । ସେହିପରି ଆଗକୁ ମଧ୍ୟ ମୃତାହତ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ହୋଟେଲରେ ହୋଇଥିବା ଗୁଳିମାଡ ଘଟଣାରେ ଅଲ୍‌-ସବାବ ଗ୍ରୁପ୍ ନାମକ ଏକ ଆତଙ୍କବାଦୀ ସଂଗଠନର ସଂପୃକ୍ତି ରହିଥିବା ଅନୁମାନ କରାଯାଉଛି । ଏହି ଆକ୍ରମଣ କରିଥିବା ଅଲ୍‌-ସବାବ ଗ୍ରୁପ୍‌ଟି ଆତଙ୍କାବାଦୀ ସଂଗଠନ ଅଲ୍‌-କାଏଦା ଏକ ପାର୍ଟ ବୋଲି କୁହାଯାଉଛି ।  ଗୁଳିମାଡ଼ ପରେ ସ୍ଥାନୀୟ ଅଚଂଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି । 

{"id":315713,"sizeSlug":"large"}

ଜଣେ ସୁରକ୍ଷା ଅଧିକାରୀ କହିଛନ୍ତି ଯେ, ଆତଙ୍କବାଦୀଙ୍କ ପକ୍ଷରୁ ହୋଇଥିବା ଆକ୍ରମଣ ପରେ ସୁରକ୍ଷାକର୍ମୀମାନେ ହୋଟେଲ୍‌କୁ ଘେରିଯାଇଥିଲେ । ଧୀରେ ଧୀରେ ପରିସ୍ଥିତି ଉପରେ ନିୟନ୍ତ୍ରଣ ଆସୁଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ରହି ରହି ଗୁଳିମାଡ ହେଉଥିବା ଖବର ଆସୁଛି ।

{"id":315716,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.