'ଅଲ୍-ଜଜିରା ସାମ୍ବାଦିକ ଆତଙ୍କବାଦୀ'; ଗମ୍ଭୀର ଅଭିଯୋଗ ଲଗାଇଲା ଇସ୍ରାଏଲ୍

Published By : Prameya-News7 Bureau | February 13, 2024 IST

ଜେରୁଜେଲମ, ୧୩/୨: ଦିନରେ ସାମ୍ବାଦିକ, ରାତିରେ ହମାସ୍ ଆତଙ୍କୀ । କତାରର ଏକ ପ୍ରମୁଖ ଗଣମାଧ୍ୟମ ସଂସ୍ଥାର ରିପୋର୍ଟର ଆତଙ୍କୀବାଦୀ । ଦିନରେ ଗାଜାରେ ରିପୋର୍ଟିଂ କରୁଛନ୍ତି ଆଉ  ରାତିରେ ହମାସ୍‌ର କମାଣ୍ଡର କାର୍ଯ୍ୟ ତୁଲାଉଛନ୍ତି। ଅଲ୍-ଜଜିରା ସାମ୍ବାଦିକଙ୍କ ବିରୋଧରେ ଏଭଳି ଗମ୍ଭୀର ଅଭିଯୋଗ ଲଗାଇଛି ଆଇଡିଏଫ୍ । ଗାଜାରୁ ରିପୋର୍ଟିଂ କରୁଥିବା ମହମ୍ମଦ ୱାଶାହ ହମାସ ଆତଙ୍କବାଦୀ ଗୋଷ୍ଠୀର ଏକ ଶୀର୍ଷ କମାଣ୍ଡର ବୋଲି ଆଇଡିଏଫ୍‌ର  ଇସ୍ରାଏଲୀ ଆରବିକ୍‌ ମୁଖପାତ୍ର ଲ୍ୟୁଟନାଣ୍ଟ  ଆଭିଚାୟ ଅଦ୍ରାଇ ଏକ୍ସରେ ପୋଷ୍ଟ କରିଛନ୍ତି ।

wp:html /wp:html

ମହମ୍ମଦ ୱାଶାହଙ୍କ ଏକ ଲାପ୍‌ଟପ୍‌ ଉତ୍ତର ଗାଜା ଷ୍ଟ୍ରିପ୍‌ରୁ ମିଳିଥିବା ସେ ଦାବି କରିଛନ୍ତି । ଦିନରେ ସେ ସାମ୍ବାଦିକତା କରୁଥିବାବେଳେ ରାତିରେ ହମାସ୍‌ ଆତଙ୍କାବାଦୀ ସଂଗଠନ ପାଇଁ କାମ କରୁଛନ୍ତି । ଅଦ୍ରାଇଙ୍କ କହିବା ଅନୁସାରେ, ୱାଶାହ ହମାସ୍‌  ମିଲିଟାରୀର ଜଣେ ବରିଷ୍ଠ ଅପରେଟର  ଭାବେ କାମ କରୁଥିବାର କେତେକ ଫଟୋ ଉକ୍ତ ଲାପ୍‌ଟପ୍‌ରେ ରହିଛି । ଫଟୋରେ ୩୨ ବର୍ଷୀୟ ୱାଶାହଙ୍କୁ ବିଭିନ୍ନ ଅସ୍ତ୍ରଶସ୍ତ୍ର ଧରିଥିବାର ଦେଖିବାକୁ ମିଳିଛି । ସେଥିରେ ରକେଟ-ଚାଳିତ ଗ୍ରେନେଡ ଡିଭାଇସ୍‌, ଅସ୍ତ୍ର  ପରିବହନକାରୀ ଡ୍ରୋନ ରହିଛି । ସେହିଭଳି ଅସ୍ତ୍ରଶସ୍ତ୍ରରେ ୨୦୨୩ ଅକ୍ଟୋବର ୭ରେ ଇସ୍ରାଏଲରେ ହମାସ୍‌ ଆତଙ୍କବାଦୀ ଆକ୍ରମଣ କରିଥିଲେ । ସେହିପରି ଆଉ କେତେକ  ଫଟୋରେ ୱାଶାହଙ୍କୁ ପାଲେଷ୍ଟିନୀୟ ଗୋଷ୍ଠୀଙ୍କ ଆକାଶମାର୍ଗରୁ ଆକ୍ରମଣ ପାଇଁ ବ୍ୟବହୃତ  ଅସ୍ତ୍ରଶସ୍ତ୍ର ବିକାଶ ସମ୍ବନ୍ଧିତ ଗତିବିଧିରେ  ଜଡ଼ିତ ଥିବା ଦେଖିବାକୁ ମିଳିଛି ।

wp:embed {"url":"https://www.prameyanews7.com/delhi-on-high-alert-ahead-of-farmers-march-today-borders-fortified-traffic-curbs/","type":"wp-embed","providerNameSlug":"prameya-news-7"}
https://www.prameyanews7.com/delhi-on-high-alert-ahead-of-farmers-march-today-borders-fortified-traffic-curbs/
/wp:embed

ୱାଶାହ ଗାଜାର ଜଣେ ବାସିନ୍ଦା ହୋଇଥିବାବେଳେ  କିଛି ମାସ ତଳେ ସେ ଅଲ୍‌ଜଜିରାରେ ଯୋଗ  ଦେଇଥିଲେ । ତେବେ ଅଲ୍‌ଜଜିରା ସାମ୍ବାଦିକଙ୍କ  ବିରୋଧରେ ଆଇଡିଏଫ୍‌ର ଏପରି ଅଭିଯୋଗ  ପ୍ରଥମ ନୁହେଁ । ପୂର୍ବରୁ ମଧ୍ୟ ଏହି ଗଣମାଧ୍ୟମ ସଂସ୍ଥାର କେତେକ କର୍ମଚାରୀଙ୍କ ବିରୋଧରେ  ଆଇଡିଏଫ୍‌ ସମାନ ଅଭିଯୋଗ ଆଣିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.